ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସାପ୍ତାହିକ ବଜାରକୁ ଯିବା ବାଟରେ ଦୁର୍ଘଟଣା: ଚାଲିଗଲା ନାବାଳକଙ୍କ ଜୀବନ,୨ ଆହତ

Published By : Rasmita Pradhan | August 25, 2025 10:24 AM

ଝରିଗାଁ, ୨୫/୦୮ : ସାପ୍ତାହିକ ବଜାରକୁ ଯିବା ବାଟରେ ଦୁର୍ଘଟଣା। ଚାଲିଗଲା ନାବାଳକଙ୍କ ଜୀବନ, ୨ ଆହତ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା କନ୍ଧଗୁଡ଼ା ଗାଁ ନିକଟରେ ରବିବାର ଅପରାହ୍ନ ୩ଟାରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସୂଚନାନୁଯାୟୀ, ଚଚା ପଞ୍ଚାୟତ ଅନ୍ତର୍ଗତ ଥାଟବେଡା ଗ୍ରାମର ଦୁର୍ଯ୍ୟଧନ ଭତ୍ରା (୨୫ ବର୍ଷ), ଯଜମନ ଭତ୍ରା(୧୭ ବର୍ଷ) ଏବଂ ମଙ୍ଗରୁ ଭତ୍ରା(୨୬ ବର୍ଷ) ରବିବାର ଅପରାହ୍ନ ୩ଟାରେ ଏକ ବାଇକ୍ ଯୋଗେ ଦେଉଳକୋଣା ସ୍ଥିତ ସାପ୍ତାହିକ ବଜାରକୁ ଯାଉଥିଲେ। ବାଟରେ କନ୍ଧଗୁଡା ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା। ଭାରସାମ୍ୟ ହରାଇ ମୋଟର ସାଇକେଲରୁ ତିନି ଆରୋହୀ ତଳେ ପଡ଼ି ଯାଇଥିଲେ। ଯଜମନ ଭତ୍ରାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଦୁଇଜଣ ଆହତ ହୋଇଥିଲେ। ତିନି ଜଣଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଘଟଣାସ୍ଥଳରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବର, ହାବିଲଦାର ମୁରଲୀ ବିଶୋଇ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଯ୍ୟୋଧନଙ୍କ ଗୋଡ ଭାଙ୍ଗିଥିବା ଯୋଗୁଁ ତାଙ୍କୁ ଉମରକୋଟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.