ସାଲେପୁର, ୨୫/୦୮: ସାଲେପୁରକୁ ଏନଏସି ମାନ୍ୟତା ଦାବି । ଅଞ୍ଚଳରେ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ମଧ୍ୟ ଏନଏସି ପ୍ରଦାନ କରାଯାଇନାହିଁ । ଏହାର ପ୍ରତିବାଦରେ ସୋମବାର ସାଲେପୁର କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତା ଆକ୍ୟୁବ ଖାଁଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ପ୍ରଦୀପ୍ତ କୁମାର ଦାସ, ସୌମ୍ୟରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

ଜମ୍ମୁକାଶ୍ମୀରକୁ ପୂର୍ଣ୍ଣରାଜ୍ୟ ମାନ୍ୟତା ଦାବିକୁ ଦୋହ...