ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଅସୁସ୍ଥ ଓଟ ଅଲୋଡ଼ା: ଗଛରେ ବାନ୍ଧି ପଳାଇଲା ମାଲିକ, ଭୋକରେ ହେଉଛି ଆଉଟୁ ପାଉଟୁ

Published By : Manoj | August 23, 2025 2:59 PM

କୁତ୍ରା,୨୩/୦୮: ବୁଢ଼ା ହୋଇଯାଇଥିଲା । ତଥାପି ଚିହ୍ନୁଥିଲା ମାଲିକର ପେଟ । ପିଠିରେ ବସାଇ ଯାତ୍ରୀଙ୍କୁ ବୋହୁଥିଲା । ମନୋରଞ୍ଜନ କରୁଥିଲା । ପାଟି ଖୋଲୁ ନ ଥିବାରୁ ଦାବି ବୋଲି କିଛି ନ ଥିଲା । ଯାହା ମିଳୁଥିଲା ଖାଉଥିଲା । ନ  ଦେଲେ ନିରବ ରହୁଥିଲା । ଆଦାୟ ଟଙ୍କାରେ ମାଲିକର ପକେଟ୍‌ ଗରମ ହେଉଥିଲା । ହେଲେ ଯେବେଠୁ ଅସୁସ୍ଥ ହେଲା ସେବେଠୁ ପର  ହୋଇଗଲା । ମାଲିକ ନିଷ୍ଠୁର ହୋଇଗଲା। ଗଛରେ  ବାନ୍ଧିଦେଇ ପଳାଇଲା । ଦୁଇଦିନ ହେଲା ରୋଗଣା  ଓଟ ବର୍ଷାରେ ଭିଜୁଛି । ଭୋକରେ ଆଉଟୁ ପାଉଟୁ  ହେଉଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ  ତେଲିଘଣା ଆମ୍ବ ବଗିଚାରେ ଦେଖିବାକୁ ମିଳିଛି  ପ୍ରାଣୀ ନିର୍ଦ୍ଦୟତାର ଏଭଳି କରୁଣ ଚିତ୍ର ।   

ସ୍ଥାନୀୟ ଲୋକଙ୍କ କହିବା କଥା, ରାଜସ୍ଥାନର ଜଣେ ବ୍ୟକ୍ତି ଓଟଟିକୁ ଆଣି କୁତ୍ରା ଅଞ୍ଚଳରେ  ବୁଲାଉଥିଲେ । ଘର ଘର ବୁଲି ଯାହା ରୋଜଗାର କରୁଥିଲେ ସେଥିରେ ଚଳୁଥିଲେ । ଓଟଟି ଅତି  ଦୁର୍ବଳ ହୋଇଯାଇଥିଲା । ଚାଲିବାକୁ ବଳ ପାଉ  ନ ଥିଲା । ଶରୀର କଙ୍କାଳସାର ହୋଇଯାଇଥିଲା । ଓଟଟି ଅସୁସ୍ଥ ହୋଇପଡ଼ିବା ପରେ ମାଲିକ ଏହାକୁ  ଗଛରେ ବାନ୍ଧି ଦେଇ ପଳାଇଛି । ନିରୀହ ପ୍ରାଣୀ  ଦୁଇଦିନ ହେଲା ତେଲିଘଣା ଆମ୍ବ ବଗିଚାରେ  ବନ୍ଧା ହୋଇ ପଡ଼ି ରହିଛି । ଲଘୁଚାପ ପ୍ରଭାବରେ  ହେଉଥିବା ପ୍ରବଳ ବର୍ଷାରେ ଭିଜୁଛି । ଫଳରେ ତା’  ଦେହ ଆହୁରି ଖରାପ ହୋଇଯାଇଛି । ଦୁଇଦିନ  ହେଲା ଭୋକିଲା ଅଛି । ତଥାପି ମାଲିକର ବାଟକୁ  ଚାହିଁ ବସିଛି । ଅନ୍ୟପଟେ ମାଲିକର ବ୍ୟାଗ୍‌ ଗଛ  ପାଖରେ ରଖାଯାଇଥିବା ଦେଖିବାକୁ ମିଳିଛି ।  ମାଲିକ ଜଣକ କୁଆଡ଼େ ଓ କେଉଁ ପରିସ୍ଥିତିରେ  ଗାଏବ ହୋଇଗଲେ ତାହା କେହି ଜାଣିନାହାନ୍ତି । ତୁରନ୍ତ ପ୍ରାଣୀଧନ ବିଭାଗ ଓଟକୁ ଉଦ୍ଧାର କରି  ଚିକିତ୍ସା କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.