ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ବିଷ ବାଣ୍ଟୁଛନ୍ତି, ବିପଦକୁ ଡାକୁଛନ୍ତି ଗାଡ଼ି; ଜୀବନ ଚାଲିଗଲେ ଟଙ୍କାଟିଏ ବୀମା ସହାୟତା ମିଳିବନି

Published By : Swapna Ray | August 24, 2025 3:28 PM

କଟକ, ୨୪। ୮: ବିପଦପୂର୍ଣ୍ଣ ଭାବେ ରାସ୍ତାରେ ଗଡ଼ୁଛି କୋଟିଏରୁ ଅଧିକ ଗାଡ଼ି । ନା’ ଅଛି ଇନ୍‌ସ୍ୟୁରାନ୍ସ । ନା’ ଅଛି ପ୍ରଦୂଷଣ ସାର୍ଟିଫିକେଟ୍‌ । ଏହି ଗାଡ଼ିଗୁଡ଼ିକ କେବଳ ବିପଦକୁ ଡାକୁନାହାନ୍ତି ଅନ୍ୟକୁ ମଧ୍ୟ ବିପଦରେ ପକାଉଛନ୍ତି । ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ବୁଲୁଥିବା ଗାଡ଼ିଗୁଡ଼ିକ କେବଳ ବିଷ ବାଣ୍ଟି ଚାଲୁଛନ୍ତି । ପରିବେଶକୁ ନଷ୍ଟ କରୁଛନ୍ତି । ବିନା ଇନ୍‌ସ୍ୟୁରାନ୍ସ ଗାଡ଼ିଗୁଡ଼ିକ ଯଦି ଦୁର୍ଘଟଣାଗ୍ରସ୍ତ ହୋଇ କାହାରି ଜୀବନ ନେଇଯାଏ, ସେଥିରେ ମୃତକଙ୍କ ପରିବାରକୁ ଟଙ୍କାଟିଏ ବି ବୀମା ସହାୟତା ମିଳିବନି । ଦୁଇଚକିଆଠାରୁ ଆରମ୍ଭ କରି ଦଶ, ବାରଚକିଆ ଯାଏ ରାଜ୍ୟରେ ପ୍ରାୟ ଦେଢ଼ କୋଟି ଯାନ ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଛନ୍ତି । ଏଥିରୁ କିଛି ଗାଡ଼ି ଆଉ ରାସ୍ତାରେ ଗଡ଼ୁନାହିଁ । ପରିବହନ ବିଭାଗ ଡାସ୍‌ବୋର୍ଡରୁ ମିଳିଥିବା ସୂଚନା ଆଧାରରେ ମୋଟ୍‌ ପଞ୍ଜିକୃତ ଗାଡ଼ିରୁ ପ୍ରାୟ ୬୦% ଗାଡ଼ିର ଇନ୍‌ସ୍ୟୁରାନ୍ସ ନାହିଁ । ଅର୍ଥାତ୍ ୮୦ ଲକ୍ଷ ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିଲାବେଳେ ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ପ୍ରାୟ ୫୫ ଲକ୍ଷ ଗାଡ଼ି ରାସ୍ତାରେ ଗଡ଼ୁଛନ୍ତି । ବିନା ଇନ୍‌ସ୍ୟୁରାନ୍ସରେ ଗଡ଼ୁଥିବା ଅଧିକାଂଶ ଯାନ ଦୁଇଚକିଆ । ଇନ୍‌ସ୍ୟୁରାନ୍ସ ଦୁଇ ପ୍ରକାର କରାଯାଏ । ଗୋଟିଏ ହେଲା ଗାଡ଼ି ମାଲିକ ଏବଂ ଯାହା ସହ ଧକ୍କା ହେବ, ଦୁଇ ଜଣଙ୍କୁ ଏହି ପଲିସିରେ କଭର୍‌ କରାଯାଏ । ଅନ୍ୟ ଏକ ଇନ୍‌ସ୍ୟୁରାନ୍ସରେ ତିନିଜଣ କଭର୍‌ ହୋଇଥାନ୍ତି । ଗାଡ଼ି ମାଲିକ, ଧକ୍କା ହେଉଥିବା ପ୍ରତିପକ୍ଷ ଏବଂ ଧକ୍କାରେ ଆଖପାଖରେ ଥିବା କୌଣସି ବ୍ୟକ୍ତିଙ୍କୁ ଯଦି କିଛି କ୍ଷତି ପହଞ୍ଚିଥାଏ, ସମସ୍ତଙ୍କୁ କଭର୍‌ କରାଯାଏ । 

