ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ପିଏମ୍‌-ସିଏମ୍‌ଙ୍କୁ ହଟାଇବା ବିଲ୍‌ ଉପରେ ଜେପିସିକୁ ନେଇ ବିରୋଧୀଙ୍କ ମଧ୍ୟରେ ମଦଭେଦ, ଦୁଇ ଭାଗରେ 'ଇଣ୍ଡି' ମେଣ୍ଟ, ଜାଣନ୍ତୁ କିଏ କାହା ସପକ୍ଷରେ ?

Published By : Ankita S | August 25, 2025 9:08 AM

ନୂଆଦିଲ୍ଲୀ,୨୫/୦୮: ଆଗକୁ ବିହାର ନିର୍ବାଚନ । ଏହା ପୂର୍ବରୁ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । 'ଇଣ୍ଟି' ମେଣ୍ଟ ଭାଗ ଭାଗ ହୋଇଥିବା ଖବର ଆସୁଛି । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇଭାଗ ହୋଇଛି ବିରୋଧୀ ମେଣ୍ଟ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ୩୦ ଦିନ ଜେଲରେ ରହିବା ପରେ ତାଙ୍କୁ ପଦରୁ ହଟାଇବା ନେଇ ପ୍ରାବଧାନ ଥିବା ୩ ବିବାଦୀୟ ବିଲ୍‌ ଉପରେ ବିଚାର ପାଇଁ ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ଗଠନ ହୋଇଛି । ଏହାକୁ ନେଇ ବିରୋଧୀଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ସମାଜବାଦୀ ପାର୍ଟି  ଅଲଗା ରାସ୍ତାରେ ରହିଛି  । ରିପୋର୍ଟ ଅନୁଯାୟୀ କଂଗ୍ରେସ ଏହି କମିଟିରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ ତାର ଦୁଇ ପ୍ରମୁଖ ସହଯୋଗୀ ଦଳ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଜେପିସିରେ ସାମିଲ ହେବାକୁ ସଫା ସଫା ମନା କରିଛନ୍ତି ।

ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ଡେରେକ ଓବ୍ରାୟନ କହିଛନ୍ତି, ଏହି ମୁଦ୍ଦାରେ ଗଠିତ ଜେପିସି ଭିତ୍ତିହୀନ । ଅନେକ ଦଳ ସରକାରଙ୍କ ସଂଯୁକ୍ତ ସଂସଦୀୟ କମିଟିକୁ ନେଇ ଆଲୋଚନା କରୁଛନ୍ତି । ଏହା ଏକ ତମାସା । ସେହିପରି ସମାଜବାଦୀ ପାର୍ଟି ଦ୍ୱାରା ବି ଏହି କିମିଟିରେ କୌଣସି ସଦସ୍ୟଙ୍କୁ ନାମିତ କରାଯିବାର ସମ୍ଭାବନା ନଥିବା ଜଣାପଡିଛି । ସେହିପରି ଉଦ୍ଧବ ଠାକରେଙ୍କ ଶିବସେନା ଏହାକୁ ନେଇ ମାନସ ମନ୍ଥନ କରୁଛନ୍ତି କି  ଯେପରି ଜେପିସିରେ ସାମିଲ ନ ହେବେ ।

'ଅସଲ ଉଦ୍ଦେଶ୍ୟ ବିରୋଧୀ ସରକାରଙ୍କୁ ହଟାଇବା' : କିଛି ଦିନ ତଳେ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ଆମ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ''ତାଙ୍କ ଦଳ ଜେପିସିରେ କୌଣସି ସଦସ୍ୟଙ୍କ ନାମ ସାମିଲ ନକରିବାକୁ ନିଷ୍ପତ୍ତି ନେଇଛି । ଭ୍ରଷ୍ଟାଚାରୀର ସରକାର ଭ୍ରଷ୍ଟାଚାର ବିରୋଧରେ ବିଲ୍‌ କିପରି ଆଣିପାରିବେ ? ନେତାଙ୍କୁ ମିଥ୍ୟା ମାମଲାରେ ଫସାଇବା ଏବଂ ଜେଲରେ ପୁରାଇବା, ବିରୋଧୀ ସରକାରଙ୍କୁ ହଟାଇବା ବିଲ୍‌ର ଉଦ୍ଦେଶ୍ୟ । ତେଣୁ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟି ଜେପିସିରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛି ।''

