ନୂଆଦିଲ୍ଲୀ ୨୪/୦୮: କମିକ ଟାଇମିଂ ଏବଂ ନିଜର ଡ୍ୟାନ୍ସ ମୁଭ୍ସ ଜରିଆରେ ବର୍ଷ ବର୍ଷ ଧରି ବଡ ପରଦାରେ ରାଜ କରିଛନ୍ତି ଗୋବିନ୍ଦା । ବର୍ତ୍ତମାନ ସେ ଅଭିନୟଠାରୁ ଦୂରରେ, କିନ୍ତୁ ପସର୍ଲନାଲ ଲାଇଫକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ସମ୍ପ୍ରତି ପତ୍ନୀ ସୁନୀତା ଅହୁଜାଙ୍କ ସହ ତାଙ୍କର ଛାଡପତ୍ରକୁ ନେଇ ଖୁବ ଆଲୋଚନା ହେଉଛି। ଜାଣି ଆଶ୍ଚର୍ଯ୍ୟ ହେବେ ଚଳଚ୍ଚିତ୍ରଠାରୁ ଦୂରରେ ରହିବା ପରେ ମଧ୍ୟ ଅଭିନେତା ରାଜକୀୟ ଜୀବନଯାପନ କରନ୍ତି ।
୧୯୮୬ ମସିହାରେ ଗୋବିନ୍ଦା ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା 'ଇଲଜାମ'। ଏହା ପରେ ସେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ଏବଂ ବଲିଉଡରେ ହିରୋ ନମ୍ବର ୱାନର ଟ୍ୟାଗ୍ ପାଇଥିଲେ। କିନ୍ତୁ ବର୍ତ୍ତମାନ ସେ ବର୍ଷ ବର୍ଷ ଧରି ଅଭିନୟରୁ ଦୂରେଇ ରହିଛନ୍ତି। ପ୍ରାୟ ୧୮ ବର୍ଷ ହେବ ସେ କୌଣସି ହିଟ୍ ଫିଲ୍ମ ମଧ୍ୟ ଦେଇନାହାଁନ୍ତି । ଏହା ସତ୍ତ୍ୱେ ସେ ରାଜକୀୟ ଜୀବନଯାପନ କରୁଛନ୍ତି।
ରିପୋର୍ଟ ଅନୁଯାୟୀ, ଗୋବିନ୍ଦା ପ୍ରାୟ ୧୭୦ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ । ସେ ଗୋଟିଏ ଫିଲ୍ମ ପାଇଁ ୬କୋଟି ଟଙ୍କା ଶୁଳ୍କ ଆଦାୟ କରନ୍ତି। ଫିଲ୍ମ ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମଧ୍ୟ ତାଙ୍କ ଆୟର ଉତ୍ସ। ଏଥିପାଇଁ ସେ ୨ କୋଟି ଟଙ୍କା ଆଦାୟ କରୁଛନ୍ତି। ଏହା ବ୍ୟତୀତ ସେ ରିଅଲ ଇଷ୍ଟେଟରେ ବିନିଯୋଗ କରିଛନ୍ତି। ମୁମ୍ବାଇ ବ୍ୟତୀତ ଭାରତର ବିଭିନ୍ନ ସ୍ଥାନରେ ତାଙ୍କର ବିଳାସପୂର୍ଣ୍ଣ ପ୍ରପର୍ଟି ରହିଛି। ଜୁହୁରେ ତାଙ୍କର ୧୬ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଘର ଅଛି । ମଢ଼ ଦ୍ୱୀପରେ ତାଙ୍କର ଏକ ଘର ମଧ୍ୟ ଅଛି । ଯାହା ସେ ଶୁଟିଂ ପାଇଁ ଭଡ଼ାରେ ଦିଅନ୍ତି ।