ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

Maha Kumbh: କୁମ୍ଭମେଳାରେ ବୁଡ ପକାଇଲେ ଭୁଟାନ ରାଜା; ରାଜ୍ୟପାଳଙ୍କ ସହ କଲେ ଆଲୋଚନା

Published By : Bijay Swain | February 4, 2025 10:02 PM

ନୂଆଦିଲ୍ଲୀ: ଚଳିତ ମହାକୁମ୍ଭରେ ଯୋଗ ଦେଇଛନ୍ତି ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ। ସେ ମଙ୍ଗଳବାର ମହାକୁମ୍ଭରେ ଯୋଗ ଦେବା ସହ ତ୍ରିବେଣୀ ସଂଙ୍ଗମରେ ଅମୃତ ସ୍ନାନ କରିଥିବା ନେଇ ସୂଚନା ମିଳିଛି।

ଭୁଟାନର ପାରମ୍ପାରିକ ପୋଷାକ ପିନ୍ଧି ୱାଙ୍ଗଚୁକ୍ ସୋମବାର ଦିନ ବିମାନ ବନ୍ଦରରେ ଅବତରଣ କରିଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଭୁଟାନର ରାଜା ତ୍ରୀବେଣୀ ସଙ୍ଗମରେ ବୁଡ ପକାଇବା ସହ ସୂର୍ଯ୍ୟଙ୍କୁ 'ଆର୍ଯ୍ୟ' ଅର୍ପଣ କରିଥିଲେ। ସ୍ନାନ କରିବା ସମୟରେ ୱାଙ୍ଗଚୁକ ଏକ ଲମ୍ବା ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା ପିନ୍ଧିଥିବା ନଜରକୁ ଆସିଥିଲେ। ଏହି ଅମୃତ ସ୍ନାନରେ ୱାଙ୍ଗଚୁକ ଓ ଯୋଗି ଆଦିତ୍ୟନାଥଙ୍କ ସହ ଉତ୍ତରପ୍ରଦେଶର କ୍ୟବିନେଟ୍ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ, ନନ୍ଦ ଗୋପାଲ ଗୁପ୍ତା ଓ ଜଗତଗୁରୁ ସନ୍ତୋଷ ଦାସ ମହାରାଜ ମଧ୍ୟ ସାମିଲ ହୋଇଥିଲେ।  

କୁମ୍ଭ ମେଳାରେ ଯୋଗ ଦେବା ପାଇଁ ୱାଙ୍ଗଚୁକ ସୋମବାର ଥିମ୍ପୁରୁ ଲକ୍ଷ୍ନୋରେ ଆସି ପହଞ୍ଚିଥିଲେ। ତାଙ୍କୁ ଅଭ୍ୟର୍ଥନା କରିବ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଆସି ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ତାଙ୍କୁ ବିଭିନ୍ନ ଲୋକଗୀତ ଓ ଲୋକନୃତ୍ୟ ଦ୍ୱାରା ସ୍ୱାଗତ କରାଯାଇଥିଲା। ଏହାପରେ ସେ ରହିବା ପାଇଁ ସିଧା ରାଜ୍ୟପାଳ ଭବନରେ ପହଞ୍ଚିଥିଲେ। ମଙ୍ଗଳବାର ତ୍ରୀବେଣୀ ସଙ୍ଗମରେ ବୁଡ ପକାଇବା ପରେ ୱାଙ୍ଗଚୁକ ବଡେ ହନୁମାନ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ଉଭୟେ ଡିଜିଟାଲ ମହାକୁମ୍ଭ ଏକ୍ସପରିଅନ୍ସ ସେଣ୍ଟରରେ ପହଞ୍ଚି କିଛି ସମୟ କାଟିଥିଲେ। 

ଏହି ଅବସରରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଯୋଗି ଆଦିତ୍ୟନାଥ ଭାରତ-ଭୁଟାନ ସମ୍ପର୍କ ଉପରେ ୱାଙ୍ଗଚୁକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଭାରତ-ଭୁଟାନ ବନ୍ଧୁତା ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ରାଜାଙ୍କ ଗସ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି।

ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ମହାକୁମ୍ଭ ମେଳାରେ ୫୪ ଲକ୍ଷରୁ ଅଧିକ ଭକ୍ତ ବୁଡ ପକାଇଥିବା ନେଇ ସୂଚନା ମିଳିଛି। ତେବେ ଚଳିତ ମେଳାରେ ମୋଟ ୩୭.୫୦ କୋଟିରୁ ଅଧିକ ଲୋକ ବୁଡ ପକେଇବେ ବୋଲି ରାଜ୍ୟ ସରକାରଙ୍କ ଦ୍ନାରା ଆକଳନ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.