ପ୍ରମୂଖ ଖବର
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ରିଲିଜ୍ ପୂର୍ବରୁ ଝୁଣ୍ଟିଲା ଅଜୟ : ବିବାଦରେ ସିଏମ୍ ଯୋଗୀଙ୍କ ଉପରେ ଆଧାରିତ ଫିଲ୍ମ, ହାଇକୋର୍ଟରେ ମାମଲା

Published By : Rasmita Pradhan | August 23, 2025 9:47 AM

ନୂଆଦିଲ୍ଲୀ, ୨୩/୦୮ : ରିଲିଜ୍ ହେବା ପୂର୍ବରୁ ଝୁଣ୍ଟିଲା ଫିଲ୍ମ ଅଜୟ : ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆଧାରିତ ଫିଲ୍ମ ରିଲିଜ୍ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ଜାଣିଶୁଣି ଅନୁମତି ଦେଉନଥିବା ଫିଲ୍ମ ନିର୍ମାତା ଅଭିଯୋଗ କରିଛନ୍ତି। ସେପଟେ ହାଇକୋର୍ଟ କହିଛନ୍ତି ଯେ, ଫିଲ୍ମ ନଦେଖି କୋର୍ଟ କିଛି ବି ରାୟ ଦେବେନାହିଁ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବ।

ସମ୍ରାଟ ସିନେମାଟିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏହି ଫିଲ୍ମ ପ୍ରଡ୍ୟୁସ୍ କରିଛି। ତାଙ୍କର କହିବା ଅନୁଯାୟୀ, ଫିଲ୍ମ ଶାନ୍ତନୁ ଗୁପ୍ତାଙ୍କ ଫିଲ୍ମ ଦ ମଙ୍କ ହୁ ବିକେମ୍ ଚିଫ୍ ମିନିଷ୍ଟର ଉଉପରେ ଆଧାରିତ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଫିଲ୍ମକୁ ନେଇ କୌଣସି ଆପତ୍ତି ଦର୍ଶାଯାଇ ନାହିଁ। ଜଣେ ରାଜନେତାଙ୍କ ଜୀବନ କାହାଣୀକୁ ଦର୍ଶାଇବା କେବଳ ଏହି ଫିଲ୍ମର ଉଦ୍ଦେଶ୍ୟ। ଏହା ସମସ୍ତଙ୍କୁ ଏକତା ଓ ଅଖଣ୍ଡତା ପାଇଁ ଏକଜୁଟ ହୋଇ ରହିବା ପାଇଁ ପ୍ରେରଣା ଦେବ। 

ପ୍ରଡ୍ୟୁସରଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଜୁନ ୫ରେ ସାର୍ଟିଫିକେସନ ପାଇଁ ଆବେଦନ କରାଯାଇଥିଲା। ସିବିଏଫସିକୁ ୭ ଦିନ ମଧ୍ୟରେ ଆବେଦନକୁ ଯାଞ୍ଚ କରିବା କଥା ଓ ୧୫ ଦିନ ମଧ୍ୟରେ ଫିଲ୍ମ ସ୍କ୍ରିନିଂ ହେବା କଥା। ହେଲେ ଆବେଦନକୁ ମାସେ ପୂରି ଯାଇଥିଲେ ସୁଦ୍ଧା ସିବିଏଫସି କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଏହାପରେ ପୁଣି ଥରେ ପ୍ରାୟୋରିଟି ସ୍କିମ୍‌ରେ ଆବେଦନ କରାଯାଇଥିଲା। ସିବିଏଫସି ଜୁଲାଇ ୭ରେ ସ୍କ୍ରିନିଂ ତାରିଖ ଧାର୍ଯ୍ୟ କରିଥିଲା। ହେଲେ ଏହି ତାରିଖକୁ ବି ରଦ୍ଦ କରିଦିଆଗଲା। ଏନେଇ ସେନ୍ସର ବୋର୍ଡ ପକ୍ଷରୁ ରଦ୍ଦ କରାଯିବା ନେଇ କୋଣସି କାରଣ ଦିଆଯାଇ ନଥିଲା। ତେଣୁ ବାଧ୍ୟହୋଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବାକୁ ପଡ଼ିଲା। 













Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.