ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଇମ୍ରାନ ଖାନଙ୍କୁ ଶକ୍ତ ଝଟକା, ପିଟିଆଇର ୭୫ ଜଣ ନେତା ଓ କର୍ମୀଙ୍କୁ ଦଣ୍ଡ ଶୁଣାଇଲେ କୋର୍ଟ...

Published By : Ladu Kishor | August 25, 2025 8:15 PM

Image Courtsey: gulistannewstv

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଏଠାରେ ଏକ ଆତଙ୍କବାଦ ବିରୋଧୀ କୋର୍ଟ ସୋମବାର ଇମ୍ରାନ ଖାନଙ୍କ ଦଳର ୭୫ ଜଣ ନେତା ଏବଂ କର୍ମୀଙ୍କୁ ୩ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଶୁଣାଇଛନ୍ତି। ୯ ମଇ ୨୦୨୩ ଦଙ୍ଗା ସମୟରେ ଶାସକ ପିଏମଏଲ-ଏନର ଜଣେ ବରିଷ୍ଠ ନେତାଙ୍କ ଘର ଉପରେ ଆକ୍ରମଣ କରିବା ଘଟଣାରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 

ଅଦାଲତଙ୍କ ଜଣେ ଅଧିକାରୀ ପିଟିଆଇ-ଭାଷାକୁ କହିଛନ୍ତି ଯେ,"ଫୈସଲାବାଦର ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ପଞ୍ଜାବ ସଭାପତି ରାଣା ସନାଉଲ୍ଲାଙ୍କ ଘର ଉପରେ ଆକ୍ରମଣ ମାମଲାରେ ଏହି ରାୟ ଶୁଣାଇଛନ୍ତି। ପାକିସ୍ତାନ ତେହେରିକ୍-ଏ-ଇନସାଫ ଦଳର ୫୯ ଜଣ ନେତା ଏବଂ କର୍ମୀଙ୍କୁ ୧୦ ବର୍ଷ ଏବଂ ଅନ୍ୟ ୧୬ ଜଣଙ୍କୁ ତିନି ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି। ସେହି ସମୟରେ, ୩୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ମୋଟ ୧୦୯ ଜଣ ଅଭିଯୁକ୍ତ ଥିଲେ, ଯେଉଁଥିରୁ କୋର୍ଟ ୭୫ ଜଣଙ୍କୁ ଦଣ୍ଡ ଦେଇଛନ୍ତି।

ସୂଚନାଥାଉକି, ଇମ୍ରାନ ଖାନଙ୍କ ସମର୍ଥକ ମାନେ ତାଙ୍କ ଗିରଫଦାରୀ ବିରୁଦ୍ଧରେ ୯ ମେ ୨୦୨୩ ରେ ହିଂସାତ୍ମକ ପ୍ରତିବାଦ କରିଥିଲେ ଏବଂ ଅନେକ ସାମରିକ ଏବଂ ସରକାରୀ କୋଠାରେ ଭଙ୍ଗାରୁଜା କରିଥିଲେ। ଅଧିକାଂଶ ହିଂସାକାଣ୍ଡ ପଞ୍ଜାବ ଏବଂ ଖାଇବର ପଖତୁନଖଓ୍ବା ପ୍ରଦେଶରେ ଘଟିଥିଲା। ପିଟିଆଇ ଏହି ରାୟକୁ ଦୃଢ଼ ନିନ୍ଦା କରି କହିଛି ଯେ ଏହି ରାୟ ମିଥ୍ୟା ମାମଲା ଏବଂ ମିଥ୍ୟା ସାକ୍ଷୀଙ୍କ ବୟାନ ଉପରେ ଆଧାରିତ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.