ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଏହି ସବୁ ଖାଦ୍ୟ ସହିତ ମିଶାଇ ଖାଆନ୍ତୁ ଚିଆସିଡ଼୍, ମିଳିବ ଫାଇଦା

Published By : prameya | February 26, 2025 3:08 PM

ବର୍ତ୍ତମାନ ସମୟରେ ସମସ୍ତେ ଚାହାନ୍ତି ଫିଟ୍ ରହିବା ଓ ଓଜନକୁ ନିୟନ୍ତ୍ରଣରେ ରଖିବାକୁ । ଆଉ ଏଥିପାଇଁ ଲୋକେ ନିଜ ଡା଼ଏଟର ସ୍ବାସ୍ଥ୍ୟକର ଖାଦ୍ୟକୁ ସାମିଲ କରୁଛନ୍ତି । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।  ଆଉ ଏଥି ମଧ୍ୟରୁ  ଅନ୍ୟତମ ଚିଆସିଡ ବା ନଣ୍ଡା ବଗୁଲି। ଏଥିରେ ଭରପୁର ମାତ୍ରାରେ ପୋଷଣ ରହିଥାଏ ଆଉ ଓଜନ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଚିଆସିଡରେ ପ୍ରୋଟିନ୍, ଫାଇବର, ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଯାହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିବା ସହ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଯଦି ଚିଆସିଡକୁ କିଛି ସ୍ୱତନ୍ତ୍ର ଖାଦ୍ୟ ସହିତ ମିଶାଇ ଖିଆଯାଏ। ତେବେ ଏହାର ପ୍ରଭାବ ଦ୍ୱିଗୁଣିତ ହୋଇପାରିବ?ତେବେ ଆସନ୍ତୁ ଜାଣିବା ଏହାକୁ କେଉଁ ଜିନିଷ ସହିତ ଖାଇବା ସବୁଠାରୁ ଲାଭଦାୟକ ହେବ।

୧. ଗ୍ରୀନ ଟି' ସହିତ ଚିଆସିଡ୍

ଗ୍ରୀନ୍ ଟି  ଆଣ୍ଟିଅକ୍ସିଡାଣ୍ଟ ଏବଂ ଚର୍ବି କମାଇବା କରିବାର ଗୁଣ ପାଇଁ ଜଣାଶୁଣା। ଯେତେବେଳେ ଏଥିରେ ଚିଆସିଡ଼୍ ମିଶାଯାଏ, ଏହାର ପ୍ରଭାବ ବହୁ ଗୁଣରେ ବୃଦ୍ଧି ପାଏ। ଏହା  ମେଟାବୋଲିଜିମ୍‌କୁ ତ୍ୱରାନ୍ୱିତ କରେ। ପେଟ ବହୁତ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ। ଯାହା ବାରମ୍ବାର ଖାଇବା ଅଭ୍ୟାସକୁ ହ୍ରାସ କରିଥାଏ। ସେହିପରି ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାର ହୋଇଯାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ୧ କପ୍ ଗରମ ପାଣିରେ ୧ଟି ଗ୍ରୀନ୍ ଟି ବ୍ୟାଗ୍ ମିଶାନ୍ତୁ। ଏହାକୁ ୫ ମିନିଟ୍ ପାଇଁ ଛାଡି ଦିଅନ୍ତୁ, ତା’ପରେ ବ୍ୟାଗଟି ବାହାର କରନ୍ତୁ। ଏଥିରେ ୧ ଚାମଚ ଭିଜା ଚିଆସିଡ ମିଶାନ୍ତୁ। ଅଳ୍ପ ଲେମ୍ବୁ ରସ ମିଶାଇ ପିଅନ୍ତୁ।

