ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ପଞ୍ଜାବୀ ଗାୟକ ପ୍ରେମ୍ ଢିଲ୍ଲୋଂଙ୍କୁ ଟାର୍ଗେଟ୍‌ , ବଙ୍ଗଳା ଉପରକୁ ଆଖିବୁଜା ଗୁଳିମାଡ଼ ସୂଚନା

Published By : Anindita | February 5, 2025 1:11 PM

ମୁମ୍ବାଇ,୦୫/୦୨:  ପୁଣି ଆଉ ଜଣେ ପଞ୍ଜାବୀ  ଗାୟକଙ୍କୁ ଟାର୍ଗେଟ୍‌ । କାନାଡାରେ ପଞ୍ଜାବୀ ସିଙ୍ଗର  ପ୍ରେମ୍ ଢିଲ୍ଲୋଂଙ୍କ ବଙ୍ଗଳା ଉପରକୁ ଫାୟାରିଂ। କିଛି ଅଜ୍ଞାତ ଦୁର୍ବୁତ୍ତ ପ୍ରେମ୍ ଢିଲ୍ଲୋଂଙ୍କ ବଙ୍ଗଳା ଉପରକୁ ଆଖିବୁଜା ଗୁଳିମାଡ କରିଥିବା ସୂଚନା ।  ସୁରକ୍ଷା ଏଜେନ୍ସି ଏନେଇ ଜୟପାଲ୍ ଭୁଲ୍ଲର ଗ୍ୟାଙ୍ଗ୍ ଉପରେ ସନ୍ଦେହ କରୁଥିବା ବେଳେ ଏହାକୁ ସତ ବୋଲି ଅପରାଧୀ ସୋସିଆଲ୍ ମିଡିଆ ପୋଷ୍ଟ୍ ଜରିଆରେ ସୂଚନା ଦେଇଛନ୍ତି।

ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିବା ପୋଷ୍ଟରେ ଫାୟାରିଂ ଜେଣ୍ଟା ଖରଡ କରିଥିବା କଥା କୁହାଯାଇଛି । ଜେଣ୍ଟା ଖରଡ ଜୟପାଲ୍ ଭୁଲ୍ଲର ଗ୍ୟାଙ୍ଗ୍ ର ସଦସ୍ୟ ହୋଇଥିବା ବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରହୁଛି । ଜେଣ୍ଟାକୁ ଖାଲିସ୍ଥାନୀ ଆତଙ୍କୀ ଅର୍ଶ ଡଲ୍ଲାର ନିକଟବର୍ତ୍ତୀ ସହଯୋଗୀ ବୋଲି ମଧ୍ୟ କୁହାଯାଉଛି ।  ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ ,‘ଆମେ ଅନେକ ଥର ପ୍ରେମ୍ ଢିଲ୍ଲୋଂଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛୁ । ପ୍ରଥମେ ସିଦ୍ଧୁ ମୁସେୱାଲା ସହ ସେ ସାମ୍ନାକୁ ଆସିଥିଲେ । କିନ୍ତୁ ସିଦ୍ଧୁଙ୍କ ମୃତ୍ୟୁରେ ମଜା ଉଡାଇ ସହାନୁଭୂତି ସାଉଁଟିବା ପାଇଁ ଗୀତ ଲେଖିଥିଲା ଏ ଗାୟକ । ଆମେ ଏବେ କେବଳ ଡରାଇବା ପାଇଁ ଫାୟାରିଂ କରିଛୁ ଆଉ ଶେଷଥର ପାଇଁ ଚେତାବନୀ ଦେଉଛୁ । ଯଦି ତୁମେ ଏବେ ବି ନ ସୁଧୁରିଛ ତାହେଲେ ତୁମେ ଯୁଆଡେ ବି ଯାଅ ଆମ ନଜରରୁ ବଞ୍ଚିପାରିବ ନାହିଁ । ଆମେ ତୁମର ହତ୍ୟା କରିବୁ । ତୁମ ଭଳି ସାଙ୍ଗ ରହିବା ଯାହା ଶତ୍ରୁକୁ ପାଖରେ ରଖିବା ତାହା ।’


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.