ପାରାଦୀପ,୨୩/୮ : ପାରାଦୀପ ଲକ୍ ଥାନା ଅଞ୍ଚଳର ୮ଜଣ ମାଟ୍ରିକ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଏସିଡ ପକାଇ ଜାଳି ଦେବାକୁ ଧମକ ଦେଇଛନ୍ତି ବିଶ୍ୱାଳି ଗ୍ରାମର ତିନି ଜଣ ଯୁବକ। ଏ ନେଇ ପାରାଦୀପ ଲକ୍ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।
ସୂଚନା ଅନୁସାରେ, ୮ଜଣ ମାଟ୍ରିକ ଛାତ୍ରୀ ସାଙ୍ଗ ହୋଇ ଟିଉସନ ଯାଇଥାନ୍ତି । ଟିଉସନ ଯିବା ବାଟରେ ଏହି ତିନି ଜଣ ଯୁବକ ସବୁବେଳେ ପିଛା କରି ହଇରାଣ କରିଥାନ୍ତି । ଅଶ୍ଳିଳ ଭାଷାରେ କମେଣ୍ଟ ମାରନ୍ତି । ଶୁକ୍ରବାର ଏହି କାର୍ଯ୍ୟ କଳାପ ଚରମ ସୀମାରେ ପହଞ୍ଚିଥିଲା। ଟିଉସନ ଯିବା ବାଟରେ ବହୁ ହଇରାଣ କରିଥିଲେ। କାମିନୀ (ଛଦ୍ମନାମ) ନାମକ ଜଣେ ଛାତ୍ରୀ ପ୍ରତିବାଦ କରିବାରୁ ଯୁବକମାନେ ଅଶ୍ଳିଳ ଭାଷାରେ କହିବା ସହ ଏକ କୋଟି ଟଙ୍କା ଦେଇ କାମିନୀ ସହ ୭ଜଣଙ୍କ ସହ ଦୁଷ୍କର୍ମ କରିବୁ। ଯଦି ଥାନାରେ ଅଭିଯୋଗ କରିବ ତେବେ ଆସିବା ବାଟରେ ପିଲା ଲଗାଇ କାମିନୀ ସମେତ ଅନ୍ଯ ୭ଜଣଙ୍କୁ ରାସ୍ତାକଡ଼ରେ ଦୁଷ୍କର୍ମ କରି ଏସିଡ ପକାଇ ଜାଳି ଦେବାକୁ ଯୁବକମାନେ ଧମକ ଦେଇଛନ୍ତି। କାମିନୀ ଲିଖିତ ଅଭିଯୋଗ କରି କହିଛନ୍ତି ନିଜ ସମେତ ଅନ୍ୟ ୭ଜଣ ସହପାଠିନୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କାମିନୀଙ୍କ ସହ ଅନ୍ୟ ୭ଜଣଙ୍କ ଜୀବନ ରକ୍ଷା ହୋଇପାରନ୍ତା ।