ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଦିନକୁ ଖାଆନ୍ତୁ ଗୋଟିଏ ଟମାଟୋ, ଦୂର ହୋଇଯିବ ଏହି ସମସ୍ୟା

Published By : Ankita S | February 19, 2025 10:00 AM

ନୂଆଦିଲ୍ଲୀ,୧୯/୦୨: ଲାଲ୍ ଟହଟହ ଟମାଟୋ । ତରକାରୀରେ ପଡିଲେ ତାର ସ୍ବାଦ ଦୁଇଗୁଣା ବଢିଯାଏ । ଜାଣିଛନ୍ତି କି କଞ୍ଚା ଟମାଟୋ ଶରୀର ପାଇଁ କେତେ ଉପକାରୀ । ଦିନକୁ ଯଦି ଆପଣ ଗୋଟିଏ ଟମାଟୋ ଖାଇବେ ତେବେ କଣ ଫାଇଦା ମିଳିବ ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ଟମାଟୋରେ ଭିଟାମିନ୍-ସି, କେ, ଏ, ଆଇରନ୍, ପୋଟାସିୟମ୍, ଫାଇବର, ବିଟା କେରୋଟିନ୍, ଫୋଲିକ ଏସିଡ ରହିଛି । ଟମାଟୋରେ ଅନେକ ପୋଷକ ତତ୍ତ୍ବ ଭରପୁର ହୋଇ ରହିଛି । ଏହାକୁ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ଫାଇଦା ମିଳେ । ଟମାଟୋରେ ଭିଟାମିନ୍  ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଏହା ରୋଗ ପ୍ରତିରୋଧଶକ୍ତି ମଜବୁତ କରିଥାଏ । ଫଳରେ ଥଣ୍ଡା, କାଶ ପରି ସମସ୍ୟାରୁ ମୁ୍କ୍ତି ମିଳେ । ଟମାଟୋରେ ଲାଇକୋପିନ୍ ଭରପୁର ରହିଥାଏ । ଏହା କଲୋଷ୍ଟ୍ରୋଲ କମ କରିବାରେ ସହାୟକ ହୁଏ । ଏଥିରେ ଥିବା ପୋଟାସିୟମ ରକ୍ତଚାପ ନିୟନ୍ତ୍ରଣ କରିଥାଏ ।

ଟମାଟୋରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ଚର୍ମ ପାଇଁ ଚମତ୍କାର ହୋଇଥାଏ । ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ଦାଗ କମ୍ ହୋଇଥାଏ । ଗ୍ଲୋଇଙ୍ଗ ସ୍କିନ୍ ମିଳିଥାଏ । ଏହା ସହିତ ଟମାଟୋ କମ୍ କ୍ୟାଲୋରୀ ଏବଂ ହାଇ ଫାଇବରରେ ଭରପୂର ରହିଥାଏ । ଏହା ଓଜନ କମାଇବାରେ ସହାୟକ ହୁଏ । 

ଅଧିକ ପଢନ୍ତୁ...ପୁରୁଷଙ୍କ ପାଇଁ ବରଦାନ ସଜନା ଶାଗ, ଏହିସବୁ ରୋଗରୁ ମିଳିବ ମୁକ୍ତି

ଓଜମ କମାଇବାକୁ ଚାହୁଁଥିଲେ ଡାଏଟରେ ଏହାକୁ ସାମିଲ କଲେ ଫାଇଦା ମିଳିବ । ଏହାକୁ ଖାଇଲେ ପେଟ୍ ଅଧିକ ସମୟ ଭରି ରହିଥାଏ । ବାରମ୍ବାର ଭୋକ ଲାଗିବାରୁ ବଞ୍ଚାଇଥାଏ । ଟମାଟୋରେ ଥିବା କ୍ୟାଲସିୟମ୍ ଏବଂ ଭିଟାମିନ୍ କେ ହାଡକୁ ମଜବୁତ କରିଥାଏ । ଏହା ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଥିଲେ ଟମୋଟା ଖାଇବା ଦ୍ବାରା ଫାଇଦା ମିଳିଥାଏ ।  ତେବେ ଆଉ ଡେରି କରନ୍ତୁ ନାହିଁ ନିଜର ଡାଏଟ ପ୍ଲାନରେ ଟମାଟୋକୁ ସାମିଲ କରନ୍ତୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଆନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.