ପ୍ରମୂଖ ଖବର
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଅନ୍‌ବ୍ଲକ ହେଲା ଟିକଟକ୍‌ ୱେବସାଇଟ ! ଆପ୍ ଅନବ୍ଲକ୍ କରିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ କହିଲେ ସରକାର

Published By : Manoj | August 23, 2025 8:00 AM

ନୂଆଦିଲ୍ଲୀ,୨୩/୦୮: ଚୀନର ସର୍ଟ ଭିଡିଓ ଶେୟାରିଂ ଆପ୍ଲିକେସନ ଟିକ୍‌ଟିକ ଉପରେ ଲାଗିଥିବା କଟକଣା ସାମାନ୍ୟ କୋହଳ ହୋଇଛି । ପ୍ରାୟ ୫  ବର୍ଷ ପରେ ଟିକ୍‌ଟକ୍‌ ୱେବସାଇଟକୁ ଘରୋଇ ବଜାରରେ ଅନ୍‌ବ୍ଲକ କରାଯାଇଛି । ଏହାବାଦ ଅନ୍‌ଲାଇନ ସପିଂ ୱେବସାଇଟ ଆଲିଏକ୍ସପ୍ରେସ  ଏବଂ ସିନ୍‌ ୱେବପେଜ ମଧ୍ୟ ଖୋଲୁଛି । ୟୁଜର୍ସ ଏବେ ମୋବାଇଲ ଏବଂ ଲ୍ୟାପଟପ୍‌ରେ ଏହି ପ୍ଲାଟଫର୍ମ  ଗୁଡ଼ିକର ୱେବସାଇଟଗୁଡ଼ିକର ହୋମ୍‌ପେଜକୁ ଖୋଲି ପାରୁଛନ୍ତି । ଅନ୍ୟପଟେ ଟିକଟକ୍‌ ଏବଂ ଆଲିଏକ୍ସପ୍ରେସ ଆପ୍‌ ଏବେ ମଧ୍ୟ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରେ ଉପଲବ୍ଧ ନାହିଁ । ଏହାକୁ ଦେଖିଲେ ଆପ୍‌ଗୁଡ଼ିକ ଏବେ ମଧ୍ୟ ବ୍ଲକ ହୋଇ  ରହିଛି । 

ସିନ୍‌ ଆପ୍‌କୁ ଇନ୍‌ଷ୍ଟାଲ କରାଯାଇପାରିବ । ବ୍ୟାନ ହଟିବା ନେଇ ଟିକ୍‌ଟକ୍‌ର ମୂଳ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ଆପ୍‌ର ପ୍ରତ୍ୟାବର୍ତ୍ତନ କିମ୍ବା ୱେବସାଇଟ ଖୋଲିବା କାରଣ  ନେଇ କମ୍ପାନି ଏବେ ଯାଏ କିଛି କହିନି । ଏହା ଖୋଲିବା ନେଇ ମଧ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ  ମିଳିପାରିନାହିଁ । 

ଉଲ୍ଲେଖଯୋଗ୍ୟ, ଗଲୱାନ ଘାଟିରେ  ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା  ମୁହାଁମୁହିଁ ସ୍ଥିତି ଯୋଗୁ ୨୦୨୦ରେ କେନ୍ଦ୍ର ସରକାର ଡିଜିଟାଲ ଷ୍ଟ୍ରାଇକ କରି ୫୦୦ ଚୀନ ଆପ୍ଲିକେସନ  ଓ ୱେବସାଇଟ ଗୁଡ଼ିକ ଉପରେ ନିଷେଧାଦେଶ  ଜାରି କରିଥିଲେ । ଜାତୀୟ ସୁରକ୍ଷା ପ୍ରତି ବିପଦକୁ  ଧ୍ୟାନରେ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲେ କେନ୍ଦ୍ର ସରକାର।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.