ନୂଆଦିଲ୍ଲୀ : ଧ୍ୟାନ ( ମେଡିଟେସନ) କରିବା ପାଇଁ ପ୍ରଥମ ଷ୍ଟେପ୍ ହେଉଛି ସଠିକ୍ ଆସନରେ ବସିବା। କିନ୍ତୁ ଯେଉଁ ଲୋକ ନୂଆ ଆରମ୍ଭ କରୁଛନ୍ତି , ତାଙ୍କ ପାଇଁ ପଦ୍ମାସନର ମୁଦ୍ରାରେ ବସିବା ମୁସ୍କିଲ ହୋଇଥାଏ , କିନ୍ତୁ ଧ୍ୟାନ ଆରମ୍ଭ କରିବାକୁ ଚାହାନ୍ତି। ଏଥିରେ କେଉଁ ଆସନରେ ବସି ଧ୍ୟାନ କରିବା ସଠିକ୍ ହୋଇ ଥାଏ। ଏହି ବିଷୟରେ ଯୋଗ ବିଶେଷଜ୍ଞ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ଲୋକଙ୍କୁ ଗାଇଡ୍ କରିଛନ୍ତି କି , ବିଗିନର୍ସ କେଉଁ କେଉଁ ମୁଦ୍ରାରେ ବସି ମେଡିଟେସନ କରିବା ଆରମ୍ଭ କରି ପାରିବେ।
ଚୌକିରେ ବସି କରନ୍ତୁ ମେଡିଟେସନ –
ଯଦି ଆପଣ ବିଗିନର ଅଛନ୍ତି ତ, ମେଡିଟେସନ ପାଇଁ ଚୌକିର ସାହାର୍ଯ୍ୟ ନେଇ ପାରିବେ। ଚୌକିରେ ବସି ମେଡିଟେସନ କରାଯାଇ ପାରେ। କିନ୍ତୁ ଧ୍ୟାନ ରଖିବେ ଯେ, ଏହି ସମୟରେ ଆପଣଙ୍କ ମେରୁଦଣ୍ଡର ହାଡ଼ ପୂରା ସିଧା ରହିବା ଆବଶ୍ୟକ। ଯେଉଁଥିରେ ଆପଣ ସଠିକ୍ ଉପାୟରେ ଧ୍ୟାନ କରି ପାରିବେ। ଥରେ ମେଡିଟେସନ ଆରମ୍ଭ କରିବା ପରେ ଆପଣ ନିଜର ପୋଜିସନକୁ ବଦଳାନ୍ତୁ।
ସୁଖାସନ ମୁଦ୍ରାରେ ବସି କରନ୍ତୁ ଧ୍ୟାନ –
ଧ୍ୟାନର ଦ୍ୱିତୀୟ ସ୍ତର ସୁଖାସନର ମୁଦ୍ରା। ସୁଖାସନର ମୁଦ୍ରାରେ ବସିବା ପାଇଁ ସାଧାରଣତଃ ଆପଣ ଯୋଗ ମ୍ୟାଟ୍ରେ ସୁଖାସନରେ ବସି ଧ୍ୟାନ କରନ୍ତୁ। ଏହି ସମୟରେ ମଧ୍ୟ ସ୍ପାଇନ୍କୁ ସଂପୂର୍ଣ୍ଣ ସିଧା ରଖନ୍ତୁ।
ସିଦ୍ଧାସନ ଅର୍ଥାତ୍ ଲେବଲ ୩ ପୋଶ୍ଚର –
ଯେବେ ଆପଣ ଧ୍ୟାନ କରିବାରେ ଅଭ୍ୟସ୍ତ ହୋଇ ଯିବେ ତ , ନିଜର ପୋଶ୍ଚରକୁ ମଧ୍ୟ ସୁଧାରି ପାରିବେ। କାରଣ ଧ୍ୟାନ କରିବା ଦ୍ୱାରା ଶରୀର ମଧ୍ୟ ଫ୍ଲେକ୍ସିବଲ ହେବାକୁ ଲାଗେ। ସୁଖାସନର ମୁଦ୍ରା ଛାଡ଼ି ପାଦକୁ ଆଣ୍ଠୁ ପାଖରୁ ମୋଡି କ୍ରସ୍ କରି ବସନ୍ତୁ ଏବଂ ପୂରା ସିଧା ବସନ୍ତୁ।
ବଜ୍ରାସନ – ଧ୍ୟାନ କରିବା ପାଇଁ ବଜ୍ରାସନର ମୁଦ୍ରାରେ ମଧ୍ୟ ବସି ପାରିବେ। ଏଥିରେ ଡାଇଜେସନ ଠିକ୍ ହେବା ସହ ଧ୍ୟାନ କରିବା ମଧ୍ୟ ସହଜ ହେବ।
ଅର୍ଦ୍ଧ ପଦ୍ମାସନ – ଯଦି ଆପଣ ସଂପୂର୍ଣ୍ଣ ରୂପେ ପଦ୍ମାସନ ମୁଦ୍ରାରେ ବସି ପାରୁ ନାହାନ୍ତି ତ, କେବଳ ଏକ ପାଦକୁ ମୋଦି ଅନ୍ୟ ଜଙ୍ଘ ଉପରେ ରଖନ୍ତୁ ଏବଂ ଅର୍ଦ୍ଧ ପଦ୍ମାସନର ମୁଦ୍ରାରେ ବସି ମେଡିଟେସନ କରନ୍ତୁ।
ପଦ୍ମାସନ – ସବୁଠୁ ଶେଷ ସ୍ତର ହେଉଛି ପଦ୍ମାସନ, ଯେଉଁଥିରେ ଉଭୟ ପାଦକୁ କ୍ରସ୍ କରି ପରସ୍ପର ଜଙ୍ଘ ଓ ଅଣ୍ଟା ପାଖ ଭାଗରେ ରଖି ପଦ୍ମାସନର ମୁଦ୍ରାରେ ବସନ୍ତୁ ଏବଂ ଧ୍ୟାନ କରନ୍ତି।