ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆକ୍ସନ୍‌ ମୋଡ୍‌ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି, ଅନୁପସ୍ଥିତ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ନୋଟିସ୍‌

Published By : Manoj | August 23, 2025 10:46 AM

ଗୋପାଳପୁର,୨୩/୦୮: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବୁଧବାର ସନ୍ଧ୍ୟାରେ ଛାତ୍ର  ଓ ଅଣଛାତ୍ର ମୁହାଁମୁହିଁ ଘଟଣା ଏବଂ ପରବର୍ତ୍ତୀ ବିଶୃଙ୍ଖଳାକୁ ନଜରରେ ରଖି କର୍ତ୍ତୃପକ୍ଷ ଆକ୍ସନ୍‌ ମୋଡ୍‌କୁ ଓହ୍ଲାଇଛନ୍ତି । କ୍ୟାମ୍ପସ୍‌ରେ ବିଶୃଙ୍ଖଳା ନହେବା ଏବଂ ଶୈକ୍ଷିକ ବାତାବରଣ ବଜାୟ  ରଖିବା ପାଇଁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି ।  

କୁଳପତି ପ୍ରଫେସର୍‌ ଦାଶ ଶୁକ୍ରବାର  ପ୍ରାୟ ୭ଟି ପିଜି (ସ୍ନାତକୋତ୍ତର) ବିଭାଗ  ଅଚାନକ ପରିଦର୍ଶନ କରିଥିଲେ । ଶ୍ରେଣୀରେ  ଅନୁପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ  କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।  ଛାତ୍ରଛାତ୍ରୀ ଜବାବ ଦେବା ପରେ ଆଲୋଚନା  କରାଯିବ । ଆବଶ୍ୟକ ସ୍ଥଳେ ପରୀକ୍ଷାରୁ  ବାଦ୍‌ ଦିଆଯିବ ବୋଲି ସୂଚନା ମିଳିଛି ।  ସେହିଭଳି କୁଳପତିଙ୍କ ନିର୍ଦ୍ଦେଶରେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ମଧ୍ୟ ୧୦ଟି ପିଜି ବିଭାଗ  ପରିଦର୍ଶନ କରି ତଥ୍ୟ ପ୍ରଦାନ କରିଛନ୍ତି । ଅନୁପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ କାରଣ  ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।  

ଗୁରୁବାର କୁଳସଚିବଙ୍କ ବିଜ୍ଞପ୍ତି  ଅନୁସାରେ, ଶୁକ୍ରବାର ସକାଳୁ ନାଲ୍‌କୋ  ଗେଟ୍‌ରେ ପ୍ରବେଶ ପାଇଁ ଛାତ୍ରଛାତ୍ରୀଙ୍କ  ପରିଚୟପତ୍ର ଯାଞ୍ଚ କରାଯାଇଥିଲା ।  ପରିଚୟପତ୍ର ସାଙ୍ଗରେ ଆଣିନଥିବା  ଛାତ୍ରଛାତ୍ରୀଙ୍କୁ ପ୍ରବେଶ ସୁଯୋଗ  ଦିଆଯାଇନଥିଲା । ସନ୍ଧ୍ୟା ୫ଟା ପର ଠାରୁ କ୍ୟାମ୍ପସ୍‌ରେ ରହୁଥିବା ଶିକ୍ଷକ, କର୍ମଚାରୀ  ପରିଚୟପତ୍ର ଦେଖାଇ ଭିତରକୁ  ପ୍ରବେଶ କରିଥିଲେ । ନଚେତ୍‌ ପ୍ରବେଶ  ସୁଯୋଗ ମିଳି ନଥିଲା ।ଏଥିନିମନ୍ତେ  ଗଠିତ ଦୁଇଟି କମିଟି ପ୍ରତିଦିନ ହଷ୍ଟେଲ୍‌  ତଦାରଖ କରି ତଥ୍ୟ ଦାଖଲ କରିବାକୁ  କୁହାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ଏବଂ ବିକ୍ଷୋଭ  ପାଇଁ ଗୋପାଳପୁର ଥାନାକୁ ଯାଇଥିବା  ବିଦ୍ୟାର୍ଥୀମାନଙ୍କୁ ତଦନ୍ତ ପରେ କାରଣ  ଦର୍ଶାଅ ନୋଟିସ୍‌ ଜାରି ହେବ । ଥାନା  ଘେରାଉରେ ସାମିଲ ଥିବା ଛାତ୍ରଙ୍କୁ  ତଦନ୍ତ ପରେ ହଷ୍ଟେଲ୍‌ରୁ ବାହାର କରି  ଦିଆଯିବ । ସିସିଟିଭି ଫୁଟେଜ୍‌ ଯାଞ୍ଚ  ପରେ ସୁରକ୍ଷାକର୍ମୀଙ୍କ ବିରୋଧରେ ମଧ୍ୟ  କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି  କହିଛନ୍ତି କୁଳପତି ପ୍ରଫେସର ଦାଶ ।  

ସୂଚନାଯୋଗ୍ୟ ଯେ, ପୂର୍ବରୁ ଛାତ୍ର ଅଶାନ୍ତି  ଯୋଗୁଁ ୧୪ ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ରୁ  ବହିଷ୍କାର କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.