ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଜମ୍ମୁକାଶ୍ମୀରକୁ ପୂର୍ଣ୍ଣରାଜ୍ୟ ମାନ୍ୟତା ଦାବିକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କହିଲେ ମୋଦୀଙ୍କ ସହ ପ୍ରଥମ ବୈଠକରେ...

Published By : Ladu Kishor | August 25, 2025 6:30 PM

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ କହିଛନ୍ତି ଯେ, ଆମେ ଆଶା କରୁଛୁ ଯେ ଏହି ମାମଲା ଆସିବା ପରେ ଏକ ସମୟସୀମା ଧାର୍ଯ୍ୟ କରିବେ ସୁପ୍ରିମକୋର୍ଟ ଏବଂ ଆମେ ଶୀଘ୍ର ରାଜ୍ୟ ମାନ୍ୟତା ଫେରି ପାଇବୁ।

ନ୍ୟାସନାଲ କନଫରେନ୍ସ ନେତା ଅବଦୁଲ୍ଲା କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ ଯେ ସୁପ୍ରିମକୋର୍ଟ ଅକ୍ଟୋବର ୧୦ ପୂର୍ବରୁ ଏହି ମାମଲାର ଶୁଣାଣି କରିବାକୁ ପ୍ରସ୍ତୁତ ନୁହଁନ୍ତି । ଓମାର ଅବଦୁଲ୍ଲା କହିଛନ୍ତି, "ଆମେ ଆଶା କରିଥିଲୁ ଯେ, ଭାରତ ସରକାର ଯଥାଶୀଘ୍ର ଆମକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିଦେବେ । ଆମ ସରକାର ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ଆମେ ପୁନରୁଦ୍ଧାର ପାଇଁ ଏକ ସଂକଳ୍ପ ପାରିତ କରିଛୁ।"

ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ପ୍ରଥମ ସାକ୍ଷାତରେ, ମୁଁ ତାଙ୍କୁ ସଂକଳ୍ପର ଏକ କପି ପ୍ରଦାନ କରିଥିଲି। ଆମେ ଆଶାବାଦୀ ରହିଲୁ ଏବଂ ଧର୍ଯ୍ୟ ଦେଖାଇଲୁ, କିନ୍ତୁ ଏହି ପ୍ରସଙ୍ଗରେ ଆହୁରି ଅପେକ୍ଷା କରିବା ବ୍ୟତୀତ ଆମକୁ କିଛି ମିଳିଲା ନାହିଁ।"

ଓମାର ଅବଦୁଲ୍ଲା କହିଛନ୍ତି କି, "ସେ ଆଜି ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ, କାରଣ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସୁପ୍ରିମକୋର୍ଟ ରାଜ୍ୟର ସ୍ଥିତି ପୁନଃସ୍ଥାପନ ପାଇଁ କୌଣସି ସମୟସୀମା ସ୍ଥିର କରିନଥିଲେ।" 

ରାଜନୈତିକ ବନ୍ଦୀଙ୍କ ମୁକ୍ତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ମେହବୁବା ମୁଫତିଙ୍କ ପ୍ରତିବାଦ ଉପରେ ଓମାର ଅବଦୁଲ୍ଲା କହିଛନ୍ତି ଯେ, ତାଙ୍କୁ ଜମ୍ମୁ-କାଶ୍ମୀରର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁଥିବା କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମ୍ମୁଖରେ ତାଙ୍କର ପକ୍ଷ ରଖିବା ଉଚିତ। "ଆମେ ସମସ୍ତେ ଜାଣୁ ଯେ, ଜମ୍ମୁ-କାଶ୍ମୀରର ସୁରକ୍ଷାର ସମସ୍ତ ଦିଗ ସିଧାସଳଖ ନୂଆଦିଲ୍ଲୀରୁ ଦେଖାଯାଏ। ମୁଁ ମେହବୁବା ମୁଫତିଙ୍କୁ ଦିଲ୍ଲୀ ଯାଇ ଗୃହମନ୍ତ୍ରୀଙ୍କୁ ଭେଟି ପରିସ୍ଥିତି ବିଷୟରେ ଅବଗତ କରାଇବାକୁ କହିବି। ରାଜନୈତିକ ବନ୍ଦୀଙ୍କ କଲ୍ୟାଣ ପାଇଁ ଆମେ ଯେତେ ଚିନ୍ତିତ ହେଉନା କାହିଁକି, ଆମେ କିଛି କରିପାରିବୁ ନାହିଁ।"

ଆପଣଙ୍କୁ ଜଣାଇ ଦେଉଛୁ ଯେ ଅଗଷ୍ଟ ୧୪ ତାରିଖରେ ସୁପ୍ରିମକୋର୍ଟରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରୁଥିବା ଆବେଦନର ଶୁଣାଣି ହୋଇଥିଲା। ଏହି ସମୟରେ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୮ ସପ୍ତାହ ମଧ୍ୟରେ ଆବେଦନ ଉପରେ ଲିଖିତ ଉତ୍ତର ଦାଖଲ କରିବାକୁ କହିଥିଲେ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.