ସପ୍ତାହ ଭିତରେ ବିରୋଧୀ ଭାଗ-ଭାଗ; ବଡ଼ କଥା ହେଉଛି ଇଣ୍ଡି ମେଣ୍ଟ ଭିତରେ ଏ ମତଭେଦ ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ ହୋଇଛି । ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏହି ବିଲ୍‌କୁ ଲୋକସଭାରେ ଆଗତ କରିଥିଲେ । ସେବେ ବିରୋଧୀ ଏକାଠୀ ହୋଇ ଏହାର ବିରୋଧ କରିଥିଲେ । ଏବେ ଜେପିସି ଚାପରେ ବିରୋଧୀ ମେଣ୍ଟ ଦୁଇଭାଗ ହୋଇଛି । କଂଗ୍ରେସ ନେତୃତ୍ୱ ଏହି କମିଟିରେ ସାମିଲ ହେବା ସପକ୍ଷରେ ରହିଛି ।

କିଏ କଂଗ୍ରେସ ସପକ୍ଷରେ ? ରିପୋର୍ଟ ମୁତାବକ ବାମପନ୍ଥୀ ଦଳ ଜେପିସିରେ ସାମିଲ ହେବା ସପକ୍ଷରେ ରହିଛନ୍ତି । କଂଗ୍ରେସ ନେତା ଡିଏମ୍‌କେ, ଏନସିପି, ଆରଜେଡି ଓ ଜେଏମଏମ୍‌ ପରି ଅନ୍ୟ ସହଯୋଗୀ ଦଳ ସହ ଆଲୋଚନା କରିବେ । ଜେପିସିରେ ସାମିଲ କରିବାକୁ ଚେଷ୍ଟା କରୁଛି କଂଗ୍ରେସ । ବିପକ୍ଷ ଜେସିପି ବହିଷ୍କାର କଲେ କାର୍ଯ୍ୟ ଏକତରଫା ହୋଇପାରେ । ଯଦି ବିଜେଡ଼ି, ୱାଇଏସଆରସିପି ଏବଂ ବିଆରଏସ ପରି ଦଳ ସମିତିରେ ସାମିଲ ହୁଅନ୍ତି ତେବେ ସମିତି ଅନ୍ୟ ବିରୋଧୀଙ୍କ ଅନୁପସ୍ଥିତିର ଫାଇଦା ନେଇ ତାର ବିଚାର ରଖିବ ।

ଅଧିକ ପଢନ୍ତୁ...ବିପଦରେ ପଡ଼ିବ କି ୨୫୧ ଜଣ ସାଂସଦଙ୍କ ସଦସ୍ୟତା ? ନୂଆ ବିଲ୍ ଦ୍ୱାରା କେଉଁ ଦଳକୁ ପଡ଼ିବ ଅଧିକ ବିପଦ ?

କହି ରଖୁଛୁ କି, କେନ୍ଦ୍ର ଶାସିତ ପ୍ରଦେଶ ସରକାର (ସଂଶୋଧନ) ବିଲ୍‌ ୨୦୨୫, ସମ୍ବିଧାନ ବିଧେୟକ  ୨୦୨୫ ଏବଂ ଜମ୍ମୁକାଶ୍ମୀର ପୁନଃଗଠନ (ସଂଶୋଧନ) ୨୦୨୫ ଗତ ବୁଧବାର ଲୋକସଭାରେ ଆଗତ ହୋଇଥିଲା । ଏହା ପରେ ସଂସଦର ଏକ ସଂଯୁକ୍ତ କମିଟିକୁ ପଠାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.