ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ନଥିପତ୍ରରେ ରାଜସ୍ଵ ମାନ୍ୟତା, ହେଲେ ଖୋଜିଲେ ମିଳୁନି ୪୯ଟି ଗାଁ... ଖଣିଖାଦାନରେ ଅଧିକାଂଶ ଗାଁ ଜନଶୂନ୍ୟ

Published By : Manoj | August 25, 2025 11:21 AM

ସୁନ୍ଦରଗଡ଼, ୨୫/୦୮(ଜୟକୃଷ୍ଣ ସେଠ):  ‘ବାହ୍ୟ ମଳମୁକ୍ତ ଗାଁ ସାନବାଲିଚୁଆ ଆପଣଙ୍କୁ ସ୍ୱାଗତ କରୁଛି । ଆମେ  ଗାଁକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତିଜ୍ଞାବଦ୍ଧ  ଅଟୁ’ । ରାସ୍ତାକଡ଼ରେ ଲାଗିଥିବା ଏଭଳି  ନାମଫଳକରୁ ଜଣାପଡୁଛି ନିକଟରେ  ଜନବସତି ଅଛି । ଏଠାରେ କେହି  ବାହାରେ ମଳତ୍ୟାଗ କରୁନାହାନ୍ତି । ଅର୍ଥାତ୍‌  ସମସ୍ତଙ୍କ ଘରେ ପାଇଖାନା ରହିଛି । ଲୋକେ ସ୍ୱଚ୍ଛତା ପ୍ରତି ବେଶ୍‌ ସତର୍କ ।  

ହେଲେ ବାସ୍ତବ କଥା ଭିନ୍ନ । ସାନବାଲିଚୁଆ ବୋଲି ଘୋଷଣା  କରାଯାଇଥିବା ରାଜସ୍ୱ ଗାଁ କେବଳ ସରକାରୀ ନଥିରେ ସୀମିତ । ଏଠାରେ ନା ଅଛି ଜନବସତି ନା ରହୁଛନ୍ତି  ଗୋଟିଏ ବି ପରିବାର । 

କେବଳ ସାନବାଲିଚୁଆ ନୁହେଁ  ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ୪୯ଟି  ଜନଶୂନ୍ୟ ଗ୍ରାମ ରହିଛି । କେଉଁଠି  ଜନବସତି ନ ଥାଇ ଗ୍ରାମକୁ ରାଜସ୍ୱ ଗାଁ ମାନ୍ୟତା ମିଳିଛି ତ ଆଉ କେଉଁଠି  ଖଣିଖାଦାନ ଯନ୍ତ୍ରଣା ଓ ବିପନ୍ନ ଜୀବନ  ଜୀବିକା ପାଇଁ ଲୋକେ ଚାଷବାସ ଛାଡ଼ି  ଅନ୍ୟତ୍ର ଉଠିଯାଇଛନ୍ତି । 

ଜିଲ୍ଲା ସଦରଠାରୁ ୪୩ କିମି ତଥା  ସୁନ୍ଦରଗଡ଼-ହେମଗିର ରାସ୍ତା ପାଶ୍ୱର୍ରେ  ଡୁଡୁକା ରାଜସ୍ୱ ସର୍କଲ ଅଧୀନରେ  ସାନବାଲିଚୁଆ ବୋଲି ଏକ ରାଜସ୍ୱ  ଗ୍ରାମ ରହିଥିବା ସରକାରୀ ନଥି କହୁଛି ।  ଏଠାରେ ୪୨ଟି ଖତିଆନ ରହିଛି । ମଶାଣି, ହାଟ ପାଇଁ ଜମି ସଂରକ୍ଷିତ  କରି ରଖାଯାଇଛି। ଭୂ-ଲେଖରେ ଖୋଳତାଡ଼ ବେଳେ ଆଶ୍ଚର୍ଯ୍ୟଜନକ  ତଥ୍ୟ ସାମ୍ନାକୁ ଆସିଛି । ୪୨ଟି  ଖତିଆନା ମଧ୍ୟରୁ ସବୁଗୁଡ଼ିକ ବାହାର ଲୋକଙ୍କ ନାମରେ ପଞ୍ଜିକୃତ ହୋଇଛି ।  ଅଥଚ ସେଠାରେ ଗୋଟିଏ ଘର ନାହିଁ  କି କେହି ଜଣେ ରହୁନାହାନ୍ତି । 

