ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସ୍କୁଲ୍‌ରେ ସାର୍ ନାହାନ୍ତି... ଜଣେ ଶିକ୍ଷୟିତ୍ରୀରେ ଚାଲିଛି ପାଠପଢା, ଗେଟ୍‌ରେ ତାଲା ପକାଇଲେ ଅଭିଭାବକ

Published By : Rasmita Pradhan | August 25, 2025 12:57 PM

ଖନ୍ତାପଡ଼ା, ୨୫/୦୮ : ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଟ ପଞ୍ଚାୟତ ବଗଲପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ। ୫ଟି ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀରେ ଚାଲିଛି ପାଠପଢା। ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ। ସ୍କୁଲ୍‌ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ। ରାସ୍ତାରେ ବସିଲେ ଛାତ୍ରଛାତ୍ରୀ। 

ସୂଚନା ମୁତାବକ, ବଗଲପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖା ଯାଇଥିଲା। ଏହି ବିଦ୍ୟାଳୟରେ ମୋଟ ୪୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପାଞ୍ଚଟି ଶ୍ରେଣୀରେ ଜଣେ ଶିକ୍ଷୟିତ୍ରୀ ପାଠ ପଢାଉଛନ୍ତି। ଯାହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏପରିକି ବିଦ୍ୟାଳୟରେ ଯଦି କୌଣସି ସରକାରୀ କାର୍ଯ୍ୟରେ ଦିଦି ବ୍ୟସ୍ତ ରହିଲେ ଶ୍ରେଣୀ ଗୃହ ଫାଙ୍କା ପଡୁଛି। ଗତ ଏପ୍ରିଲରେ ଜଣେ ଶିକ୍ଷୟିତ୍ରୀ ଅବସର ନେଇ ସାରିଥିବା ବେଳେ ୪ ମାସ ହେଲା ଜଣେ ଶିକ୍ଷୟିତ୍ରୀରେ ପାଠପଢା ଚାଲିଛି। ଉଚ୍ଚ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ଵାର ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି। ଯାହାଦ୍ଵାରା ଅଭିଭାବକମାନେ ଆଜି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଇଛନ୍ତି। ଆଗାମୀ ଦିନରେ ଏହି ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆନଗଲେ ଆନ୍ଦୋଳନ ଜୋର୍ ଧରିବ ବୋଲି ଚେତାବନୀ ଦେଇଛନ୍ତି। ଘଟଣା ବିଷୟରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମତାମତ ନେବାରୁ ସେ ଜିଲ୍ଲାପାଳଙ୍କ ସହିତ ଘଟଣା ବାବଦରେ କଥା ହେଉଛନ୍ତି ବୋଲି ମତ ଦେଇଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.