ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଚିଲିକା ଏବଂ ପୂର୍ବ ଉପକୂଳକୁ ବିସ୍ତାର ହୋଇପାରିବ ସି-ପ୍ଲେନ୍‌ ସେବା: କେନ୍ଦ୍ରମନ୍ତ୍ରୀ ରାମ ମୋହନ ନାଇଡୁ

Published By : Tapas Panda | August 25, 2025 7:32 PM

Image Courtesy: livemint

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅକ୍ଟୋବର ମାସରୁ ଅତି କମରେ ଦୁଇଟି ରୁଟରେ ସିପ୍ଲେନ୍ ଚଳାଇବା ପାଇଁ ପ୍ରସ୍ତୁତି କରୁଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ସୋମବାର ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଏକ ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ପୂର୍ବରୁ ସିପ୍ଲେନ୍ ଚାଲିଥିଲା, କିନ୍ତୁ ଏହା କେବଳ ଗୋଟିଏ ରୁଟରେ ସୀମିତ ଥିଲା। ସରକାର ସିପ୍ଲେନ୍ ଚଳାଇବା ପାଇଁ ନିର୍ଦ୍ଦେଶାବଳୀକୁ ସହଜ କରିଛନ୍ତି ଏବଂ ଆମେ ଆଶା କରୁଛୁ ଯେ, ଅକ୍ଟୋବର ସୁଦ୍ଧା ଦେଶରେ ଦୁଇଟି ସିପ୍ଲେନ୍ ରୁଟ୍ ରହିବ । ଆଣ୍ଡାମାନ ଏବଂ ନିକୋବର, କେରଳ କିମ୍ବା ଆନ୍ଧ୍ର ପ୍ରଦେଶ ନେଟୱାର୍କରେ ଚାଲିବ।’

କେନ୍ଦ୍ରମନ୍ତ୍ରୀ କହିଛନ୍ତି ସିପ୍ଲେନ୍‌ ସେବା ଓଡ଼ିଶାର ଚିଲିକା ହ୍ରଦ ଏବଂ ସମଗ୍ର ପୂର୍ବ ଉପକୂଳକୁ ବିସ୍ତାର କରାଯାଇପାରିବ। ଏହି ସେବା ଯେକୌଣସି ଜଳାଶୟରେ ଆରମ୍ଭ କରାଯାଇପାରିବ । ଯେଉଁଠି ଗଭୀରତା ୫ ଫୁଟରୁ ଅଧିକ ଏବଂ ଅବତରଣ ସ୍ଥାନ ୨୦୦ ମିଟରରୁ ଅଧିକ ଥିବ। ସେ କହିଛନ୍ତି ଯେ, ଜଳ ବିମାନ ପରିଚାଳନା ପାଇଁ ଓ୍ବାଟରଡ୍ରୋମ ସ୍ଥାପନ ଏବଂ ପାଇଲଟମାନଙ୍କୁ ତାଲିମ ଦେବା ପାଇଁ ନିୟମ ମଧ୍ୟ ସହଜ କରାଯାଇଛି। 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମ୍ମିଳନୀରେ ଉପସ୍ଥିତ ଏୟାର ଲାଇନ୍‌ ଅପରେଟରଙ୍କୁ ଏହା ମଧ୍ୟ କହିଥିଲେ ଯେ, ଏହା ସେମାନଙ୍କ ପାଇଁ ମଧ୍ୟ ଏକ ଭଲ ସୁଯୋଗ । କାରଣ ସିପ୍ଲେନ୍ ସେବାରେ ବହୁତ ସମ୍ଭାବନା ଅଛି । ସେପଟେ  ସି-ପ୍ଲେନ୍‌ ସେବା ଲାଗି ରାଜ୍ୟଗୁଡ଼ିକୁ ନୂଆ ନୂଆ ଯୋଜନା ଦେବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ଅପିଲ୍‌ କରିଛନ୍ତି । 

ନୂଆ ଯୋଜନା ଦ୍ଵାରା ଏହାର ନେଟୱାର୍କ ବିସ୍ତାର କରାଯାଇପାରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଅନୁଯାୟୀ, ଉଡ଼ନ୍ତା ତାଲିମ ସଂଗଠନର ଚାହିଦା ବୃଦ୍ଧି ପାଉଛି । ବର୍ତ୍ତମାନ ୧୭୦୦ ବିମାନ ପାଇଁ ଅର୍ଡର ଦିଆଯାଇଛି । ପ୍ରତ୍ୟେକ ବିମାନ ପାଇଁ ୨୦ରୁ ୩୦ ଜଣ ପାଇଲଟଙ୍କ ଆବଶ୍ୟକତା ରହିଛି। କେବଳ ଭାରତରେ ପାଇଲଟଙ୍କ ଏହି ଚାହିଦା ପୂରଣ କରିବା ପାଇଁ, ପ୍ରତିବର୍ଷ ୩୦୦୦ ପାଇଲଟଙ୍କୁ ତାଲିମ ଦେବାକୁ ପଡିବ। ସେ କହିଛନ୍ତି ଯେ, ଭାରତ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଗ୍ଲୋବାଲ ଲିଡର ହେବାକୁ ଚାହୁଁଛି । ତେଣୁ ତାଲିମ ସଂଗଠନଗୁଡ଼ିକୁ ମଧ୍ୟ ଅନ୍ତର୍ଜାତୀୟ ମାନର କରିବାକୁ ପଡିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.