କିନ୍ତୁ ବିନା ଇନ୍‌ସ୍ୟୁରାନ୍ସ ଗାଡ଼ିଗୁଡ଼ିକ ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟାନ୍ତି, ଏଥିରେ ଆହତ ବା ମୃତକଙ୍କ ପରିବାରକୁ ଟଙ୍କାଟିଏ ମିଳିପାରିବ ନାହିଁ । ସେହିପରି ପ୍ରଦୂଷଣ ଯାଞ୍ଚ୍‌ କଡ଼ାକଡ଼ି ହେଉ ନଥିବାରୁ ବହୁ ଗାଡ଼ି ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ଚାଲିଛି । ଅନେକ ସ୍ଥାନରେ ଜାଲ୍‌ ପ୍ରଦୂଷଣ ସାର୍ଟିଫିକେଟ୍‌ ଦିଆଯାଉଛି । ଫଳରେ ଗାଡ଼ି ଦ୍ୱାରା ପ୍ରଦୂଷଣ ହେଉଥିଲେ ମଧ୍ୟ ତାହାକୁ ଏନ୍‌ଓସି ଦିଆଯାଉଥିବାରୁ ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି । ଏଥିରେ କେବଳ ଗାଡ଼ିର କ୍ଷତି ହେଉନି ଏଥିସହ ପରିବେଶର ବଡ଼ କ୍ଷତି ଘଟୁଛି । ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଅଧିକାଂଶ ଦୁଇଚକିଆ ଯାନ ବିନା ଇନ୍‌ସ୍ୟୁରାନ୍ସରେ ଚାଲୁଛି । ଏଥିପାଇଁ ଗାଡ଼ି ମାଲିକମାନେ ଯେତିକି ଦାୟୀ ନୁହଁନ୍ତି ଇନ୍‌ସ୍ୟୁରାନ୍ସ କମ୍ପାନିମାନେ ଅଧିକ ଦାୟୀ । ଗ୍ରାମାଞ୍ଚଳରେ ଗଡ଼ୁଥିବା ଦୁଇଚକିଆ ଯାନ ମାଲିକମାନେ ଇନ୍‌ସ୍ୟୁରାନ୍ସ ସମ୍ପର୍କରେ ଏତେ ସଚେତନ ନୁହଁନ୍ତି । ଯଦି ଇନ୍‌ସ୍ୟୁରାନ୍ସ କମ୍ପାନିମାନେ ଗ୍ରାମାଞ୍ଚଳ ବଜାରରେ ସେମାନଙ୍କ କ୍ୟାମ୍ପ୍‌ କରନ୍ତେ ତାହେଲେ ଅନେକ ଦୁଇଚକିଆ ଯାନର ଇନ୍‌ସ୍ୟୁରାନ୍ସ କରିବାକୁ ସକ୍ଷମ ହୋଇପାରନ୍ତେ । କିମ୍ବା ଯଦି ବିଭିନ୍ନ ଆର୍‌ଟିଓ କାର୍ଯ୍ୟାଳୟ ନିକଟରେ କ୍ୟାମ୍ପ୍‌ କରାଯାଇ ପାରନ୍ତା ତାହେଲେ ବହୁ ଲୋକ ସେମାନଙ୍କ ଗାଡ଼ିକୁ ଇନ୍‌ସ୍ୟୁରାନ୍ସ କରିବାକୁ ସକ୍ଷମ ହୋଇପାରନ୍ତେ । ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) କମିସନର ଅମିତାଭ ଠାକୁର୍‌ କହିଛନ୍ତି, ଏଭଳି ଗାଡ଼ିଗୁଡ଼ିକ ଯେତେବେଳେ କୌଣସି ଟୋଲ୍‌ଗେଟ୍‌ ଦେଇ ଯାଉଛନ୍ତି ସେମାନଙ୍କ ଉପରେ ଜରିମାନା ଲାଗି ନୋଟିସ୍‌ ପଠାଯାଉଛି । 

ଇନ୍‌ସ୍ୟୁରାନ୍ସ ନଥିବା ଗାଡ଼ି ଉପରେ ୨ ହଜାର ଟଙ୍କା ଜରିମାନା କରାଯାଉଥିଲାବେଳେ ପ୍ରଦୂଷଣ ସାର୍ଟିଫିକେଟ୍‌ ନ ଥିବା ଗାଡ଼ି ଉପରେ ୧୦ ହଜାର ଟଙ୍କାର ଜରିମାନା କରାଯାଉଛି । କିନ୍ତୁ ଯେଉଁମାନେ ଟୋଲ୍‌ଗେଟ୍‌ ଦେଇ ଯାଉନାହାନ୍ତି, ଜରିମାନାରୁ ବର୍ତ୍ତି ଯାଉଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ଚାଲୁଥିବା ଗାଡ଼ିଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ପ୍ରତ୍ୟେକ ଆର୍‌ଟିଓଙ୍କୁ ଏହି ମର୍ମରେ ଚିଠି ଲେଖାଯିବ । ଆଗାମୀ ଦିନରେ ଏଭଳି ଗାଡ଼ିଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.