ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ନିର୍ବାଚନ ବିଶ୍ଲେଷକ ସଞ୍ଜୟ କୁମାରଙ୍କୁ ଆଶ୍ୱସ୍ତି, ଏଫଆଇଆର ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

Published By : Harapriya Biswal | August 25, 2025 5:04 PM

ନୂଆଦିଲ୍ଲୀ,୨୫।୮:  ନିର୍ବାଚନ ବିଶ୍ଲେଷକ ଓ ଲୋକନୀତି ସିଏସ୍‌ଡିଏସ୍‌ର ସହ ନିର୍ଦେଶକ ସଞ୍ଜୟ କୁମାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି।ସଞ୍ଜୟଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।  ସଞ୍ଜୟକୁମାର ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମତଦାତା ଅସନ୍ତୁଷ୍ଟତା ସମ୍ପର୍କିତ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଯାହାକୁ ନେଇ ବିରୋଧି ଦଳ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିବାର ସୁଯୋଗ ପାଇଥିଲେ। ଏଥିରେ ସେ ବିଜେପି ସହ ନିର୍ବାଚନ କମିଶନ ହାତ ମିଳାଇଥିବା ଅଭିଯୋଗ କରିଥିଲେ। ଯଦିଓ ପରେ ସେ ଏହି ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ। 

ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସଞ୍ଜୟ କୁମାରଙ୍କ ଓକିଲ ତାଙ୍କ ପକ୍ଷ ରଖିଥିଲେ। ସେ କହିଥିଲେ, ସଞ୍ଜୟ କୁମାର ଜଣେ ସଚ୍ଚୋଟ ବ୍ୟକ୍ତି। ୩୦ ବର୍ଷ ଧରି ସେ ଦେଶ ଓ ଦୁନିଆ ପ୍ରତି ସମର୍ପିତ ରହି କାମ କରଛନ୍ତି। ସେ ଅତ୍ୟାଧିକ ସମ୍ମାନିତ ବ୍ୟକ୍ତି। ଏହା କେବଳ ଗୋଟିଏ ଭୁଲ ଥିଲା, ସେ କ୍ଷମା ମାଗି ନେଇଛନ୍ତି ଓ ଟ୍ବିଟ୍ ହଟାଇ ଦେଇଛନ୍ତି। ସେ ସାର୍ବଜନୀନ ରୂପରେ କ୍ଷମା ମାଗିଛନ୍ତି। 

ସଞ୍ଜୟ କୁମାର ଏକ୍ସ ପୋଷ୍ଟରେ ଡାଟା ଏରର  ବୋଲି କହିବା ସହ କ୍ଷମା ମାଗିଛନ୍ତି। ସେ ଏକ୍ସ  ପୋଷ୍ଟ‌ରେ ଲେଖିଛନ୍ତି, ମୁଁ ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କି କରିଥିବା ଟ୍ବିଟ ପାଇଁ କ୍ଷମା ମାଗୁଛି। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନର ଡାଟା ତୁଳନାରେ ଏରର ଥିଲା। ଆମର ଡାଟା ଟିମ୍ ଡାଟା ଲାଇନ୍ ମିସ ହୋଇଯାଇଥିଲା। ଟ୍ବିଟକୁ ହଟାଇ ଦିଆଯାଇଛି।  ଭୁଲ ସୂଚନା ଦେବାର ମୋର କୌଣସି ଉଦେଶ୍ୟ ନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.