ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ମୋ ବସ୍ ଧକ୍କାରେ ନାବାଳିକା ମୃତ୍ୟୁ ଘଟଣା, ୨ ଲକ୍ଷ କ୍ଷତିପୂରଣ ଦେଲା କ୍ରୁଟ୍

Published By : Prameya | February 4, 2025 1:31 PM

ଭୁବନେଶ୍ଵର, ୦୪/୦୨ : ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍ ଧକ୍କାରେ ନାବାଳିକା ମୃତ୍ୟୁ ଘଟଣା। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲା କ୍ରୁଟ୍। ସେପଟେ ଡ୍ରାଇଭର୍‌ଙ୍କ ଭୁଲ୍ ପାଇଁ ଦୁର୍ଘଟଣା ଘଟିଥିବା ସ୍ଵୀକାର କଲେ କ୍ରୁଟ୍ କର୍ତ୍ତୃପକ୍ଷ। କ୍ଷତିପୂରଣ ଦେବା ପରେ ହଟିଲା ରାସ୍ତାରୋକ।  

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ନନ୍ଦନକାନନ ଥାନା ରଘୁନାଥପୁର ଡ୍ରିମ୍ ଭିଲ୍ଲା ସମ୍ମୁଖରେ ଜଣେ ନାବାଳିକାଙ୍କ ଉପରେ ମୋ-ବସ୍ ଚଢି ଯାଇଥିଲା। ନାବାଳିକା ଜଣଙ୍କ ଘରୁ ସାଇକେଲ୍‌ରେ ନନ୍ଦନକାନନ ଛକକୁ ଯାଉଥିବା ବେଳେ ମୋ-ବସ୍‌ଟି ପଛରୁ ଧକ୍କା ଦେଇ ତାଙ୍କୁ ଘୋଷାରି ନେଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବାଉଁଶ ବାନ୍ଧି ନନ୍ଦନକାନନ ପଟିଆ ରାସ୍ତା ଅବରୋଧ କରିଥିଲେ। ଏହାପରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି। କ୍ଷତିପୂରଣ ଦେବା ପରେ ରାସ୍ତାରୋକ ହଟିଛି। ଡ୍ରାଇଭର୍‌ଙ୍କ ଭୁଲ୍ ପାଇଁ ଦୁର୍ଘଟଣା ଘଟିଥିବା କ୍ରୁଟ୍ କର୍ତ୍ତୃପକ୍ଷ ମାନିଛନ୍ତି। ସେପଟେ ମୋ ବସ୍ ଡ୍ରାଇଭର୍ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ନାବାଳିକାଙ୍କ ଉପରେ ଚଢିଗଲା ମୋ ବସ୍, ନନ୍ଦନକାନନ ପଟିଆ ରୋଡ୍ ଅବରୋଧ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.