କରଲା ଏପରି ଏକ ପରିବା ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରି ନଥାନ୍ତି । କାରଣ ଏହା ପାଟିକୁ ସୁଆଦିଆ ଲାଗି ନଥାଏ । ଖାସ୍ କରି ଏହା ସ୍ୱାଦରେ ପିତା ହୋଇଥାଏ । ତେଣୁ ପିଲା ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏହି କଲରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏବଂ ତ୍ୱଚା ପାଇଁ ଏହାର ଉପକାରିତା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏହି କଲରା କେବଳ ଆପଣଙ୍କ ଚର୍ମକୁ ସୁସ୍ଥ ରଖିନଥାଏ ବରଂ ଏହାକୁ ପ୍ରାକୃତିକ ଭାବରେ ସୁନ୍ଦର ମଧ୍ୟ କରିଥାଏ ।
ଆଣ୍ଟି ଏଜିଂ-
ସାଧାରଣତଃ ବୟସ ବଢିବା ସହ ଚର୍ମର ଚମକ କମିବାକୁ ଲାଗିଥାଏ । ଯଦି ଆପଣ ଏଥିରୁ ମୁକ୍ତି ଚାହାଁନ୍ତି, ତେବେ ଆପଣଙ୍କୁ ନିଶ୍ଚିତ ଭାବରେ କଲରା ଖାଇବା ଆରମ୍ଭ କରିବାକୁ ପଡିବ । ଏଥିରେ ଅଧିକ ପରିମାଣରେ ଭିଟାମିନ ସି ରହିଥାଏ, ଯାହା ବୟସ ସହ ଆସୁଥିବା ପରିପକ୍ୱତାକୁ ଧୀର କରିଥାଏ । ତେଣୁ ଏହାକୁ ନିୟମିତ ଖାଇବା ଆରମ୍ଭ କରନ୍ତୁ ।
ରକ୍ତ ପରିସ୍କାର କରିଥାଏ-
ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୂର, ଯାହା ଶରୀରରୁ ସମସ୍ତ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରି ରକ୍ତକୁ ସଫା କରିଥାଏ । ଯାହା ଚର୍ମକୁ ସୁସ୍ଥ ରଖିବାରେ ସହାୟକ ହୋଇ କରିଥାଏ।
ଆଣ୍ଟିମାଇକ୍ରୋବାୟଲ୍-
ଯଦି ଆପଣଙ୍କର ଚର୍ମ ସମସ୍ୟା ରହିଛି କିମ୍ୱା ବ୍ରଣ ଇତ୍ୟାଦି ହେଉଛି, ତେବେ ଆପଣଙ୍କ ପସନ୍ଦର ପନିପରିବା ସହିତ ଏକ ଗ୍ଲାସ କଲରା ଜୁସ୍ ମଧ୍ୟ ପିଅନ୍ତୁ । ଏହା ଚମତ୍କାର ପରିବାରେ ଥିବା ଆଣ୍ଟିମାଇକ୍ରୋବାୟଲ ଗୁଣ ଯୋଗୁଁ ସମସ୍ତ ଚର୍ମ ସମସ୍ୟା ଧୀରେ ଧୀରେ କମିବ ।
ପ୍ରାକୃତିକ ଚମକ-
କଲରାର ଫେସପ୍ୟାକ୍ ବଜାରରେ ବହୁତ ଲୋକପ୍ରିୟ ହେଉଛି । ଯଦି ଆପଣ ଆପଣଙ୍କ ମୁହଁରେ ପ୍ରାକୃତିକ ଚମକ ଚାହୁଁଛନ୍ତି, ତେବେ ଆପଣ କଲରାର ଫେସ୍ପ୍ୟାକ୍ ଲଗାନ୍ତୁ । ଆପଣ ଏହି ଫେସ୍ପ୍ୟାକ୍ ଘର ମଧ୍ୟ ପ୍ରସ୍ତୁତ କରିପାରିବେ । ସପ୍ତାହକୁ ଥରେ ଏହାକୁ ବ୍ୟବହାକ କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଏକ ପ୍ରାକୃତିକ ଚମକ ଆସିବ।