ପାଟଣା, ୨୫/୦୮ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତା ଦୁଇ ସପ୍ତାହ ଧରି ଆତଙ୍କ ଖେଳାଇଛି। ଘରଦ୍ଵାର ଭାଙ୍ଗି ନଷ୍ଟ କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଦନ୍ତାକୁ ଆକଟ କରିବା ପାଇଁ ବନ ବିଭାଗ ଟ୍ରାଙ୍କୁଲାଇଜ୍ ଡାଟ୍ କରିଛି। ଟ୍ରାଙ୍କୁଲାଇଜ୍ ଗନ୍ ଦ୍ୱାରା ଡାଟ୍ ନାମକ ଏକ ଔଷଧ ହାତୀକୁ ଦିଆଯାଇଛି। ଫଳରେ ହାତୀ ଆଶ୍ଵସ୍ତ ଅନୁଭବ କରି ଆଉ ଗାଁ ମୁହାଁ ହେବ ନାହିଁ ବୋଲି ବନ ବିଭାଗ ଆଶା ରଖିଛି।
ସୂଚନାନୁଯାୟୀ, କମଣ୍ଡ ଗ୍ରାମରେ ୨୯ ଟି ହାତୀ ଥିବା ଏକ ହାତୀପଲ ମଧ୍ୟ ଦୁଇଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି। ସେହିପରି ଗୋଠଛଡ଼ା ଦନ୍ତାଟି ରବିବାର ବିଳମ୍ବିତ ରାତିରେ ନିଶ୍ଚିନ୍ତପୁର ଗ୍ରାମରେ ଦୁଇ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି। ଏହି ଦନ୍ତା ଏଯାଏଁ ୨୪ରୁ ଉର୍ଦ୍ଧ୍ଵ ଘର ଭାଙ୍ଗି ସାରିଲାଣି । ହାତୀପଲଙ୍କ ଉପଦ୍ରବରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଗୋଠଛଡ଼ା ଦନ୍ତା ଗାଁରେ ଉତ୍ପାତ କରି ବନ ବିଭାଗର ନିଦ ହଜାଇ ଦେଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଦନ୍ତାକୁ ଆକଟ କରିବା ପାଇଁ ବନ ବିଭାଗ ଟ୍ରାଙ୍କୁଲାଇଜ୍ ଡାଟ୍ କରିଛି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖି ଲୋକଙ୍କୁ ସଚେତନ କରୁଛି।