ସରକାରୀ ତଥ୍ୟ ଅନୁଯାୟୀ,  ଜିଲ୍ଲାରେ ୧୭୬୨ ରାଜସ୍ୱ ଗ୍ରାମ ରହିଛି ।  ତନ୍ମଧ୍ୟରୁ ୪୯ଟି ଗ୍ରାମକୁ ଜନଶୂନ୍ୟ  ଘୋଷଣା କରାଯାଇଛି । ସୁନ୍ଦରଗଡ଼,  ବାଲିଶଙ୍କରା, ଲାଠିକଟା, ନୂଆଗାଁ  ବ୍ଲକରେ ଗୋଟିଏ ଲେଖାଏଁ ଏଭଳି  ଗାଁ ରହିଛି । ସେହିପରି କୁଆଁରମୁଣ୍ଡା  ବ୍ଲକରେ ୨ଟି, କୋଇଡ଼ାରେ ୪ଟି,  ରାଜଗାଙ୍ଗପୁରରେ ୪ଟି, ଗୁରୁଣ୍ଡିଆରେ  ୬ଟି, ଲହୁଣୀପଡ଼ାରେ ୬ଟି ବାସହୀନ  ରାଜସ୍ୱ ଗାଁ ଅଛି । ହେମଗିରିରେ ୧୦ଟି ଏବଂ ବଣାଇଁ ବ୍ଲକରେ ସର୍ବାଧିକ  ୧୩ଟି ଏପରି ରାଜସ୍ୱ ଗ୍ରାମ ରହିଥିବା  ସରକାରୀ ତଥ୍ୟ କହୁଛି । କିନ୍ତୁ  ବାସ୍ତବରେ ଏଭଳି ଜନଶୂନ୍ୟ ଗାଁ ସଂଖ୍ୟା ଢେର ଅଧିକ ।

ରାଜସ୍ୱ ବିଭାଗର ଜଣେ ଅଧିକାରୀ କହିଛନ୍ତି,  ବାଲିଶଙ୍କରା ବ୍ଲକରେ ଏପରି ୧୨ଟି ଗାଁ ରହିଛି ।  କେତେକ ରାଜସ୍ୱ ଗ୍ରାମର ଲୋକେ ଖଣି, କଳ  କାରଖାନା ପାଇଁ ବିସ୍ଥାପିତ ହୋଇଛନ୍ତି । ଅନ୍ୟ  କେତେକ ସ୍ଥାନରେ ବସତି ସ୍ଥାପନ ଉଦ୍ଦେଶ୍ୟରେ  ସରକାର ଘରଡ଼ିହ ଜମି ପଟ୍ଟା ପ୍ରଦାନ କରି  ରାଜସ୍ୱ ଗ୍ରାମର ମାନ୍ୟତା ଦେଇଛନ୍ତି । କିନ୍ତୁ  ସେଠାରେ କେହି ଜଣେ ବି ରହୁନାହାନ୍ତି ।  ସରକାର ଉପରଠଉରିଆ ଭାବେ ରାଜସ୍ୱ ଗ୍ରାମ ଘୋଷଣା କରି ଦାୟିତ୍ୱ ସାରିଦେଲେ । ଯେଉଁ  କିଛି ଗାଁରେ ହାତଗଣତି ଲୋକ ରହୁଥିଲେ,  ସେମାନଙ୍କୁ ବର୍ଷ ବର୍ଷ ଧରି ମୌଳିକ ସୁବିଧା ମିଳିଲାନି । ଜୀବନଜୀବିକା ସଂଘର୍ଷରେ ହାରିଯିବା  ପରେ ସେମାନେ ଗାଁ ଛାଡ଼ି ପଳାଇଛନ୍ତି । ଅନୁରୂପ  ଭାବେ ଅନେକ ବସତି ଖଣିଖାଦାନ ପାଇଁ  ପ୍ରଭାବିତ ହେଲା । କେଉଁଠି ବିସ୍ଥାପନ, କାମ  ଅଭାବ ପାଇଁ ଲୋକେ ଘରଦ୍ୱାର ଛାଡ଼ିଦେଲେ ।  ଦୂରଦୃଷ୍ଟି ନ ଥାଇ ଅପନ୍ତରା ଅଞ୍ଚଳକୁ ରାଜସ୍ୱ  ଗାଁ ମାନ୍ୟତା ଦେଇ ଦେଲେ । ପରବର୍ତ୍ତୀ  ସମୟରେ ଏଭଳି ଗାଁଗୁଡ଼ିକୁ ଚିହ୍ନଟ କରି  ସରକାର ଜନଶୂନ୍ୟ ବୋଲି ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ରାଜସ୍ୱ  ଗ୍ରାମ ମାନ୍ୟତା ପାଇବା ଯୋଗ୍ୟତା ଥିବା ଅନେକ  ଗାଁ ରହିଛି । ଦଶନ୍ଧି ଦଶନ୍ଧି ଧରି ଆନ୍ଦୋଳନ,  ପ୍ରତିବାଦ, ଭୋଟବର୍ଜନ ସତ୍ତେ୍ୱ ସେସବୁ ଗ୍ରାମକୁ  ରାଜସ୍ୱ ଗାଁର ମାନ୍ୟତା ଦେବାକୁ ପ୍ରଶାସନ  ପକ୍ଷରୁ ଆନ୍ତରିକତା ପ୍ରକାଶ ପାଉନାହିଁ । ହେଲେ  ଜନଶୂନ୍ୟ ଜନବସତିକୁ ରାଜସ୍ୱ ଗ୍ରାମର ମାନ୍ୟତା  ଦିଆଯିବାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.