ନୂଆଦିଲ୍ଲୀ,୨୫/୦୮: ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାତାର ଟାରିଫ୍ ଚାପ ପକାଇ ଆସୁଛନ୍ତି । ଭାରତ ଋଷରୁ ତେଲ କିଣିବା ନେଇ ସେ କ୍ରୋଧିତ । ଏହି କାରଣରୁ ସେ ୫୦ ପ୍ରତିଶତ ଶୁଳ୍କ ମଧ୍ୟ ଲଗାଇଛନ୍ତି । ତଥାପି, ଭାରତ ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛି । ଋଷରେ ଭାରତର ରାଷ୍ଟ୍ରଦୂତ ବିନୟ କୁମାର କହିଛନ୍ତି ଯେ, ଟାରିଫ୍ ଚାପରେ ନଇଁବ ନାହିଁ । ରାଷ୍ଟ୍ରହିତ ପ୍ରଥମ । ଯେଉଁଠାରୁ ଶସ୍ତାରେ ତେଲ ମିଳିବ ସେହିଠାରୁ ତେଲ କିଣିବ।
ମସ୍କୋରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଆମେରିକାକୁ ସ୍ପଷ୍ଟ ଜବାବ ଦେଇଛନ୍ତି । ଋଷ ସରକାରୀ ଏଜେନ୍ସି TASSକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ''ଭାରତୀୟ କମ୍ପାନୀଗୁଡ଼ିକ ମହଙ୍ଗା ତେଲ କିଣିବେ ନାହିଁ । ଆମର ନୀତି ସ୍ପଷ୍ଟ । ଭାରତୀୟ କମ୍ପାନୀଗୁଡ଼ିକ ସେହି ଚୁକ୍ତି ବାଛିବେ ଯାହା ସେମାନଙ୍କ ପାଇଁ ଲାଭଦାୟକ ହେବ। ଶକ୍ତି ସୁରକ୍ଷା ଭାରତର ଲୋକଙ୍କ ପାଇଁ ପ୍ରାଥମିକତା ।ଚୀନ୍କୁ ଆଶ୍ୱସ୍ତି ଦେବା ପାଇଁ ଭାରତ ଉପରେ ଟ୍ରମ୍ପ ଚାପ ପକାଇଲେ । ଟ୍ରମ୍ପ ପ୍ରଶାସନ ଭାରତକୁ ଋଷରୁ ରିହାତି ହାରରେ ଅଶୋଧିତ ତୈଳ କିଣିବାକୁ ସମାଲୋଚନା କରି ଆସୁଛି । ଆଶ୍ଚର୍ଯ୍ୟର କଥା ହେଉଛି, ୱାଶିଂଟନ୍ ଋଷର ଅଶୋଧିତ ତୈଳର ସବୁଠାରୁ ବଡ଼ ଆମଦାନୀକାରୀ ଚୀନ୍କୁ ସମାଲୋଚନା କରୁନାହିଁ ।''
ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଚୁକ୍ତିନାମା ହୋଇନାହିଁ- ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଥିଲା, କିନ୍ତୁ ଏ ନେଇ କୌଣସି ଚୁକ୍ତିନାମା ହୋଇନାହିଁ । ଟ୍ରମ୍ପ ଚାହାଁନ୍ତି ଯେ, ଭାରତ କୃଷି ଏବଂ ଦୁଗ୍ଧଜାତୀୟ ଉତ୍ପାଦ କ୍ଷେତ୍ର ସହିତ କାର୍ଯ୍ୟ କରୁ, କିନ୍ତୁ ଭାରତ ଏଥିପାଇଁ ପ୍ରସ୍ତୁତ ନୁହେଁ । ଆମେ ପୂର୍ବରୁ କହିଛୁ ଯେ କୃଷକମାନଙ୍କ ସହ ଜଡିତ ପ୍ରସଙ୍ଗରେ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି କହିଛନ୍ତି ଋଷରେ ଭାରତର ରାଷ୍ଟ୍ରଦୂର ବିନୟ କୁମାର ।