ନୂଆଦିଲ୍ଲୀ,୦୫/ ୦୨: ଭୋଟ ଦେଉଛି ରାଜଧାନୀ ଦିଲ୍ଲୀ । ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଜାରି ରହିଛି । ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନର୍ଦ୍ଦନ । ନିର୍ବାଚନ ପର୍ବରେ ସାମିଲ ହୋଇ ଆପ୍ କୁ ଭୋଟ ଦେବାକୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଏହା କେବଳ ଖାଲି ନିର୍ବାଚନ ନୁହେଁ ଧର୍ମଯୁଦ୍ଧ । ସତ୍ୟ ବନାମ ମିଥ୍ୟାର ଲଢେଇ ।
କାଲିକାଜୀରୁ ଆପ୍ ପ୍ରାର୍ଥୀ ହୋଇଛନ୍ତି ଆତିଶୀ । ଭୋଟ ଦେବ ପୂର୍ବରୁ ସେ କାଲିକାଜୀ ମନ୍ଦିରରେ ପୂଜା କରିଥିଲେ । ଦିଲ୍ଲୀବାସୀଙ୍କୁ ନିର୍ବାଚନୀ ପର୍ବରେ ସାମିଲ ହେବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । ଅଧକରୁ ଅଧିକ ମତଦାନ ସାବ୍ୟସ୍ତ କରିବାକୁ କହିବା ସହିତ ଏହା କେବଳ ନିର୍ବାଚନ ନୁହେଁ ଧର୍ମଯୁଦ୍ଧ ବୋଲି କହିଛନ୍ତି ଆତିଶୀ । ଏହା ସତ୍ୟ ବନାମ ମିଥ୍ୟାର ଲଢେଇ । ଆଶା କରୁଛି ଲୋକ ସତ୍ୟ ସହ ରହିବ ଓ ଆମ ଦଳର ବିଜୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ।
#WATCH | Delhi CM Atishi says "Delhi election is not just a normal election, this is a 'Dharmyuddh'. The people are Delhi are standing with the ones who work. They do not want hooliganism..."
— ANI (@ANI) February 5, 2025
On FIR against her, she says "Delhi Police can do anything. Delhi Police is openly… pic.twitter.com/k6wpCJKaII
ସେ ଆହୁରି କହିଛନ୍ତି, ଏହା ସତ୍ୟ ଓ ମୁଥ୍ୟାର ଲଢେଇ । କାମ ଓ ଗୁଣ୍ଡାଗର୍ଦ୍ଦିର ଯୁଦ୍ଧ । ଯେଉଁଠାକୁ ଆମେ ଯାଉଛୁ ଦିଲ୍ଲୀ ଲୋକ କାମ ସହ ଅଛନ୍ତି । ଦିଲ୍ଲୀ ପୋଲିସ କିଛି ବି କରିପାରେ । ଖୋଲାଖୋଲି ଭାବେ ଦିଲ୍ଲୀ ପୋଲିସ ବିଜେପିକୁ ନିର୍ବାଚନ ଲଢାଇଉଛି । ଗୋଟିଏ ପଟେ ବିଜେପିର ଗୁଣ୍ଡାରାଜ ଅନ୍ୟ ପଟେ ଦିଲ୍ଲୀ ପୋଲିସର ତାକୁ ସମର୍ଥନ କରିବା । କାଲକାଜୀ ବିଧାନସଭାରେ ଅନେକ ବିଜେପି ନେତା ଟଙ୍କା ବାଣ୍ଟୁଛି ଦିଲ୍ଲୀ ପୋଲିସ ଛତ୍ରଛାୟାରେ ଏହା କରୁଛି ।
ଏହା ବି ପଢନ୍ତୁ...ଦିଲ୍ଲୀ ନିର୍ବାଚନ; ୯ଟା ସୁଦ୍ଧା ୮.୧୦% ମତଦାନ ରେକର୍ଡ, ଭୋଟ୍ ଦେଲେ ମହାମହିମ
ପ୍ରକାଶ ଥାଉ କି, ୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀରେ ଭୋଟ୍ ଗ୍ରହଣ ଚାଲିଛି । ନିର୍ବାଚନୀ ମୈଦାନରେ ୬୯୯ ପ୍ରାର୍ଥୀ ରହିଛନ୍ତି । ସକାଳ ୭ଟାରୁ ଧାଡିରେ ରହି ଭୋଟ୍ ଦେଉଛନ୍ତି ଭୋଟର । ଏକ କୋଟିରୁ ଅଧିକ ଭୋଟର ସେମାନଙ୍କ ନେତା ବାଛୁଛନ୍ତି । ପୂର୍ବାହ୍ନ ୧୧ଟା ସୁଦ୍ଧା ୧୯.୯୫% ଭୋଟ୍ ଗ୍ରହଣ ହୋଇଛି । ନର୍ଥଇଷ୍ଟ ଜିଲ୍ଲାରେ ୨୪. ୮୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗ୍ରହଣ ଚାଲିଛି । ଶୃଙ୍ଖଳିତ ମତଦାନ ପାଇଁ ୩୫ ହଜାରରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଶାସକ ଆପ୍ ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ । ଆସନ୍ତା ଫେବୃଆରୀ ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ ।