ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସରକାରୀ କାମରେ ବ୍ୟବହାର ହେବ ନାହିଁ ପେନଡ୍ରାଇଭ; ଜାଣନ୍ତୁ କେଉଁ ରାଜ୍ୟ ଜାରି କଲା କଡା ନିୟମ

Published By : Bijay Swain | August 25, 2025 6:34 PM

ଶ୍ରୀନଗର: ସମସ୍ତ ସରକାରୀ ତଥ୍ୟକୁ ସୁରକ୍ଷିତ ରଖିବାକୁ ସରକାର ନେଲେ ବଡ ନିଷ୍ପତ୍ତି। ଏଣିକି ସମସ୍ତ ସରକାରୀ କାମରେ ଆଉ ବ୍ୟବହାର ହୋଇପାରିବ ନାହିଁ ପେନଡ୍ରାଇଭ। ସୁରକ୍ଷାକୁ ପ୍ରାଥମିକତା ଦେଇ ଜମ୍ମୁ ଓ କାଶ୍ମୀର ସରକାର ନେଇଛନ୍ତି କିଛି ଏହିଭଳି ନିଷ୍ପତ୍ତି। ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ। ସାଇବର ସିକ୍ୟୁରିଟି ଓ ଡାଟା ହେରଫେରରୁ ବର୍ତ୍ତିବା ପାଇଁ ଜମ୍ମୁ ଓ ଶ୍ରୀନଗରର ସମସ୍ତ ସାଧାରଣ ପ୍ରଶାସନ ବିଭାଗରେ କୌଣସି ପ୍ରକାରର ପେନଡ୍ରାଇଭ ବ୍ୟବହାର ନକରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। 

ଖବର ମୁତାବକ, ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶ ମୁତାବକ ଆଗକୁ ସମସ୍ତ ସରକାରୀ କାମରେ ପେନଡ୍ରାଇଭ ବ୍ୟବହାରକୁ ବାରଣ କରାଯାଇଛି। ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ “ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ସାଇବର ସୁରକ୍ଷା ବଢାଇବା ସହ ଡାଟା ଚୋରିକୁ ରୋକିବା ପାଇଁ, ଭାଇରସ ଆକ୍ରମଣ ଓ ଅନଧିକୃତ ଅଧିଗ୍ରହଣକୁ ରୋକିବା ପାଇଁ ଜମ୍ମୁ ଓ ଶ୍ରୀନଗରର ସାଧାରଣ ପ୍ରଶାସନ ବିଭାଗର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଆଗକୁ ପେନଡ୍ରାଇଭ ବ୍ୟବହାରକୁ ନିଷେଧ କରାଯାଇଛି।”

ତେବେ କୌଣସି କାରଣବଶତ ଆବଶ୍ୟକତା ପଡିଲେ କୌଣସି ବିଭାଗ କଣ୍ଟ୍ରୋଲରଙ୍କ ଅନୁମତି କ୍ରମେ ୨ରୁ ୩ଟି ପେନଡ୍ରାଇଭ କରିପାରିବେ। କିନ୍ତୁ ଏହି ଅନୁମତି ପାଇବା ପୂର୍ବରୁ ଏନେଇ ଉକ୍ତ ବିଭାଗର ପ୍ରମୁଖ ସଚିବ ଏନେଇ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ (SIO), ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIA)କୁ ଜଣାଇବାର ଆବଶ୍ୟକତା ରହିଛି। ଅନୁମତି ମିଳିବା ପରେ ଉକ୍ତ ବିଭାହ NIAକୁ ପେନଡ୍ରାଇଭ ହସ୍ତାନ୍ତର କରିବେ। ଏହାପରେ NIA ଉକ୍ତ ପେନଡ୍ରାଇଭରେ ରିକନଫିଗ୍ୟୁରେସନ, ଅଡିଟ ଆଣ୍ଡ କଣ୍ଟ୍ରୋଲ ଓ ଓନରସିପ୍ ରେଜିଷ୍ଟ୍ରେସନ କରିବା ପରେ ଉକ୍ତ ପେନଡ୍ରାଇଭକୁ ବ୍ୟବହାର କରାଯାଇପାରିବ ବୋଲି ପ୍ରାବଧାନ ରହିଛି। 

ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବ ଯଦି ବର୍ତ୍ତମାନ ପେନଡ୍ରାଇଭରେ ଡାଟା ଟ୍ରାନ୍ସଫର ହେବ ନାହିଁ ତେବେ ବର୍ତ୍ତମାନ ଡାଟା ଟ୍ରାନ୍ସଫର କିପରି ହେବ। ଏହି ଅସୁବିଧାକୁ ଲକ୍ଷ୍ୟ କରି ଜମ୍ମୁ ଓ କାଶ୍ମୀର ସରକାର ଏକ କ୍ଲାଉଡ-ବେସ ନୂଆ ପୋର୍ଟାଲ କାର୍ଯ୍ୟକ୍ଷମ କରାଇଛନ୍ତି। ଯାହା ମାଧ୍ୟମରେ ସମସ୍ତ ସରକାରୀ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୫୦ ଜିବିର ଅତିରିକ୍ତ ସିକ୍ୟୋର ଷ୍ଟୋରେଜ ମିଳିବ। ଏହାସହ ଅଫିସର କୌଣସି କାଗଜପତ୍ରର ଦସ୍ତାବିଜ କୌଣସି ମେସେଜିଂ ପ୍ଲାଟଫର୍ମରେ ସେୟାର କରିବା ଉପରେ ମଧ୍ୟ ନିଷେଧାଦେଶ ଲାଗୁ କରାଯାଇଛି। 

ଯଦି କୌଣସି କର୍ମଚାରୀ ଏହି ନୂତନ ନିୟମକୁ ଅନୁପାଳନ ନକରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିୟମ ଜାରି କରାଯାଇଛି। ସମସ୍ତ ବିଭାଗ ଏହି ନୂତନ ପଦ୍ଧତିକୁ ତତ୍କାଳ ପ୍ରଭାବରେ କାର୍ଯ୍ୟକ୍ଷମ କରିବକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.