ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ପେପର ଲିକ୍ ମାମଲା : ସିବିଆଇ ଟିମ୍‌କୁ ନକଲି ଭାବି ମାରପିଟି କଲେ ଗ୍ରାମବାସୀ , ଭାଙ୍ଗିଲେ ଗାଡ଼ିର କାଚ

ରଜୌଲି ନୱାଦା – ୟୁଜିସି ନେଟ୍ ପେପର ଲିକ୍‌ ମାମଲା। ଦିଲ୍ଲୀରୁ ସିବିଆଇର ଟିମ୍ ଯାଞ୍ଚ ପାଇଁ ଶନିବାର ସକାଳ ପାଖାପାଖି ୧୦ଟାରେ ବିହାରର ନୱାଦା ଜିଲ୍ଲାର ରଜୌଲିରେ ପହଞ୍ଚି ଥିଲେ। ଯାଞ୍ଚ ବେଳେ କସିଆଡିହ ଗାଁର ଲୋକେ ସିବିଆଇକୁ ନକଲି ଭାବି ମାରିପିଟି ଆରମ୍ଭ କରିଦେଇ ଥିଲେ ଏବଂ ତାଙ୍କର ଗାଡ଼ି ଗୁଡ଼ିକୁ ବି ଭଙ୍ଗାରୁଜା କରିଥିଲେ। ସିବିଆଇର ଯାଞ୍ଚ ଟିମ୍‌ରେ ସ୍ଥାନୀୟ ପୁଲିସର ମହିଳା କନଷ୍ଟେବଲଙ୍କ ସମେତ ସିବିଆଇର ୪ ଅଧିକାରୀ ସାମିଲ ଥିଲେ। ଇନସ୍ପେକ୍ଟର ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଟିମ୍‌ ଯାଞ୍ଚ ଟିମ୍‌ ରଜୌଲୀର ସିଆଡିଗ ଗାଁରେ ପହଞ୍ଚି ଥିଲେ।

ସିବିଆଇର ଅଧିକାରୀଙ୍କ ସହ ମାରପିଟିର ସୂଚନା ଯେବେ ରଜୌଲୀ ପୁଲିସ ମିଳିଲା, ତତକ୍ଷଣାତ୍‌ ଥାନା ଅଧିକାରୀ ଇନସ୍ପେକ୍ଟର ରାଜେଶ କୁମାର ପୂରା ଦଳବଳ ସହ କସିଆଡିହ ଗାଁରେ ପହଞ୍ଚି ଥିଲେ। ଥାନାଧିକାରୀ ଗ୍ରାମବାସୀଙ୍କୁ ବୁଝାଇ ସୁଝାଇ ଶାନ୍ତ କରାଇ ଥିଲେ। ହେଲେ ମାରପିଟିର ଘଟଣା ପରେ ସିବିଆଇ ମୋବାଇଲ ନମ୍ୱରର ଲୋକେସନ ଆଧାରରେ ଦୁଇଟି ମୋବାଇଲ ଫୋନ୍‌କୁ ଜବତ କରି, ତାଙ୍କୁ ନିଜ ସାଥିରେ ନେଇଥିଲା। ସିବିଆଇର ଅଧିକାରୀମାନେ କେବଳ ଏତିକି କହିଥିଲେ କି, ମୋବାଇଲ ନମ୍ୱର ଆଧାରରେ ଯାଞ୍ଚ ପରେ ପେପର ଲିକ୍‌ ମାମଲାରେ ସାମିଲ ଲୋକଙ୍କୁ ମଧ୍ୟ ଗିରଫ କରାଯିବ। 

ପେପର ଲିକ୍‌ ମାମଲାରେ ସିବିଆଇ ଟିମ୍‌କୁ ମାରପିଟି ମାମଲାରେ ପୁଲିସ ଜଣେ ମହିଳାଙ୍କ ସମେତ ୪ ଜଣ ଲୋକଙ୍କୁ ଗିରଫ କରିଛି। ଯେଉଁଥିରେ କସିଆଡିହ ଗାଁର ପ୍ରିନ୍ସ କୁମାର , ଜଣେ ମହିଳାଙ୍କ ସମେତ ଆଉ ଦୁଇ ଜଣ ଲୋକ ସାମିଲ ଅଛନ୍ତି। ଥାନା ଅଧିକାରୀ  ରାଜେଶ କୁମାର କହିଛନ୍ତି କି, ସିବିଆଇ ଅଧିକାରୀଙ୍କ ସହ ମାରପିଟି ମାମଲାରେ ରଜୌଲୀ ଥାନାରେ ୮ ଜଣ ଲୋକଙ୍କ ନାଁରେ ଓ ୧୫୦-୨୦୦ଅଜଣା ଲୋକଙ୍କ ଉପରେ ଏଫଆଇଆର ରୁଜୁ କରାଯାଇଛି। ଜଣେ ମହିଳାଙ୍କ ସମେତ ୪ ଲୋକଙ୍କୁ ଗିରଫ କରି ଜେଲ ପଠାଯାଇଛି।  ମାରପିଟି ଘଟଣାର ଭିଡ଼ଓଗ୍ରାଫି କରାଯାଇଛି। ମାରିପିଟିରେ ସଂପୃକ୍ତି ଲୋକଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.