ଆଉ ମାତ୍ର ଦିନ କେଇଟା ପରେ ମହାଶିବରାତ୍ରୀ। ଏହିଦିନ ଭଗବାନ ଶିବଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହିତ ଆରାଧନା କରାଯାଏ । ଏହି ଦିନ ବିଶେଷ ରୂପରେ ଭଗବାନ ଶିବଙ୍କୁ ବେଲ ଚଢାଇବାର ପରମ୍ପରା ରହିଛି । କୁହାଯାଏ ଯେ ଭଗବାନ ଶିବଙ୍କ ବେଲପତ୍ର ଅତ୍ୟନ୍ତ ପ୍ରିୟ । ଆଉ ଏହାକୁ ଚଢାଇବା ଦ୍ବାରା ଭଗବାନ ଶିବ ଖୁବଶୀଘ୍ର ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଯେଉଁ ବେଲପତ୍ର ଓ ବେଲ ଫଳକୁ ଆମେ ପୂଜା ପାଇଁ ବ୍ୟବହାର କରିଥାଉ, ଏହା ସ୍ବାାସ୍ଥ୍ୟ ପାଇଁ କେତେ ଲାଭବାନ? ବେଲରେ ଭରପୁର ମାତ୍ରାରେ ଔଷଧୀୟ ଗୁଣ ଥାଏ । ଯାହା ସ୍ବାସ୍ଥ୍ୟରେ ଥିବା ଅନେକ ସମସ୍ୟା ଦୂର କରିବାରେ ସହାୟ ହୋଇଥାଏ। ଆୟୁର୍ବେଦରେ ବେଲକୁ ଏକ ଶକ୍ତିଶାଳୀ ଔଷଧ ରୂପରେ ଜଣାଯାଏ । ଯାହା ପାଚନ ତନ୍ତ୍ରଠୁ ନେଇ ଇମ୍ୟୁନିଟି ପର୍ଯ୍ୟନ୍ତ ମଜବୁତ କରିଥାଏ । ତେବେ ଆସନ୍ତୁ ଜାଣିବା ବେଲ ଖାଇବା ଦ୍ବାରା କ'ଣ ସବୁ ଲାଭ ମିଳିଥାଏ।
ବେଲରେ ଥିବା ଫାଇବର ଓ ଆଣ୍ଟିଅକ୍ସିଡ଼ାଣ୍ଟ ପେଟରେ ଥିବା ବିଭିନ୍ନ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଗ୍ୟାଷ୍ଟ୍ରିକ ଭଳି ସମସ୍ୟାକୁ ଦୂର କରିଥାଏ । ବେଲ ସରବତ ଗରମ ଦିନରେ ପିଇଲେ ପେଟ ଥଣ୍ଡା ରହିଥାଏ। ବେଲରେ ଆଣ୍ଟିବାକ୍ଟେରିଆ ଓ ଆଣ୍ଟି ଭାଇରାଲ ଗୁଣ ରହିଛି । ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟ ହୋଇଥାଏ । ସେହିପରି ବେଲପତ୍ର ଓ ଫଳର ସେବନ କରିବାଦ୍ବାରା ବ୍ଲଡ଼ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ପ୍ରାକୃତିକ ରୂପରେ ଶରୀରରେ ଇନସୁଲିନ ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ଖରାଦିନେ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ। ବେଲରସ ଶରୀରକୁ ହାଇଡ଼୍ରେଟ ରଖିଥାଏ। ବେଲଫଳରେ ଥିବା ଭିଟାମିନ -ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ତ୍ବଚାକୁ ଭିତରୁ ସଫା କରିଥାଏ। ଦାଗକୁ ମଧ୍ୟ କମ୍ କରିବାରେ ସାହାଯ୍ୟ କରିଥାଏ। ଏହାଦ୍ବାରା ତ୍ବଚାର ନାଚୁରାଲ ଗ୍ଲୋ କରିଥାଏ ।
ତେବେ ବେଲକୁ ଆପଣ ସରବତ କରି ପିଇପାରିବେ । ଯାହା ପେଟକୁ ଥଣ୍ଡା ରଖିଥାଏ । ବେଲପତ୍ରକୁ ପାଣିରେ ଫୁଟାଇକାଢା ବନାଇକି ପିଆଯାଇପାରିବ । ଏହା ବ୍ୟତୀତ ଆପଣ ବେଲଫଳକୁ ସିଧାସଳଖ ଖାଇପାରିବେ । ଯାହାଦ୍ବାରା ଏହାର ଫାଇବର ଓ ନ୍ୟୁଟ୍ରିସିଏନର ପୂରା ଫାଇଦା ମିଳିବ । ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ବେଲପତ୍ର ଚଢାଇବାର ବଶେଷ ମହତ୍ତ୍ବ ରହିଛି । ଏହା ପଛରେ ଉଭୟ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି । ମାନ୍ୟତା ରହିଛି ଯେ, ବେଲପତ୍ରକୁ ପବିତ୍ର ଓ ଶୁଭ ବୋଲି ବିବେଚନା କରାଯାଏ । ଭଗବାନ ଶିବଙ୍କୁ ଅର୍ପିତ କରିବାଦ୍ବାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ।