ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଶୁଣିଲେ ଆତ୍ମା ଥରି ଉଠିବ; ପ୍ରଥମେ ଦୁର୍ଷ୍କମ ପରେ ହତ୍ୟା ପୁଣି ଶବ ସହ କୁକର୍ମ, ଟାର୍ଗେଟରେ ଥିଲେ ୬ରୁ ୧୨ ବର୍ଷର ଝିଅ

Published By : Manash Sahoo | August 25, 2025 4:04 PM

ଦିଲ୍ଲୀ, ୨୫/୦୮: ବିକୃତ ମାନସିକତା, ଯୌନ ପିପାସୁ । କମନା ମୋହରେ ହଜାଉଥିଲା ଚେତନା । ମଣିଷରୁ ପାଲଟିଥିଲା ମାଂସ ଖିଆ ନର ରାକ୍ଷସ । ଦେହର ଭୋକ ମେଣ୍ଟାଇବାକୁ ଖୋଜି ବୁଲୁଥିଲା ଶିକାର । ୭ ବର୍ଷରେ ୩୦ରୁ ଅଧିକ ଛୋଟ ଝିଅ । ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା ପୁଣି ଶବକୁ ଉପଭୋଗ କରୁଥିଲା ଜହ୍ଲାଦ । ପଶୁ ଠାରୁ ବି ହିଂସ୍ର ପାଲଟି ଯାଇଥିଲା ସିରିୟଲ୍ କିଲର । ଟାର୍ଗେଟରେ ଥିଲେ ୬ରୁ ୧୨ ବର୍ଷର ଝିଅ । ଏ ଜହ୍ଲାଦର ଅପରାଧର କହାଣୀ ଏତେ ଭୟଙ୍କର ଯେ, ଯେକେହି ବି ଶୁଣିବ ତା’ ଆତ୍ମା ଥରି ଉଠିବ । ମନ ବିଚଳିତ ହୋଇଯିବ, ଆଉ ନିଜକୁ ନିଜେ ପ୍ରଶ୍ନ କରିବ ସତରେ ମଣିଷ କ’ଣ କାମନା ବସନା ମୋହରେ ଏମିତି ଅନ୍ଧ ହୋଇଯାଏ । ସତର କ’ଣ ମଣିଷରୁ ଅମଣିଷ ପାଲଟିଯାଏ । ହିଁ ଆଜ୍ଞା ଏହା ସତ, ଏ ମାନବ ରୂପୀ ପଶୁର ଅପରାଧର କଳା ଚିଠା ବହୁତ ଲମ୍ବା ।...

ଘର ଉତ୍ତର ପ୍ରଦେଶର କାସଗଞ୍ଜ । ୩୫ ବର୍ଷିୟ ଅଭିଯୁକ୍ତର ନାଁ ରବୀନ୍ଦ୍ରର କୁମାର । ବାପା ପ୍ଲମ୍ବର, ମାଆ ଘରୋଇ କାମ କରୁଥିଲେ । ୨୦୦୮ରେ ଅଭିଯୁକ୍ତ ରୋଜଗାର ପାଇଁ ରାଜଧାନୀ ଦିଲ୍ଲୀକୁ ଚାଲିଆସିଥିଲା । ମାତ୍ର କାମଧନ୍ଦା ବଦଳରେ ଡ୍ରଗ୍ସ ନିଶା ଏବଂ ପର୍ଣ୍ଣ ଫିଲ୍ମ ଦେଖିବାରେ ବୁଡ଼ି ଯାଇଥିଲା । ଡ୍ରଗ୍ସ ନିଶା ତାକୁ ରାକ୍ଷସରେ ପରିଣତ କରିଥିଲା। ଆଉ ଦେହର ଗରମ ମେଣ୍ଟାଇବାକୁ ଖୋଜି ବୁଲିଥିଲା ଶିକାର । ସେହି ବର୍ଷ ଅଭିଯୁକ୍ତ ରବୀନ୍ଦ୍ର ଏକ ନଷ୍ପାପ ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ମାତ୍ର ପ୍ରମାଣ ଅଭାବରୁ ଆଇନ ଆଖିରେ ଧୂଳି ଦେଇ ଖସିଯାଇଥିଲା । ହେଲେ ୨୦୧୪ରେ ମାନବିକତାର ସବୁ ସୀମା ପାର୍ କରିଥିଲା ଜହ୍ଲାଦ ରବୀନ୍ଦ୍ର । ପାଶବିକ ପ୍ରବୃତ୍ତିରେ ଅନ୍ଧ ହୋଇ ଦିଲ୍ଲୀର ଗଳିକନ୍ଦିକୁ ରକ୍ତ ରଞ୍ଜିତ କରିଦେଇଥିଲା । ଏକ ଅଢ଼େଇ ବର୍ଷର କଅଁଳ ଶିଶୁକୁ ଛାଡ଼ି ନଥିଲା ନର ରାକ୍ଷସ । ହଠାତ୍ ଝିଅଟି ନିଖୋଜ ହେବା ପରେ ପରିବାର ଖୋଜା ଖୋଜି କରିଥିଲା । ମାତ୍ର ଏହାର କିଛି ଘଣ୍ଟା ଭିତରେ ନିଷ୍ପାପ ଶିଶୁର ଶବ ମିଳିଥିଲା । ପୁଲିସର ତଦନ୍ତରେ ଏଥିରେ କିନ୍ତୁ ଖସିପାରିନଥିଲା ସିରିୟଲ କିଲର ରବୀନ୍ଦ୍ର କୁମାର । ଆଉ ପଚରାଉଚରା ବେଳେ ସେ ଯାହା କହିଥିଲା ଶୁଣିଲେ ହୋସ୍ ଉଡ଼ିଯିବ । 