୨. ଦହି ସହିତ ଚିଆସିଡ଼୍

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର ପାଚନ ଶକ୍ତି ମଧ୍ୟ ଉନ୍ନତ କରିବାକୁ ଚାହୁଁଛନ୍ତି, ତେବେ ଦହି ସହିତ ଚିଆସିଡ଼୍ ମିଶାଇ ଖାଇବା ସର୍ବୋତ୍ତମ ବିକଳ୍ପ ହୋଇପାରେ। ଦହିରେ ଥିବା ପ୍ରୋବାୟୋଟିକ୍ସ ପେଟକୁ ସୁସ୍ଥ ରଖେ। ଏହା ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରେ। ଚିଆସିଡ଼୍‌ରେ ଥିବା ଫାଇବର ପେଟକୁ ବହୁତ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ, ଯାହା ଅତ୍ୟଧିକ ଖାଇବାକୁ ରୋକେ।୧ ପାତ୍ର ଦହିରେ ୧ ଚାମଚ ଚିଆସିଡ୍ ମିଶାନ୍ତୁ। ଆପଣ ଏଥିରେ ଟିକେ ମହୁ କିମ୍ବା ଗୁଡ଼ ମିଶାଇ ପାରିବେ। ଏହାକୁ ଭଲ ଭାବରେ ମିଶାଇ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ତା’ପରେ ଖାଆନ୍ତୁ।

୩. ଓଟ୍ସ ସହିତ ଚିଆ ବିହନ

ଯଦି ଆପଣ ସକାଳ ଜଳଖିଆରେ କିଛି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ତେବେ ଓଟ୍ସ ସହିତ ଚିଆସିଡ଼୍ ସର୍ବୋତ୍ତମ ବିକଳ୍ପ । ଫାଇବର ଏବଂ ପ୍ରୋଟିନରେ ଭରପୂର ଏହି ଖାଦ୍ୟ ପେଟକୁ ବହୁତ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିଥାଏ। ଶକ୍ତି ବୃଦ୍ଧି କରେ ଯାହା ଫଳରେ ଆପଣ ଦିନସାରା ସକ୍ରିୟ ରହିପାରିବେ। ଏଥିରେ କ୍ୟାଲୋରୀ କମ୍ ଏବଂ ପୁଷ୍ଟିସାର ଅଧିକ ଥିବାରୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ପାଣି କିମ୍ବା କ୍ଷୀରରେ ୧/୨ କପ୍ ଓଟ୍ସ ରାନ୍ଧନ୍ତୁ। ରାନ୍ଧିବା ପରେ, ଏଥିରେ ୧ ଚାମଚ ଚିଆସିଡ୍ ମିଶାନ୍ତୁ। ଉପରେ କିଛି କଟା ବାଦାମ,ଅଖରୋଟ ଏବଂ ମହୁ ମିଶାଇ ଖାଆନ୍ତୁ।

୪. ଲେମ୍ବୁ ପାଣି ସହିତ ଚିଆସିଡ୍

ଯଦି ଆପଣ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହାଁନ୍ତି,ତେବେ ଚିଆସିଡକୁ ଲେମ୍ବୁ ପାଣିରେ ମିଶାଇ ପିଅନ୍ତୁ। ଏହି ଡିଟକ୍ସ ପାନୀୟ ଆପଣଙ୍କ ଶରୀରରୁ ଅତିରିକ୍ତ ଚର୍ବି କମାଇବାରେ ସାହାଯ୍ୟ କରିବ। ଶରୀରର ମେଟାବୋଲିଜିମ୍ ବୃଦ୍ଧି କରେ। ପେଟକୁ ବହୁତ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଯାହା ଅଧିକ ଖାଇବାର ଇଚ୍ଛାକୁ ରୋକିଥାଏ। ୧ ଗ୍ଲାସ୍ ଉଷୁମ ପାଣିରେ ୧ ଚାମଚ ଚିଆସିଡ୍ ମିଶାନ୍ତୁ। ଏଥିରେ ଅଧା ଲେମ୍ବୁ ରସ ମିଶାନଇବା ସହ ଅଳ୍ପ ମହୁ କିମ୍ବା କଳା ଲୁଣ ଭଲ ଭାବରେ ମିଶାଇ ପିଅନ୍ତୁ।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.