ଖରାପ ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟ ପ୍ରତି ଅବହେଳା ରକ୍ତଚାପ ସମସ୍ୟା ପାଇଁ ଦାୟୀ । ଯଦି ପରିବାରରେ କାହାର ବ୍ଲଡ୍ ପ୍ରେସର୍ ରହିଥାଏ, ତେବେ ଏହି ସମସ୍ୟା ପରବର୍ତ୍ତୀ ପିଢ଼ିକୁ ମଧ୍ୟ ହୋଇପାରେ । ଭାରତୀୟମାନଙ୍କ ମଧ୍ୟରେ ରକ୍ତଚାପ (BP) ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆକଳନ ଅନୁଯାୟୀ, ଭାରତରେ ପ୍ରତି ଚାରି ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପରେ ପୀଡିତ। ଆଇସିଏମଆର-ଇଣ୍ଡିଆ ମଧୁମେହ ଅଧ୍ୟୟନରୁ ଜଣାପଡିଛି ଯେ, ଦେଶରେ ୩.୧୫ କୋଟି ଲୋକ ଉଚ୍ଚ ରକ୍ତଚାପରେ ପୀଡିତ। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଔଷଧ ନ ଖାଇ ଯୋଗ ମାଧ୍ୟମରେ କିପରି ବିପି ନିୟନ୍ତ୍ରଣ କରାଯାଇପାରିବ?
ଯୋଗ ଦ୍ୱାରା ବିପି ନିୟନ୍ତ୍ରଣ କରାଯାଇପାରିବ କି?
ନିୟମିତ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଯୋଗ କରି ଆପଣ ଅନେକ ପ୍ରକାରର ରୋଗକୁ ନିୟନ୍ତ୍ରଣ କରାଯାଇପାରିବେ। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଯୋଗ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା କରିବା ଦ୍ୱାରା କେବଳ ଚାପ କମିଥାଏ, ତାହା ନୁହେଁ ବରଂ ଶରୀର ଏବଂ ମନ ମଧ୍ୟ ଶାନ୍ତ ହୋଇଥାଏ । ଯାହା ବିପି ନିୟନ୍ତ୍ରଣ କରିବା ପାଇଁ ନିତ୍ୟାନ୍ତ ଆବଶ୍ୟକ । ଏହା ଚାପ କମାଇବା ସହ ଶରୀରରେ ରକ୍ତ ପ୍ରବାହ ଉନ୍ନତ କରିଥାଏ ଏବଂ ଶରୀରକୁ ଆରାମ ଦେଇଥାଏ। ଯାହା ରକ୍ତଚାପ କମାଇବାରେ ସହାଯ୍ୟ କରିଥାଏ ।
ଯୋଗ ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ-
ଯୋଗ ଚାପ କମାଇବାରେ ସାହାଯ୍ୟ କରେ, ଯାହା ଶରୀରରେ ରକ୍ତଚାପ ବଢିବାର ଏକ ପ୍ରମୁଖ କାରଣ ।
ଯୋଗ ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ, ଯାହା ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହେଉଥିବା ଯୋଗାସନ:
ଫୋଲ୍ଡ ପୋଜ୍- ଏହି ଯୋଗାସନ ରକ୍ତ ପ୍ରବାହ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ଚାପ ଏବଂ ଚିନ୍ତାକୁ ମଧ୍ୟ ହ୍ରାସ କରେ ।
ବାଲାସନ- ଏହା ଏକ ହାଲୁକା ଏବଂ ଆରାମଦାୟକ ଆସନ । ଯାହା ମନ ଏବଂ ଶରୀରକୁ ଶାନ୍ତ କରିଥାଏ। ଏହା ପିଠି, କାନ୍ଧ ଏବଂ ଅଣ୍ଟାକୁ ଟାଣି ଗଭୀର ନିଶ୍ୱାସ ନେବାରେ ସାହାଯ୍ୟ କରିଥାଏ । ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।
ଶବାସନ- ଏହି ଆସନ ଶରୀର ଏବଂ ମନକୁ ସମ୍ପୂର୍ଣ୍ଣ ଭାବରେ ଆରାମ ଦେଇଥାଏ । ଏହା ରକ୍ତଚାପ କମାଇବାରେ ବହୁ ମାତ୍ରାରେ ସାହାଯ୍ୟ କରିଥାଏ।
ଏହା ବ୍ୟତୀତ ନଦୀ ଶୋଧନ ପ୍ରାଣାୟାମ ଏପରି ଏକ ଶ୍ୱାସକ୍ରିୟା କୌଶଳ ଯାହା ସ୍ନାୟୁ ପ୍ରଣାଳୀକୁ ସନ୍ତୁଳିତ ରଖି ଆରାମ କରିବା ପାଇଁ ଦେଇଥାଏ । ଏହା ଚାପ ଏବଂ ଚିନ୍ତାକୁ ମଧ୍ୟ ହ୍ରାସ କରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରେ । ଏହା ଛଡ଼ା ଯଦି ଆପଣ କାନ୍ଥରେ ଗୋଡ଼କୁ ଉପରକୁ ଉଠାଇ ରଖିବା ଅର୍ଥାତ୍ ବିପରିତ କରଣୀ ମୁଦ୍ରା ମଧ୍ୟ ଚାପ ହ୍ରାସ କରିବାରେ ସାହାଯ୍ୟ କରେ କରିଥାଏ । ଏହି ଆସନ ଶରୀରରେ ରକ୍ତ ପ୍ରବାହକୁ ଉନ୍ନତ କରିବା ସହ ହୃଦୟ ଉପରେ ଚାପ କମାଇଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।