ପ୍ରମୂଖ ଖବର
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର

Published By : Ankita S | August 23, 2025 8:43 AM

ଡେରାଡୁନ,୨୩/୦୮: ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରକୃତି କୋପ । ପୁଣି ପ୍ରଳୟ ଆଣିଛି ପ୍ରକୃତି । ଧରୀଲା ଧ୍ୱଂସ ପରେ ଶୁକ୍ରବାର ରାତିରେ ଉତ୍ତରକାଣ୍ଡ ଚମୋଲି ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଛି । ସବୁ କିଛି ଛାରଖାର ଦେଇଛି । ଥରାଲୀ ଗାଁରେ ଧ୍ୱସଂଲୀଳା ରଚିଛି ପ୍ରକୃତି । ଅନେକ ଘରଦ୍ୱାରା ପୋତି ହୋଇଯାଇଛି । ଜଣେ ମହିଳା ନିଖୋଜ ଥିବା କହୁଯାଉଛି । ଡେରାଡୁନ, ତେହରୀ, ପାଉରୀ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଆଲମୋରା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ଓ ବାଦଲ ଫାଟିବାରୁ ଭୂସ୍ଖଳନ ହୋଇ ଘର, ଦୋକାନ ଏବଂ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନ ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି ।

ବାଦଲ ଫାଟିବାରୁ ଥରାଲୀ ବଜାର, କୋଟଦୀପ ଏବଂ ତହସିଲ ପରିସର ସର୍ବାଧିକ ପ୍ରଭାବିତ ହୋଇଛି । ଘରେ ଆଳିଆ ଆବର୍ଜନା ପଙ୍କ ପସିଛି । ଗାଡି, ରାସ୍ତା ପୋତି ହୋଇଛି । ସାଗବାଡ଼ା ଗାଁରେ ଜଣେ ମହିଳାଙ୍କ ପତ୍ତା ମିଳୁନାହିଁ । ସେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି ।ଡେରାଡୁନ, ତେହରୀ, ପାଉରୀ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଆଲମୋରା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । 

କିଛି ଦିନ ତଳେ ଉତ୍ତରାଖଣ୍ଡର ଧରାଲୀରେ ବାଦଲଫଠା ବର୍ଷା ହୋଇଥିଲା । ସବୁ କିଛି ଛାରଖାର କରି ଦେଇଥିଲା । ୬୫ ଜଣଙ୍କର ମୃତ୍ୟୁ ହୋଇଥିଲା । କିଛି ଦିନର ବ୍ୟବଧାନ ପରେ ଚମୋଲିରେ ବାଦଳଫଟା ବର୍ଷା ପରେ ହଲଚଲ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଯାଇଛି । ଲୋକମାନେ ସେମାନଙ୍କ ଘରୁ ପଦାକୁ ଚାଲି ଆସିଛନ୍ତି । ପୁଲିସ୍‌ ଏବଂ ପ୍ରଶାସନ ତୁରନ୍ତ ଗାଁରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.