ବୁର୍ଲା,୬/୦୨: ମହଙ୍ଗା ପଡିଲା ଲାଞ୍ଚ ନେବ। କାର୍ଯ୍ୟରୁ ବିଦା ହେଲେ ସମ୍ବଲପୁର ପ୍ରଫେସର। ‘ନାକ୍’ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ କାରବାର ମାମଲାରେ ପ୍ରଫେସର ବୁଲୁ ମହାରଣାଙ୍କୁ ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି । ପୂର୍ବରୁ ତାଙ୍କୁ ସିବିଆଇ ଗିରଫ କରି ତଦନ୍ତ ଚଳାଇଛି।
ସିବିଆଇ ଦ୍ୱାରା ଗିରଫ ହୋଇ ତଦନ୍ତର ସମ୍ମୁଖୀନ ହୋଇଥିବା ଅଭିଯୁକ୍ତ ପ୍ରଫେସର ମହାରଣାଙ୍କୁ କୁଳପତିଙ୍କ ନିର୍ଦ୍ଦେଶକ୍ରମେ କୁଳସଚିବ ଓଡ଼ିଶା ଚାକିରି ସେବା ନିୟମ-୧୯୬୨ର ଧାରା ୧୨ ଅନୁଯାୟୀ ନିଲମ୍ବନ ଆଦେଶ ଦେଇଛନ୍ତି । ଚିଠିସଂଖ୍ୟା ୫୬୭ରେ ଗତ ୪ ତାରିଖରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଫେସର ଶ୍ରୀ ମହାରଣାଙ୍କଠାରୁ ସମସ୍ତ ପ୍ରାଶାସନିକ ଦାୟିତ୍ୱ ଅପସାରଣ କରାଯାଇ ଲାଇବ୍ରେରି ଏବଂ ସୂଚନା ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ହସ୍ତାନ୍ତର କରାଯାଇଛି । କୁଳପତିଙ୍କ ବିନା ଆଦେଶରେ ସେ କାର୍ଯ୍ୟସ୍ଥଳୀ ଛାଡ଼ିପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି ।
ନାକ୍ ମାନ୍ୟତା ବୃଦ୍ଧି ପାଇଁ ଲାଞ୍ଚ କାରବାର,୧୦ ପ୍ରଫେସରଙ୍କୁ ବାନ୍ଧିଲା ସିବିଆଇ, ଓଡ଼ିଶାରୁ ଜଣେ
ସୂଚନାଯୋଗ୍ୟ, ହାଇଦ୍ରାବାଦର ଏକ ବିଶ୍ୱବିଦ୍ୟାଳୟକୁ ଏ ++ ରେଟିଂ ଦେବା ପାଇଁ ‘ନାକ୍’ କମିଟି ଦଳ ଲାଞ୍ଚ ମାଗିଥିଲେ । ଏହି ‘ନାକ୍’ କମିଟିର ୧୦ ଜଣ ସଦସ୍ୟଙ୍କ ମଧ୍ୟରେ ପ୍ରଫେସର ବୁଲୁ ମହାରଣା ଥିଲେ । ଲାଞ୍ଚ ନେବା ବେଳେ ସିବିଆଇ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।