ବ୍ଲୁ ବେରି ଏକ ଭିନ୍ନ ପ୍ରଜାତିର ନୀଳ ରଙ୍ଗର ବେରି କିମ୍ୱା କୋଳି ଯାହା ଭାକ୍ସିନିୟମ୍ ପ୍ରଜାତିର ଅନ୍ତର୍ଭୁକ୍ତ । ଏହି ବ୍ଲୁ ବେରି ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ପୁଷ୍ଟିକର । ଏହା ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ହୋଇ ରହିଛି । ବିଶେଷ କରି ଏଥିରେ ଆନ୍ଥୋସିୟାନିନନ୍ର ମାତ୍ରା ବେଶ୍ ଅଧିକ । ଯାହା ଏହି ବେରିକୁ ତାର ଘନନୀଳ ରଙ୍ଗ ଏବଂ ଲାଭଦାୟକ ଉପାଦାନ ପ୍ରଦାନ କରିଥାଏ । ବ୍ଲୁ ବେରି ହୃତ୍ପିଣ୍ଡର ସ୍ୱାସ୍ଥ୍ୟ, ମସ୍ତିଷ୍କର ପରିଚାଳନା, ରକ୍ତରେ ଶର୍କରା ନିୟନ୍ତ୍ରଣ, ପାଚନ, ରୋଗ ପ୍ରତିରେଧକ ଶକ୍ତିକୁ ବଢାଇବା ସହ ଚର୍ମ ସ୍ୱାସ୍ଥ୍ୟ ଉପରେ ନିଜର ସକାରାତ୍ମକ ପ୍ରଭାବ ପାଇଁ ଜଣାଶୁଣା । ଏହି ବେରିକୁ ସତେଜ ଆବସ୍ଥାରେ, ଫ୍ରୋଜେନ୍ ଅବସ୍ଥାରେ କିମ୍ବା ଶୁଖି ଯାଇଥିଲେ ମଧ୍ୟ ଖାଇହେବ । ବ୍ଲୁ ବେରି ଖାଇବା ଆପଣଙ୍କ ଶରୀର ପାଇଁ କେତେ ଲାଭଦାୟକ, ଆସନ୍ତୁ ସେ ବିଷୟରେ ଜାଣିବା।
ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ବ୍ଲୁ ବେରି-
ବ୍ଲୁ ବେରି ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ହୋଇ ରହିଥାଏ । ଏଥିରେ ବହୁ ମାତ୍ରାରେ ଆନ୍ଥୋସିୟାନିନନ୍ ରହିଥାଏ । ଯାହା ଏହି ବେରିକୁ ଘନନୀଳ ରଙ୍ଗ ପ୍ରଦାନ କରିଥାଏ । ଏହି ଆଣ୍ଟିଅକ୍ସିଡେଣ୍ଟ ଶରୀରରେ ଫ୍ରି ରେଡିକାଲ୍ସକୁ ନିୟନ୍ତ୍ରଣ କରି ରଖିଥାଏ । ଏହି ରେଡିକାସ୍ଲ ବା ଅଣୁ ଗୁଡ଼ିକ ନିୟନ୍ତ୍ରିତ ନ ହେଲେ, ପରବର୍ତ୍ତୀ ସମୟରେ କର୍କଟ ଭଳି ବଡ଼ ରୋଗର କାରଣ ସାଜିପାରେ ।
ହୃତ୍ପିଣ୍ଡର ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ-
ବ୍ଲୁ ବେରିରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ହାଇ ଫାଇବର୍, ଭିଟାମିନ୍-ସି, ପୋଟସିୟମ୍ ଇତ୍ୟାଦି ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ଏଥିରେ ଥିବା ଆନ୍ଥୋସିୟାନିନନ୍ ଉଚ୍ଚ ରକ୍ତଚାପକୁ କମ୍ କରି ହାର୍ଟ ଆଟାକ୍ ହେବାର ଆଶଙ୍କାକୁ କମାଇଥାଏ । ଏହା ରକ୍ତ ସଞ୍ଚାଳନରେ ସାହାଯ୍ୟ କରିବା ସହ ଏଲଡିଏଲ କୋଲେଷ୍ଟ୍ରୋଲ୍ର ସ୍ତର ମଧ୍ୟ କମାଇଥାଏ ।
ମସ୍ତିଷ୍କର ଫଙ୍କସନ୍କୁ ଉନ୍ନତ କରିଥାଏ-
ବ୍ଲୁ ବେରି ମସ୍ତିଷ୍କ ସ୍ୱାସ୍ଥ୍ୟକୁ ବୃଦ୍ଧି କରିବା ଏବଂ ଜ୍ଞାନଗତ କାର୍ଯ୍ୟକୁ ଉନ୍ନତ କରିବା ପାଇଁ ଜଣାଶୁଣା । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ବା ଚାପକୁ କମ୍ କରିଥାଏ । କାରଣ ଏହା ମସ୍ତଷ୍କର କାର୍ଯ୍ୟ କରିବାର କ୍ଷମତାକୁ ଧୀର କରିଦେଇଥାଏ । କେବଳ ସେତିକି ନୁହେଁ, ଏହି ବ୍ଲୁ ବେରି ସ୍ମରଣଶକ୍ତିରେ ମଧ୍ୟ ସୁଧାର ଆଣିଥାଏ ।
ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣ-
