ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଅକ୍ଟୋବର ୧୫ରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂ ସୈନୀ !

Published By : Tapas Panda | October 11, 2024 4:35 PM

Image Courtesy: indiatoday

ନୂଆଦିଲ୍ଲୀ: ହରିୟାଣାରେ ବିଜେପିକୁ ଲଗାତାର ତୃତୀୟ ଥର ବିଜୟୀ କରାଇବାରେ ବଡ଼ ଭୂମିକା ନେଇଥିବା ନେତା ନାୟବ ସିଂ ସୈନୀ ଅକ୍ଟୋବର ୧୫ ତାରିଖରେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇପାରନ୍ତି । ଶପଥ ଗ୍ରହଣ ସମାରୋହ ଆୟୋଜନ କରିବା ଲାଗି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ୧୦ ଜଣିଆ କମିଟି ଗଠନ କରାଯାଇଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିପାରନ୍ତି । ନିର୍ବାଚନ ସମୟରେ ନାୟବ ସିଂ ସୈନୀଙ୍କୁ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ବିଜେପି ଇସାରା ଦେଇଥିଲା । 

ଓବିସି ବର୍ଗରୁ ଆସିଥିବା ନାୟବ ସିଂ ସୈନୀ ବିଜେପିର ବଡ଼ ଭୋଟ୍‌ ବ୍ୟାଙ୍କ । ଚଳିତ ସପ୍ତାହ ଆରମ୍ଭରେ ଅନ୍ୟ ନିର୍ବାଚିତ ବିଜେପି ନେତାଙ୍କ ସମେତ ନାୟବ ସିଂ ସୈନୀ ଦିଲ୍ଲୀରେ ଦଳର ଶୀର୍ଷ ନେତାଙ୍କୁ ଭେଟିଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ତେବେ ସରକାର ପରିବର୍ତ୍ତନର ହାଓ୍ବା ଏବଂ ଏକଜିଟ୍‌ ପୋଲକୁ ମିଥ୍ୟା ପ୍ରମାଣିତ କରି ବିଜେପି ହରିୟାଣାରେ ରେକର୍ଡ ବିଜୟ ହାସଲ କରିଛି । 

୯୦ ବିଧାନସଭା ଆସନରୁ ୪୮ଟିରେ ବାଜିମାତ କରିଛି ବିଜେପି । ସେପଟେ ଶାସନକୁ ଫେରିବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସ ଖାତାକୁ ୩୭ଟି ଆସନ ଯାଇଛି ।  ୨୦୧୯ରେ ବିଜେପି ସହ ମେଣ୍ଟ କରିଥିବା ଜେଜେପି ନିରାଶ ହୋଇଛି । ଆମ ଆଦମୀ ପାର୍ଟି ହରିୟାଣାରେ ଖାତା ଖୋଲିବାକୁ ଅସମର୍ଥ ହୋଇଥିବ ବେଳେ ଆଇଏନଏଲଡି କେବଳ ୨ଟି ଆସନରେ ସନ୍ତୁଷ୍ଟ ହୋଇଛି । ଏସବୁ ଭିତରେ ସାବିତ୍ରୀ ଜିନ୍ଦଲଙ୍କ ସମେତ ୩ ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଜଣାଇଛନ୍ତି ।  

  • Haryana
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.