ଶରୀର ପାଇଁ ବେଶ ଉପକାରୀ ପଇଡ଼ ପାଣି । ଏଥିରେ ଭରପୂର ମାତ୍ରାରେ ରହିଥାଏ ପୋଷକତତ୍ତ୍ବ। ଏହା ଶରୀରରେ ହଜମ ଶକ୍ତି ବଢାଇବା ସହ ବିଭିନ୍ନ ପ୍ରକାର ରୋଗ କବଳରୁ ରକ୍ଷା କରିଥାଏ । ତେଣୁ ନିୟମିତ ଭାବେ ଖାଲି ପେଟରେ ପଇଡ଼ ପାଣି ପିଇଲେ ଏହା ସ୍ବାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ ହୋଇଥାଏ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ପ୍ରତିଦିନ ପଇଡ଼ ପାଣି ପିଇବା ଖୁବ୍ ଲାଭଦାୟକ। ଏହି ପାଣିରେ ଥିବା କିଛି ଉପାଦାନ ହଜମ ପ୍ରକ୍ରିୟାକୁ ବଢାଇବାରେ ସାହାଯ୍ୟ କରେ । ସେହିପରି ବିଭିନ୍ନ ରୋଗରୁ ବି ସୁରକ୍ଷା ଦିଏ । ପ୍ରତିଦିନ ସକାଳେ ଖାଲି ପେଟରେ ପଇଡ଼ ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟେଡ୍ ରହିଥାଏ। ସଂକ୍ରମଣଜନିତ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ପଇଡ଼ ପାଣି । କାରଣ ଏହାକୁ ନିୟମିତ ପାନ କରିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ ।ପଇଡ଼ ପାଣିରେ ସୋଡିୟମ, ପଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଇଲେକ୍ଟ୍ରୋଲାଇଟ୍ସ ଭରପୂର ରହିଛି ।
ଏହା ମଧ୍ୟ ପଢନ୍ତୁ- ତ୍ୱଚାର ଚମକ ବଢାଇବ କଲରା, ଜାଣନ୍ତୁ ଏହାର ଉପକାରିତା...
ଏହି ଖଣିଜ ପଦାର୍ଥଗୁଡିକ ଶରୀରରେ ତରଳ ପଦାର୍ଥ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାନ୍ତି । ସେହିପରି ପଇଡ଼ ପାଣି ପିଇବା ଦ୍ବାରା ଏହା ଝାଳ ଯୋଗୁଁ ହରାଇଥିବା ତରଳ ପଦାର୍ଥକୁ ପୂରଣ କରିବାରେ ସାହାଯ୍ୟ କରିପାରେ । ଏହା ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା କ୍ୟାଲସିୟମ, ଆଇରନ ଏବଂ ଭିଟାମିନ-ସି ଭଳି ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିପାରେ ।