ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଘରର ମୁଖ୍ୟ ଦ୍ୱାରରେ ପାପୋଛ ପକାଉଛନ୍ତି କି ? ଜାଣନ୍ତୁ କ’ଣ କୁହେ ବାସ୍ତୁ ଶାସ୍ତ୍ର

Published By : Prameya | February 20, 2025 10:01 AM

ଭୁବନେଶ୍ୱର ୨୦/୦୨: ଘରର ମୁଖ୍ୟ ଦ୍ୱାରରେ ପାପୋଛ ପକାଇବା ଖୁବ୍‌ ଜରୁରି । ଘର ଭିତରେ ଅନ୍ୟ ଦ୍ୱାର ଆଗରେ ପାପୋଛ ପକାଇବା ଅନୁଚିତ୍‌ କାହିଁକି ଜାଣନ୍ତି କି? ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରା ଆଗରେ ପାପୋଛ ପକାଇବା ଶୁଭ । କିନ୍ତୁ ଅନ୍ୟ ଦ୍ୱାର ସାମ୍‌ନାରେ ପାପୋଛ ପକାଇବା ଅଶୁଭ । ମୁଖ୍ୟ ଦ୍ୱାର ଦେଇ ଘର ଭିତରକୁ ସମସ୍ତ ଶକ୍ତି ପ୍ରବେଶ କରିଥାନ୍ତି । ତେଣୁ ଘର ଭିତରକୁ ନକାରାତ୍ମକ ଶକ୍ତିକୁ ରୋକିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ପାପୋଛ ପକାଇବାର ବିଶେଷ ମହତ୍ତ୍ୱ ରହିଛି । 

ଆମେ ଘରୁ ବାହାରକୁ ଯିବା ବେଳେ ସକାରାତ୍ମକ ଶକ୍ତି ଆମ ସହ ବାହାରକୁ ଯାଇଥାଏ । ସେହିପରି ବାହାରୁ ଆସିବା ସମୟରେ ନକାରାତ୍ମକ ଶକ୍ତି ଆମ ସହ ଭିତରକୁ ଯାଇ ପରିବାର ଉପରେ ବିଭିନ୍ନ କୁପ୍ରଭାବ ପକାଇଥାଏ । ବାହାରକୁ ଯିବା ବେଳେ ମୁଖ୍ୟ ଦ୍ୱାରରେ ଥିବା ପାପୋଛ ଉପରେ ପାଦ ରଗଡ଼ିବା ଦ୍ୱାରା ସକାରାତ୍ମକ ଶକ୍ତି ଆମ ସହ ବାହାରକୁ ଯାଇ ନଥାଏ । ସେହିପରି ବାହାରୁ ଆସିବା ସମୟରେ ପାପୋଛରେ ପାଦ ରଗଡ଼ିବା ଦ୍ୱାରା ମଧ୍ୟ ଆମ ସହ ଆସିଥିବା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରି ନଥାଏ । ତେଣୁ ଘରର ମୁଖ୍ୟ ଦ୍ୱାରରେ ପାପୋଛ ପକାଇବା ଜରୁରି । ସେହିପରି ଘର ଭିତରେ ଥିବା ଅନ୍ୟ ଦ୍ୱାର ଆଗରେ ପାପୋଛ ପକାଇବା ଦ୍ୱାରା ସକାରାତ୍ମକ ଶକ୍ତିର ପ୍ରବାହ ଅଟକିଯାଇଥାଏ । ତେଣୁ ରୋଷେଇଘର, ଶୋଇବା ଘର ଓ ଡ୍ରଇଂ ରୁମ ଆଦିରେ ମଧ୍ୟ ପାପୋଛ ପକାଇବା ଅନୁଚିତ୍‌ । ନଚେତ୍‌ ପରିବାର ସଦସ୍ୟଙ୍କ ଜୀବନରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.