ବ୍ଲୁ ବେରିରେ ଫାଇବର୍ର ପରିମାଣ ଅଧିକ ରହିଥିବାବେଳେ ଗ୍ଲାଇସେମିକ୍ ଇଣ୍ଡେକ୍ସର ମାତ୍ରା କମ୍ ରହିଥାଏ । ଯାହା ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାର ଲେବୁଲ୍କୁ ନିୟନ୍ତ୍ରଣ କରି ରଖିଥାଏ । ଏଥିରେ ଥିବା ଆନ୍ଥୋସିୟାନିନନ୍ ଇନ୍ସୁଲିନ୍ ସମ୍ୱେଦନଶୀଳତା ଏବଂ ଗ୍ଲୁକୋଜ୍ ମେଟାବୋଲିଜିମ୍କୁ ଉନ୍ନତ କରେ । ଯାହା ରକ୍ତରେ ଶର୍କରାର ପରିମାଣକୁ କମ୍ କରି ମଧୁମେହକୁ ନିୟନ୍ତ୍ରଣ କରିଥାଏ ।
ପାଚନ କ୍ରିୟାରେ ହୋଇଥାଏ ସହାୟକ-
ବ୍ଲୁ ବେରିରେ ଥିବା ହାଇ ଫାଇବର୍ ପାଚନ କ୍ରିୟାରେ ସାହାଯ୍ୟ କରି କୋଷ୍ଠ କାଠିନ୍ୟ ହେବାକୁ ରୋକିଥାଏ । ଏଥିରେ ଥିବା ପ୍ରୋବାୟୋଟିକ୍ସ ଅନ୍ତନଳୀର ବ୍ୟକ୍ଟେରିଆକୁ ସୁସ୍ଥ ରଖିଥାଏ । ଯାହା ଫଳରେ ସମ୍ପୂର୍ଣ୍ଣ ପାଚନ କ୍ରିୟା ସଠିକ ଭାବରେ ସଂଚାଳିତ ହୋଇଥାଏ ।
ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ -
ବ୍ଲୁ ବେରିରେ ଭିଟାମିନ୍ ଏବଂ ମିନେରାନ୍ସ ସହ ଭିଟାମିନ୍ ସି ଭରପୁର ହୋଇ ରହିଛି । ଯାହା ଶ୍ୱେତ ରକ୍ତ କଣିକାକୁ ଉତ୍ପନ୍ନ କରିବା ସହ ସେଗୁଡ଼ିକୁ ସଠାକ ଭାବରେ ପରିଚାଳନା କରିଥାଏ । ଏଗୁଡ଼ିକ ରୋଗପ୍ରତିରୋଧକ ଶକ୍ତିକୁ ବଢାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିତା ଗ୍ରହଣ କରିଥାନ୍ତି ।
ଆଣ୍ଟି ଇଂଫ୍ଲାମେଟୋରୀରେ ଭରପୂର-
ଦୀର୍ଘ ସମୟ ପାଇଁ ଇଂଫ୍ଲାମେସନ୍ ହେବା ଦ୍ୱାରା କର୍କଟ ଏବଂ ହୃଦ୍ରୋଗ ହେବାର ସମ୍ଭାବନା ରହିଛି । ବ୍ଲୁ ବେରିରେ ଆଣ୍ଟି ଇଂଫ୍ଲାମେଟୋରୀ ଉପାଦାନ ରହିଥିବାରୁ ଶରୀରରେ ଇଂଫ୍ଲାମେସନ୍ କମ୍ ହୋଇଥାଏ । ଏହା ସମସ୍ତ ପ୍ରକାରର କର୍କଟ ରୋଗରୁ ରକ୍ଷା କରିଥାଏ ।
କର୍କଟ ରୋଗରୁ ଦେଇଥାଏ ମୁକ୍ତି-
ବ୍ଲୁ ବେରିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଖାସ୍ କରି ଆନ୍ଥୋସିୟାନିନନ୍ କର୍କଟ ରୋଗର କୋଷ ଗୁଡ଼ିକୁ ବଢିବାରୁ ରୋକିଥାଏ । ଏଥିରେ ଆଣ୍ଟି- କ୍ୟାନସର୍ ଉପାଦାନ ରହିଥିବାରୁ, ସମସ୍ତ ପ୍ରକାରର କର୍କଟ ରୋଗକୁ ରୋକିବାରେ ସହାୟକ ହୋଇଥାଏ ।
ଚର୍ମକୁ ସୁସ୍ଥ ରଖିଥାଏ-
ବ୍ଲୁ ବେରିରେ ଭିଟାମିନ୍ ସି ଏଂ ଇ ଭରପୁର ମାତ୍ରରେ ରହିଥାଏ । ଯାହା ଚର୍ମର ସ୍ୱାସ୍ଥ୍ୟ ପାଇଁ ଜରୁରୀ । ଭିଟାମିନ୍ ସି ଶରୀରରେ କୋଲାଜିନ୍ ଉତ୍ପନ୍ନ କରିଥାଏ, ଯାହା ଚର୍ମକୁ ସୁଦୃଢ କରିଥାଏ । ଭିଟାମିନ୍ ଇ ଶରୀରର ଚର୍ମକୁ ଫ୍ରି ରେଡିକାଲ୍ସ ଏବଂ ସୂର୍ଯ୍ୟଙ୍କର ୟୁଭି କିରଣରୁ ନଷ୍ଟ ହେବାରୁ ରକ୍ଷା କରିଥାଏ ।
ଓଜନ ପରିଚାଳନା-
ବ୍ଲୁ ବେରିରେ କ୍ୟାଲୋରୀ କମ୍ ଏବଂ ହାଇ ଫାଇବର୍ ରହିଥିବାରୁ, ଶରୀରର ଓଜନକୁ ନିୟନ୍ତ୍ରିତ କରି ରଖିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବାରମ୍ୱାର ଭୋକ ଲାଗି ନଥାଏ । ଯାହା ଆପଣଙ୍କୁ ବାରମ୍ୱାର ସ୍ନାକିଂ କରିବାକୁ ରୋକିଥାଏ ।