ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଦେଶୀ ଓ ରାଷ୍ଟ୍ରପ୍ରେମର ଭାବନା ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ

Published By : Gurupada Nath | August 23, 2025 8:43 PM

କଟକ,୨୩/୮ :  ଓଡ଼ିଶାର ବରପୂତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ଟ୍ୟାନେରୀ ବ୍ୟବସାୟ ପାଇଁ ନୁହେଁ ବରଂ ସମାଜରେ ସ୍ୱଦେଶୀ ଭାବନାର ପ୍ରେରଣା ଜାଗ୍ରତ କରିବା ପାଇଁ ତିଆରି କରିଥିଲେ। ଆମକୁ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଦେଶୀ ଓ ରାଷ୍ଟ୍ରପ୍ରେମର ଭାବନା ତିଆରି କରିବା ପାଇଁ ପଡ଼ିବ, ଯାହା ଦ୍ୱାରା ମଧୁବାବୁଙ୍କଠାରୁ ଆରମ୍ଭ କରି ଧର୍ପପଦ ଓ ବାଜି ରାଉତଙ୍କ ଭଳି ପିଲାମାନେ ତିଆରି ହେବେ ବୋଲି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶନିବାର କଟକ କାଳିଆବୁଦାସ୍ଥିତ ‘କମଳାକାନ୍ତ ବିଦ୍ୟାପୀଠ’ର “ହୀରକ ଜୟନ୍ତୀ ସମାରୋହ-୨୦୨୫”ର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, କଟକ ଭଳି ଅଞ୍ଚଳକୁ ଗୁରୁ ନାନକଙ୍କ ଭଳି ପୁଣ୍ୟାତ୍ମା ଆସିଥିଲେ । ସେଭଳି ଅଞ୍ଚଳରେ ତତ୍କାଳୀନ ମହନ୍ତ ମହାରାଜ ସ୍ୱର୍ଗତ କମଳାକାନ୍ତ ଦେବଙ୍କ ବଦାନ୍ୟତା ତଥା ଜମି ଦେବା କାରଣରୁ ମହାନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ‘କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ’ ଭଳି ଅନୁଷ୍ଠାନ ବଟ୍ଟବୃକ୍ଷର ରୂପ ନେଇପାରିଛି । ଦୀର୍ଘ ୬୦ବର୍ଷ ଧରି କଟକରେ ଶିକ୍ଷା କ୍ଷେତ୍ରରେ ପରିଚୟ ତିଆରି କରିଥିବା ଏହି ହାଇସ୍କୁଲରେ ଜୀବନ୍ତତା ଅଛି । କମଳାକାନ୍ତ ଭଳି କଟକରେ ଅନେକ ଅନୁଷ୍ଠାନ ଶହେ ବର୍ଷ ପୁରୁଣା । ଏହି ସ୍କୁଲର ସର୍ବାଙ୍ଗିନ ବିକାଶ କରିବା ପାଇଁ ଆମେ ସାମୂହିକ ଦାୟିତ୍ୱ ନେବାକୁ ସେ ଆହ୍ୱାନ କରିଛନ୍ତି। 

ଓଡ଼ିଶାର ପୁଞ୍ଜି ହେଉଛି ବୌଦ୍ଧିକ କ୍ଷମତା ଏବଂ ମାନବ ସମ୍ବଳ । ରାଜ୍ୟରେ ଅଙ୍ଗନବାଡ଼ିରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ପ୍ରାୟ ୧କୋଟି ଛାତ୍ରଛାତ୍ରୀ ଅଛନ୍ତି । ଅର୍ଥାତ୍ ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତିର ମହାନ ଅବସର ଦେଇଥିବାବେଳେ ୨୦୩୬ରେ ‘ବିକଶିତ ଓଡ଼ିଶା’ ଓ ୨୦୪୭ରେ ‘ବିକଶିତ ଭାରତ’ର ସ୍ୱପ୍ନକୁ ପୂରଣ କରିବା ପାଇଁ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କୁ ବୈଶ୍ୱିକ ଦକ୍ଷତା ସହ ଯୋଡିବା ପାଇଁ ହେବ। କଟକ ସମେତ ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହେବେ। ଏହି ଶୁଭ ଅବସରରେ ଶ୍ରୀ ପ୍ରଧାନ ସ୍ମରଣିକା “ଆ ଫେରିଆ ମୋ ପିଲା ଦିନ” ଉନ୍ମୋଚନ କରିବା ସହ ଏହାର ପ୍ରଶଂସା କରିଥିଲେ । ସ୍କୁଲ ପରିସରରେ ଶ୍ରୀ ପ୍ରଧାନ ତତ୍କାଳୀନ ମହନ୍ତ ମହାରାଜ ସ୍ୱର୍ଗତ କମଳାକାନ୍ତ ଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.