୨୦୧୫ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଆଜୀବନ ସଜା ଭୋଗୁଛି । ହେଲେ ଅମଣିଷ ୨୦୧୪ ମାମଲାରେ ନିଜ ଦୋଷ ସ୍ବିକାର କରିଛି । ଖାଲି ଏତିକି ନୁହେଁ, ଅଭିଯୁକ୍ତ ୩୦ ନିଷ୍ପାପଙ୍କୁ ନିଜର ଶିକାର ବନେଇଥିବା ସତ ମାନିଛି । କାମୁକ ନର ରାକ୍ଷସର ଟାର୍ଗେଟରେ ଥିଲେ ୬ରୁ ୧୨ ବର୍ଷୀୟା କୋମଳମତି ଶିଶୁ । ଛୋଟ ଝିଅଙ୍କୁ ପ୍ରଥମେ ଟଙ୍କା କିମ୍ବା ଚକୋଲେଟ୍ ଦେଇ ପ୍ରଲୋଭିତ କରି ଅପହରଣ କରୁଥିଲା । ସେମାନଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲା । ପରେ ହତ୍ୟା କରି ମୃତଦେହକୁ ବି ଉପଭୋଗ କରୁଥିଲା ଅମଣିଷ । ବେଳେବେଳେ ନିଶାସକ୍ତ ହୋଇ ଶିକାର ପାଇଁ ୪୦ କିଲୋମିଟର ଚାଲିଯାଉଥିଲା । ଅନ୍ୟପଟେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ମୁଣ୍ଡରେ ଆଘାତ, ଓଠରେ ଦାନ୍ତ ଚିହ୍ନ ଏବଂ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି। କୋର୍ଟ ଏହାକୁ ପଶୁ ପ୍ରବୃତ୍ତି, ଅମାନବୀୟ ଏବଂ ନିର୍ମମ ଅପରାଧ ବୋଲି କହିଛନ୍ତି  । ଆଉ ରବୀନ୍ଦ୍ର କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମାଜ, କୋର୍ଟ କିମ୍ବା ଆଇନରେ ତାଙ୍କ ପ୍ରତି କୌଣସି ଅନୁକମ୍ପା ମିଳିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଏହି ମାମଲାରେ ଆସନ୍ତା ୨୮ ତାରିଖରେ ଦିଲ୍ଲୀ ଅଦାଲତ ଦଣ୍ଡାଦେଶ ଶୁଣାଇବେ । ଅପେକ୍ଷା ରହିଲା ଜହ୍ଲାଦକୁ କ’ଣ ସଜା ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.