ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସୋଆ କୃଷି କଲେଜ ପକ୍ଷରୁ ଗାଜର ଘାସ ସଚେତନତା ସପ୍ତାହ ଉଦ୍‌ଯାପିତ

Published By : Ladu Kishor | August 25, 2025 9:39 PM

ଭୁବନେଶ୍ୱର ୨୫/୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ (ଆଇଏଏସ୍‌) ପକ୍ଷରୁ ଅଗଷ୍ଟ ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ‘ଗାଜର ଘାସ ସଚେତନତା ସପ୍ତାହ’ ପାଳିତ ହୋଇଯାଇଛି। ପାର୍ଥେନିୟମ୍‌ ଭାବେ ପରିଚିତ ଏହି ଗାଜର ଘାସର ଅନିଷ୍ଟକାରୀ ପ୍ରଭାବ ଓ କୃଷି ପ୍ରତି ଏହା କିପରି କ୍ଷତିକାରକ ଏହି ବିଷୟରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି ସପ୍ତାହ ପାଳିତ ହୋଇଥିଲା।

ଏହି ଉପଲକ୍ଷେ ଶିକ୍ଷାନୁଷ୍ଠାନର କ୍ଷେତ୍ର ବିଜ୍ଞାନ ଓ ଉଦ୍ଭିଦ ଶରୀରତତ୍ୱ ବିଭାଗ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ଯେଉଁଥିରେ ଉଦ୍ଭିଦ ଶରୀରତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ମହାନ୍ତି ଓ କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବାସୁଦେବ ବେହେରା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତ୍ୟାନନ୍ଦ ଜେନା ଓ ବିଶେଷଜ୍ଞ ଶ୍ରୀ ବଳରାମ ସୁବୁଦ୍ଧି ବିଷୟ ଭିତିକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ସମାପନ ଉତ୍ସବରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।

ଏହାଛଡ଼ା ବିଶ୍ୱବିଦ୍ୟାଳୟର ଜାତୀୟ ସେବା ସଂସ୍ଥା (ଏନ୍‌ଏସ୍‌ଏସ୍‌) ତରଫରୁ ୍ରଅଗଷ୍ଟ ୧୮ ତାରିଖରେ ଭୁବନେଶ୍ୱର ଉପକଣ୍ଠ କଳିଙ୍ଗନଗର ଠାରେ ଏକ ରାଲି ଆୟୋଜିତ ହୋଇଥିଲା । ଏହି ରାଲିରେ ୧୦୦ ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ବିକାଶ ପରିଷଦର କର୍ମକର୍ତା ଯୋଗ ଦେଇଥିଲେ ।

ସୋଆ ଏନ୍‌ଏସ୍‌ଏସ୍‌ର ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, ସ୍ଥାନୀୟ ୱେଲଫେୟାର ଆସୋସିଏସନ୍‌ର ସଂପାଦକ ଶ୍ରୀ କ୍ଷେତ୍ରମୋହନ ଧଳ, ଡକ୍ଟର ଦୀପ୍ତନୁ ଦତ, ଡକ୍ଟର ମୁକେଶ କୁମାର ପାତ୍ର ଓ ଡକ୍ଟର ନେହା ପ୍ରଧାନ ଏଥିରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀମତି ରଶ୍ମିପ୍ରଭା ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଅଗଷ୍ଟ ୧୯ ତାରିଖରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାଜର ଘାସ ସଚେତନତା ଆଧାରିତ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହା ଛଡ଼ା ଅଗଷ୍ଟ ୨୦ରେ ନିକଟସ୍ଥ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପାଣିକଟା ଓ ସିଙ୍ଗିର ଶାସନ ଗ୍ରାମରେ ଆଇଏଏସ୍‌ର ୪ର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାଜର ଘାସ ସଚେତନତା ନିମନ୍ତେ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ମନୋରଞ୍ଜନ ରାଉଳ ଓ ସ୍ଥାନୀୟ ସରପଂଚ ଶ୍ରୀ ଭଗବାନ ବେହେରା ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୫୦ ଜଣ ଚାଷୀ ଯୋଗ ଦେଇଥିଲେ । 

ଏହା ଛଡ଼ା ଏହି ସଭାରେ ଆଇଏଏସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ, ପ୍ରଫେସର ବାସୁଦେବ ବେହେରା, ଡକ୍ଟର ସରୋଜ କୁମାର ମହାନ୍ତି, ଡକ୍ଟର ଜଗମୋହନ ଲାଲ ଗୁଲାଟି, ଡକ୍ଟର ମନମୋହନ ମିଶ୍ର ଓ ଡକ୍ଟର ନାରାୟଣ ସାହୁ ପ୍ରମୁଖ ବକ୍ତଦ୍ୟ ରଖିଥିଲେ ।

ସହକାରୀ ଅଧ୍ୟାପକ ଡକ୍ଟର ସତ୍ୟନାରାୟଣ ଶତପଥୀ,ଡକ୍ଟର ସ୍ତୃତି ଦେବପ୍ରିୟା ବେହେରା, ଡକ୍ଟର ଜିତେନ୍ଦ୍ର କୁମାର ନାୟକ, ଡକ୍ଟର ବ୍ରଜ ବିହାରୀ ପାଣ୍ଡେ ଓ ଡକ୍ଟର ବିଶାଲ ବିନୟ ଭଟ୍ଟ ସଭାରେ ଗାଜର ଘାସ ବିଷୟରେ କୃଷକମାନଙ୍କ ସଂଶୟ ଦୂର କରିଥିଲେ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.