ପ୍ରମୂଖ ଖବର
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ମୋହନା ବିଜେପି ପ୍ରାର୍ଥୀ ଚୟନ ନେଇ ସସ୍‌ପେନ୍ସ, ଚାଲିଛି ଅଙ୍କକଷା

ମୋହନା,୦୫/୦୪: ଆଗମୀ ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟର ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଜାରି ରହିଛି । ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେଡିରୁ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ କଂଗ୍ରେସରୁ ବିଧାୟକ ଦାଶରଥି ଗମାଙ୍ଗ ପୁଣି ପ୍ରାର୍ଥୀ ହୋଇଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା ବିଜେପି ପ୍ରାର୍ଥୀ ଘୋଷଣା ହୋଇନଥିବାରୁ  ଆଶାୟୀଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଇଛି । 

ମୋହନା ବିଧାନସଭା ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୪ଟି ବ୍ଲକ୍‌ ରହିଛି । ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୩୧ ହଜାର ୧୯୭ । ପୁରୁଷ ଭୋଟର ୧ ଲକ୍ଷ ୧୨  ହଜାର ୬୭୨ ଓ ମହିଳା ଭୋଟର ୧ ଲକ୍ଷ ୧୮  ହଜାର ୫୨୫ ରହିଛନ୍ତି । ସେଥିମଧ୍ୟରୁ କେବଳ  ମୋହନା ବ୍ଲକ୍‌ରେ ୯୭ ହଜାର ଭୋଟର ଅଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସକୁ ସର୍ବାଧିକ ୩୨.୮  ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେଡିକୁ  ୩୧.୩ ପ୍ରତିଶତ ଓ ବିଜେପିକୁ ମିଳିଛି ୨୮.୨  ପ୍ରତିଶତ ଭୋଟ । 

ମୋହନା ନିର୍ବାଚନମଣ୍ଡଳୀରେ  ବିଭିନ୍ନ ବର୍ଗର ଭୋଟର ଅଛନ୍ତି । ପ୍ରତ୍ୟେକ  ନିର୍ବାଚନରେ ଜାତିଭିତ୍ତିକ ଭୋଟ ନିର୍ଣ୍ଣାୟକ  ହୋଇଥିବା ନଜିର ରହିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ  ଘୋଷଣା ହୋଇନି । ବିଜେପିରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଗତ ନିର୍ବାଚନରେ ତୃତୀୟ  ସ୍ଥାନରେ ଥିଲା । ତେଣୁ ଚଳିତ ନିର୍ବାଚନରେ  କାହାକୁ ପ୍ରାର୍ଥୀ କଲେ ମୋହନା ଆସନ ଦଖଲ କରିପାରିବ ତାକୁ ନେଇ ତର୍ଜମା କରୁଛି ବିଜେପି । ଏଭଳି ପରିସ୍ଥିତିରେ ବିଜେଡି ଓ କଂଗ୍ରେସର  ପୁରୁଖା ନେତାଙ୍କ ସହ ବିଜେପିର କିଏ ମଇଦାନକୁ  ଆସୁଛନ୍ତି ତାକୁ ଅପେକ୍ଷା କରିଛନ୍ତି ମୋହନାବାସୀ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.