ପ୍ରମୂଖ ଖବର
  • ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କୀ ହମଲା ଡର; ବିଦେଶୀ ଖେଳାଳିଙ୍କୁ ଅପହରଣ ଯୋଜନା କରୁଛି ISKP
  • ||
  • ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି
  • ||
  • ରାଜଧାନୀକୁ ଜଗିବ ଏଆଇ କ୍ୟାମେରା, ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ଲାଗିବ କ୍ୟାମେରା
  • ||
  • କଟକ : ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ, କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ
  • ||
  • ବଲାଙ୍ଗୀର : ବରଯାତ୍ରୀରେ ମର୍ଡର ପ୍ଲାନ୍‌: ମଉକା ଦେଖି କରିଥାନ୍ତେ ହତ୍ୟା, ଯୋଜନା ଭଣ୍ଡୁର କରିଦେଲା ପୋଲିସ
  • ||
  • କେନ୍ଦ୍ରାପଡ଼ା : ସ୍କୁଟିକୁ ପଛପଟୁ ପିଟିଲା ହାଇୱା, ମହିଳା ମୃତ
  • ||
  • ମାଓ ଯୋଜନା ପଣ୍ଡ, ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜା ହୋଇଥିବା ବୋତଲ ବୋମା ଠାବ
  • ||
  • ନୀଳଗିରି : ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ଅଙ୍କିତା, ଗୋଟିଏ ଶାବକକୁ ଦେଲା ଜନ୍ମ
  • ||
  • ରାୟଗଡ଼ା : ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା, ବିହାରରୁ ୧୯ ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ପ୍ରଭୁ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ସକାଳ ୧୧ରୁ ୧୨ଟା ମଧ୍ୟରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ
  • ||
  • କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୭ ଗୁରୁତର
  • ||
  • ରାଜ୍ୟରେ ଟ୍ରଫ୍‌ଲାଇନ ପ୍ରଭାବ: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା, ୩ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ
  • ||

ମହାଶିବରାତ୍ରିରେ ବେଲପତ୍ର ଅର୍ପଣ କରିବାର ମହତ୍ୱ, ଜାଣନ୍ତୁ କେଉଁ କାର୍ଯ୍ୟ ପାଇଁ କୋତୋଟି ବେଲପତ୍ର ଚଢାଇବେ

Published By : Prameya | February 24, 2025 11:53 AM

ଭୁବନେଶ୍ୱର ୨୪/୦୨: ମହାଶିବରାତ୍ରି ଦିନ ଭଗବାନ୍‌ ଶିବ-ମାତା ପାର୍ବତୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଏ । ଭକ୍ତମାନେ ସେଦିନ ଶିବଲିଙ୍ଗରେ ନିଶ୍ଚୟ ବେଲପତ୍ର ଚଢ଼ାଇଥାନ୍ତି । ଶାସ୍ତ୍ର କହେ, ପ୍ରକୃତ ଶ୍ରଦ୍ଧା ତଥା ନିଷ୍ଠାର ସହିତ ବେଲପତ୍ର ଅର୍ପଣ କଲେ ଭକ୍ତର ସମସ୍ତ ମନୋକାମନା ପୂରଣ ହୋଇଥାଏ । ମହାଶିବରାତ୍ରିରେ ବେଲପତ୍ର ଅର୍ପଣ କରିବାର ଚମତ୍କାର ଉପାୟ ସମ୍ପର୍କରେ ଜାଣିବା... 

ସନ୍ତାନ ସୁଖ ପ୍ରାପ୍ତି ଲାଗି: ନିଜର ବୟସ ଅନୁସାରେ ସେତିକି ବେଲପତ୍ର ତୋଳି ଆଣନ୍ତୁ । କଞ୍ଚା ଶୁଦ୍ଧ କ୍ଷୀରରେ ପ୍ରତ୍ୟେକ ବେଲପତ୍ରକୁ ବୁଡ଼ାଇ ଗୋଟିଏ ପରେ ଗୋଟିଏ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ବେଲପତ୍ର ଅର୍ପଣ ବେଳେ ଶିବ ପଞ୍ଚାକ୍ଷରୀ ମନ୍ତ୍ରୀ ‘ ଓଁ ନମଃ ଶିବାୟ’ ଜପ କରିବାକୁ ଭୁଲନ୍ତୁ ନାହିଁ । 

ରୋଗରୁ ମୁକ୍ତି ପାଇବାକୁ: ତମ୍ବା ଢ଼ାଳରେ ପାଣିନେଇ ଏଥିରେ ହଳଦିଆ ଚନ୍ଦନ ମିଶାଇ ଦିଅନ୍ତୁ । ୧୦୮ ବେଲପତ୍ର ଏଥିରେ ପକାନ୍ତୁ । ଗୋଟିଏ ପରେ ଗୋଟିଏ ବେଲପତ୍ର ଶିବ ପଞ୍ଚାକ୍ଷରୀ ଜପ ସହ ଶିବଲିଙ୍ଗରେ ଅର୍ପଣ କରନ୍ତୁ । 

ଶୀଘ୍ର ବିବାହ ପାଇଁ: ଶିବଲିଙ୍ଗରେ ୧୦୮ ବେଲପତ୍ର ‘ଓଁ ନମଃ ଶିବାୟ’ ଜପ ପୂର୍ବକ ଅର୍ପଣ କରନ୍ତୁ । ଏପରି କଲେ ବିବାହରେ ବାଧା ଦୂର ହେବା ସହ ବିବାହ ଶୀଘ୍ର ସମ୍ପନ୍ନ ହୋଇଥାଏ । 

ଆର୍ଥିକ ଉନ୍ନତି ପ୍ରାପ୍ତି: ଶୁଦ୍ଧ ଜଳ ଏବଂ ବେଲପତ୍ରରେ ଶିବାଭିଷେକ କରନ୍ତୁ । ଅଭିଷେକ ପରେ ଶିବଲିଙ୍ଗରେ ଅର୍ପିତ ତ୍ରିଶାଖା ବେଲପତ୍ରରୁ ଗୋଟିଏ ନେଇ ନିଜର ମନିପର୍ସ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.