ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଲଗାଣ ବର୍ଷାରେ ବେହାଲ ରାଜସ୍ଥାନ, ଗାଁଠୁ ସହର ସବୁଠି ହାହାକାର; ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା

Published By : Tapas Panda | August 25, 2025 8:20 PM

Image Curtesy: jagran

ଜୟପୁର: ରାଜସ୍ଥାନରେ ପ୍ରକୃତିର କରାଳ ରୂପ । ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ରାଜ୍ୟ । ଚାରିଆଡ଼େ ଖାଲି ପାଣି, ପାଣି ଆଉ ପାଣି  । ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି । ପ୍ରବଳ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।  ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।   ଗତ କିଛି ଦିନ ଧରି ରାଜସ୍ଥାନର ଅଧିକାଂଶ ଜିଲ୍ଲାରେ ବର୍ଷା ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି । ଅନେକ ସ୍ଥାନରେ ପରିସ୍ଥିତି ଏତେ ଭୟଙ୍କର ହୋଇଯାଇଛି ଯେ, ସେନାକୁ ସାହାଯ୍ୟ ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଦାୟିତ୍ୱ ନେବାକୁ ପଡିଛି । 

ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ବାୟୁସେନା ମଧ୍ୟ ଏହାର ବିମାନ ନିୟୋଜିତ କରିଛି । କୋଟା, ବୁନ୍ଦି, ସୱାଇ ମାଧୋପୁର ଏବଂ ଝାଲାୱାର ଜିଲ୍ଲାରେ ପରିସ୍ଥିତି ସବୁଠାରୁ ଗମ୍ଭୀର। ହାଦୌତି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବହୁତ ଧନଜୀବନ କ୍ଷତି ହୋଇଛି। ଅନେକ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି ଏବଂ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାଜସ୍ଥାନରେ ବର୍ଷାଜନିତ ଘଟଣାରେ ଏପର୍ଯ୍ୟନ୍ତ ୯୧ ଜଣ ଲୋକ ପ୍ରାଣ ହରାଇଛନ୍ତି । 

ବର୍ଷା ଯୋଗୁଁ ରାଜସ୍ଥାନର ରାଜଧାନୀ ଜୟପୁରରେ ଆଲର୍ଟ ଜାରି ହୋଇଛି ।  ଅନେକ ଗ୍ରାମାଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଗାଁଗୁଡ଼ିକର କଲଭର୍ଟ ଏବଂ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ସାଧାରଣ ଲୋକମାନେ ଯାତାୟାତ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଜିଲ୍ଲା ପ୍ରଶାସନ ସୋମବାର ଏବଂ ମଙ୍ଗଳବାର ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛି । ସହାୟତା ଲାଗି ଟେଲିଫୋନ ନମ୍ବର ଜାରି କରିଛି ପ୍ରଶାସନ ।

ଗତ ୨୪ ଘଣ୍ଟା ମଧ୍ୟରେ ନାଗୌର ଜିଲ୍ଲାର ମୁଖ୍ୟାଳୟରେ ୧୭୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅଜମେରର ନାସିରାବାଦରେ ୫୧ ମିଲିମିଟର, ବିକାନେରରେ ୯୧ ମିଲିମିଟର, ଜୟପୁରର ଜାଲସୁରେ ୪୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଡାଉସର ଲାଲସୋଟରେ ୬୨ ମିଲିମିଟର, ରାମଗଡ-ପାଚୱାରାରେ ୫୯ ମିଲିମିଟର, ଢ଼ୋଲପୁରରେ ୫୭ ମିଲିମିଟର, ହନୁମାନଗଡର ଗୋଲୁୱାଲାରେ ୯୨ ମିଲିମିଟର, ସାଙ୍ଗରିଆରେ ୯୦ ମିଲିମିଟର, ପିଲିବାଙ୍ଗାରେ ୭୩ ମିଲିମିଟର, ଝୁନଝୁନୁର ମାଲସିସରରେ ୫୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ବନ୍ୟା ଯୋଗୁଁ ବୁନ୍ଦିର ପରିସ୍ଥିତି ଚିନ୍ତାଜନକ। ଜିଲ୍ଲାର ମୁଖ୍ୟାଳୟ ସହିତ ଅନେକ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ ଜଳ ଘେର‌ରେ ରହିବାକୁ ବାଧ୍ୟ ହୋଇଛନ୍ତି।  ଏହି ସମୟରେ ଗାଁ ଲୋକଙ୍କ ପାଇଁ ଦେବଦୂତ ସାଜିଛି ସେନା । ୧୭ ରାଜପୁତାନା ରାଇଫଲ୍ସର ବନ୍ୟା ରିଲିଫ୍ ଦଳ ବଡ଼ ଦାଣ୍ଡଲା ସହରରୁ ମହିଳା ଏବଂ ପିଲାମାନଙ୍କ ସମେତ ୪୧ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି । 

ଏହି ବର୍ଷ ବର୍ଷା ବହୁ ଦଶନ୍ଧୀର ରେକର୍ଡ ଭାଙ୍ଗିଛି। ନୌଗଡ଼ ଜିଲ୍ଲାରେ ବର୍ଷା ୫୦ ବର୍ଷର ରେକର୍ଡ ଭାଙ୍ଗିଛି। ଏହାର ପରିଣାମ ସ୍ୱରୂପ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବରୁ ୧୯୭୫ ମସିହାରେ ଏଠାରେ ଏପରି ପ୍ରବଳ ବର୍ଷା ହୋଇଥିଲା। ୧୯୯୬ ମସିହାରେ ମଧ୍ୟ ପରିସ୍ଥିତି ବହୁତ ଖରାପ ହୋଇଯାଇଥିଲା। ଏବେ ଲୋକଙ୍କ ଘର ଭିତରେ ଦୁଇ ଫୁଟ ପର୍ଯ୍ୟନ୍ତ ପାଣି ଭର୍ତ୍ତି ହୋଇ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.