ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

୭୦ ଆସନରେ ଭୋଟ୍ ଦେଉଛି ଦିଲ୍ଲୀ ; ନେତା ବାଛୁଛନ୍ତି ଜନତା, ମୈଦାନରେ ୬୯୯ ପ୍ରାର୍ଥୀ

Published By : Ankita S | February 5, 2025 7:54 AM

ନୂଆଦିଲ୍ଲୀ,୦୫/ ୦୨:  ଆପ୍ ମାରିବ ହ୍ୟାଟ୍ରିକ୍ ନା  ବିଜେପି-କଂଗ୍ରେସ୍ ପଲଟାଇବେ ବାଜି । କାହାର ହେବ ଦିଲ୍ଲୀ । ଗୋଟିଏ ପର୍ଯ୍ୟାୟରେ ୭୦ ଆସନରେ ଦିଲ୍ଲୀରେ ଭୋଟିଂ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭୋଟ୍ ଦେଉଛି ରାଜଧାନୀ ଦିଲ୍ଲୀ । କଡା ସୁରକ୍ଷା ବଳୟରେ ମତଦାନ ଆରମ୍ଭ ହୋଇଛି । ମୈଦାନରେ ୬୯୯ ପ୍ରାର୍ଥୀ ରହିଛନ୍ତି । ଦେଢ କୋଟିରୁ ଅଧିକ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।  ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ । ଶାସକ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । ଶୃଙ୍ଖଳିତ ନିର୍ବାଚନ ପାଇଁ ୩୫ ହଜାରରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଆସନ୍ତା ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ଭୋଟରମାନେ ନିଜ ମନ ପସନ୍ଦର ନେତା ତଥା ଦଳକୁ ଚୟନ କରୁଛନ୍ତି । ଆଗାମୀ ୫ ବର୍ଷ ଶାସନ କରିବାକୁ ଦିଲ୍ଲୀବାସୀ କାହା ମୁଣ୍ଡରେ ସୁନା କଳସ ଢାଳିବେ, ତାହା ଉପରେ ସାରା ଦେଶର ନଜର । ଶାସକ ଦଳ ଆପ୍‌ ସମେତ ପ୍ରମୁଖ ଦଳ ଭାବେ ବିଜେପି, କଂଗ୍ରେସ ପରସ୍ପର ମଧ୍ୟରେ କାଡା ଟକ୍କର ହେବ । ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଥିବା ୫ ଦଳ ପରସ୍ପର ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି । ସିପିଆଇ ୬, ସିପିଏମ୍‌ ଏବଂ ସିପିଆଇ-ଏମ୍‌ଏଲ୍‌ ୨ ଟି ଲେଖାଏଁ ସିଟ୍‌ରେ ପ୍ରାର୍ଥୀ ଦେଇଛନ୍ତି । ବିଜେପି ୬୮ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ତାର ସହଯୋଗୀ ଦଳ ଜେଡିୟୁ ଏବଂ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଦୁଇଟି ସିଟ୍‌ରେ ପ୍ରାର୍ଥୀ ରଖିଛି । ଏହାବାଦ୍‌ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୭୦ ଏବଂ ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମ୍‌ଆଇଏମ୍‌ ୧୨ ଆସନରେ ନିର୍ବାଚନ ଲଢ଼ୁଛି ।  ନିର୍ବାଚନ କମିଶନ(ଇସି)ଙ୍କ ସୂଚନା ମୁତାବକ, ନିର୍ଦ୍ଦଳୀୟ ଏବଂ ବିଭିନ୍ନ ପାର୍ଟିର ମୋଟ ୬୯୯ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ୧୩,୦୩୩ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଚାଲିଛି । ସେଥିରୁ ୩୦୦ ସମ୍ବେଦନଶୀଳ କେନ୍ଦ୍ର ରହିଛି । ସୁରକ୍ଷାରେ ୩୫, ୬୨୬ ଦିଲ୍ଲୀ ପୋଲିସ ସମେତ ୨୨୦ ଅର୍ଦ୍ଧସାମରିକ କମ୍ପାନୀ ମୁତନୟ ହୋଇଛନ୍ତି ।

ଏହା ବି ପଢନ୍ତୁ...Delhi Assembly Election: ଦିଲ୍ଲୀ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ, ରହିଛି ଏତିକି କୋଟିର ସମ୍ପତ୍ତି

ଏଥର କିଏ ସରକାର ଗଢ଼ିବ ? ବିଜେପି, କଂଗ୍ରେସ ନା ଆପ୍‌ ? ଆମ୍‌ ଆଦ୍‌ମି ପାର୍ଟି ୧୦ ବର୍ଷ ହେଲା ଶାସନ କରିଆସୁଛି ।  ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ଥିଲା । ଏଥର ବିଜେପି କ୍ଷମତାସୀନ ହେବା ନେଇ ଆଶା ରଖିଛି । ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନରେ ଜିତିବା ପରେ ବିଜେପିର ମନୋବଳ ଟାଣ ରହିଛି । ତା’ଛଡ଼ା କେତେକ ସଦ୍ୟ ଘଟଣା ମଧ୍ୟ ଦଳ ଆଡ଼କୁ ଇସାରା କରୁଛି । ଆପ୍‌ର ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜ ନିର୍ବାଚନ ପ୍ରଚାରରେ ମଧ୍ୟ ବିଜୟ ନିଶ୍ଚିତ ବୋଲି ଦାବି କରିଛନ୍ତି । ସେପଟେ ଆପ୍‌ ହାଟ୍ରିକ୍‌ ମାରିବା ଲକ୍ଷ୍ୟରେ ରହିଛି । କଂଗ୍ରେସ ବି ରଖିଛି ବଡ଼ ସ୍ୱପ୍ନ । ଏଭଳି ଆଶା- ଆକାଂକ୍ଷା ମଧ୍ୟରେ ଦଳଗୁଡ଼ିକ ଦିଲ୍ଲୀର ଭୋଟରଙ୍କ ଉପରେ ସବୁ ଛାଡ଼ିଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.