ଆମେ ସମସ୍ତେ ନିଜ ନିଜ ଘରେ ତୁଳସୀ ଗଛକୁ ପୂଜା କରିଥାଉ । ତୁଳସୀ ଗଛରେ ବସବାସ କରନ୍ତି ମା ବୃନ୍ଦାବତୀ । ତେଣୁ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରିବା ପରେ ଚଉଁରା ମୂଳରେ ପାଣି ଦେଇ ମା ବୃନ୍ଦାବତୀଙ୍କୁ ପୂଜା କରିଥାଉ । ଏହା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି । ଘରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ମା ବୃନ୍ଦାବତୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ । ଆୟୁର୍ବେଦରେ ମଧ୍ୟ ଏହାର ଅତୁଳନୀୟ ଅବଦାନ ରହିଛି । ହେଲେ କ'ଣ ଆପଣ ଜାଣିଛନ୍ତି କି, ଏହି ତୁଳସୀ ଗଛ ବାରମ୍ୱାର ଶୁଖିବା ଦ୍ୱାରା ମିଳିଥାଏ କେଉଁ ସଂକେତ? ଆସନ୍ତୁ ଜାଣିବା ।
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମା'ର ମର୍ଯ୍ୟାଦା ଦିଆଯାଇଛି । ସେଥିପାଇଁ ସମସ୍ତେ ତୁଳସୀ ଗଛକୁ ପ୍ରତ୍ୟେକ ଦିନ ପୂଜା କରିଥାନ୍ତି । ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏପରି କରିବା ଦ୍ୱାରା ମା' ଲକ୍ଷ୍ମୀଙ୍କ ଦୟା ସବୁବେଳେ ଆପଣଙ୍କ ଉପରେ ରହିଥାଏ । କାରଣ ତୁଳସୀ ଗଛର ସମ୍ପର୍କ ବୁଧ ଗ୍ରହ ସହ ରହିଛି । ତ୍ୟୋଜିର୍ବିଦଙ୍କ ମତ ଅନୁଯାୟୀ, ବାରମ୍ୱାର ସୁଳସୀ ଗଛ ଶୁଖିବା ବହୁତ ଅଶୁଭ ହୋଇଥାଏ । ଯଦି ଆପଣଙ୍କ ଘରେ ବାରମ୍ୱାର ତୁଳସୀ ଗଛ ଶୁଖି ଯାଉଛି, ତେବେ ଏହା ସକାରାତ୍ମକ ଶକ୍ତି ଆପଣଙ୍କ ଘରୁ ବାହାରି ଯାଉଥିବାର ସଂକେତ ଦେଇଥାଏ । ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରୁଥିବାର ଏକ ବଡ଼ ସଂକେତ ଭାବରେ ଏହାକୁ ବିବେଚନା କରାଯାଇଥାଏ ।
ଶୁଖି ଯାଇଥିବା ତୁଳସୀ ଗଛ ଘରେ ଲକ୍ଷ୍ମୀଙ୍କ ଆଗମନକୁ ଅଟକାଇଥାଏ । ଘରେ ଯଦି ବାରମ୍ୱାର ତୁଳସୀ ଗଛ ଶୁଖ ଯାଉଛି, ତେବେ ଆପଣଙ୍କ ପାଖରେ ସବୁବେଳେ ଅର୍ଥର ଅଭାବ ଲାଗି ରହିବ । ଏପରି ସ୍ଥିତି ଉତ୍ପନ୍ନ ହେବ, ଯାହା ଫଳରେ ଆପଣଙ୍କ ପର୍ସ ସବୁବେଳେ ଖାଲି ହୋଇଯିବ । ଅର୍ଥର ଅଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ ଏବଂ ଘରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ତୁଳସୀ ଗଛ ଶୁଖି ଯାଉଥିଲେ ଏହା ଏ କଥାର ମଧ୍ୟ ସଂକେତ ଦେଇଥାଏ ଯେ, ଆପଣଙ୍କ ଉପରେ ପିତୃ ପୁରୁଷଙ୍କର କୌଣସି କରଜ କରିଛନ୍ତି, ଯାହାକୁ ଆପଣଙ୍କୁ ସୁଝିବାକୁ ହେବ ।
ଏହାର ଉପାୟ-
ବାସ୍ତୁ ସାସ୍ତ୍ର ଅନୁଯାୟୀ, ତୁଳସୀ ଗଛ ଶୁଖିବା ଅତ୍ୟନ୍ତ ଅଶୁଭ ବେଲି ବିବେଚନା କରାଯାଇଥାଏ । କିନ୍ତୁ ଯଦି ଏହାର କିଛି ଉପାୟ କରାଯାଏ, ତେବେ ଏହା ଅନେକ ଶୁଭ ଫଳ ମଧ୍ୟ ପ୍ରଦାନ କରିଥାଏ । ଶୁଖି ଯାଇଥିବା ତୁଳସୀ ଗଛର ଛୋଟ ଛୋଟ କାଠିକୁ ଧଳା ସୁତାରେ ବାନ୍ଧି, ତାକୁ ଘିଅରେ ରଖି ଭଗବାନ ବିଷ୍ଣୁଙ୍କ ସମୁଖରେ ଦ୍ୱୀପ ଭାବରେ ଜଳାନ୍ତୁ । ଏହି ଉପାୟ କରିବା ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହେବା ସହ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ବଜାୟ ରହିବ ।