ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଯୁଜର୍ସ ଫି ହଡ଼ପ କରିବା ଅଭିଯୋଗ ; କୋଟିପତି କିରାଣୀ କିଶୋର ସାହାଣୀ ଗିରଫ

Published By : Gurupada Nath | August 23, 2025 4:53 PM

କଟକ,୨୩/୮ :  ଗିରଫ ହେଲେ କୋଟିପତି କିରାଣୀ କିଶୋର ସାହାଣୀ । କଟକ ସିଟି ହସ୍ପିଟାଲର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବା କିଶୋର ପ୍ରାୟ ଦେଢ଼ କୋଟି ତାଙ୍କର ଯୁଜର୍ସ ଫି ହଡ଼ପ କରିଥିବା ସଂଗୀନ ଅଭିଯୋଗ ହୋଇଛି । ଏହା ବ୍ୟତିତ, ସେ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । 

ଶୁକ୍ରବାର କିଶୋରଙ୍କ ଘର ସମେତ ୫ ସ୍ଥାନରେ ଭିଜିଲାନ୍ସ ରେଡ କରିଥିଲା । ଚଢ଼ଉବେଳେ ୨ଟି ବୃହତ ଅଟ୍ଟାଳିକା ଗୋଟିଏ ଫାର୍ମ ହାଉସ ଏବଂ ୧୯ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏ ସବୁ ବାଦ ଆହୁରି ଅନେକ ସମ୍ପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟର ପ୍ରାୟ ୨ଶହ ୧ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ଏସପି କହିଛନ୍ତି । ଏହି ହେରାଫେରୀରେ କିଶୋରଙ୍କ ସ୍ତ୍ରୀ ସମ୍ପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ତାଙ୍କ ନାଁରେ ମଧ୍ୟ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ । ଆବଶ୍ୟକ ହେଲେ ଅଧିକ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କୁହାଯାଇଛି । ୨୦୧୦ରୁ ୨୦୧୬  ମଧ୍ୟରେ ସିଟି ହସ୍ପିଟାଲର ଯୁଜର୍ସ ଫି ବାବଦୀୟ ପ୍ରାୟ ୧ କୋଟି ୨୪ ଲକ୍ଷ ଟଙ୍କା କିଶୋର ହଡପ କରିଥିବାର ସଂଗୀନ ଆରୋପ ରହିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.