ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

Budget session 2025 : ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଲେ ପ୍ରଧାନମନ୍ତ୍ରୀ , ମୋଦି କହିଲେ ୧୦ଟି ବଡ଼ କଥା

Published By : Prameya | February 4, 2025 8:39 PM

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ମଙ୍ଗଳବାର ରାଷ୍ଟ୍ରପତିଙ୍କର ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବର ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି , ଏହା ମୋର ୧୪ତମ ସମ୍ୱୋଧନ। ମୁଁ ବହୁତ ଭାଗ୍ୟଶାଳୀ ଯେ, ଦେଶର ଜନତା ମୋତେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଜବାବ ଦେବାର ୧୪ ତମ ଥର ସୁଯୋଗ ଦେଇଛନ୍ତି। ଏଥିପାଇଁ ମୁଁ ଲୋକଙ୍କୁ ଆଦରପୂର୍ବକ କୃତଜ୍ଞତା ଜଣାଉଛି। ପିଏମ ମୋଦି କଂଗ୍ରେସ ଉପରେ ବର୍ଷି କହିଛନ୍ତି, ଆମେ ମିଛ ନାରା ନୁହେଁ , ସତ ବିକାଶ ଦେଲୁ , ସେତେବେଳେ ଯାଇ ୨୫ କୋଟି ଲୋକ ଗରିବୀରୁ ବାହାରିଛନ୍ତି। ଏକ ପୁସ୍ତକ ବିଷୟରେ କହି ପିଏମ୍ ମୋଦି ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କିଛି ଲୋକଙ୍କୁ ଫରେନ ପଲିସି ବିଷୟରେ କହିବା ଫ୍ୟାନ୍ସି ଲାଗେ। ପିଏମ୍‌ JFK’S Forgotten Crisis ବହି ପଢିବାକୁ ପରାମର୍ଶ ଦେଇଛନ୍ତି। 

୧- କେଜ୍ରିୱାଲଙ୍କ ଉପରେ ବର୍ଷିଲେ –

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଏନଡିଏ ସରକାରର ଧ୍ୟାନ ଜକୁଜି ଉପରେ ନୁହେଁ , ବରଂ ଭାରତର ଲୋକଙ୍କୁ ପାଣିର କନେକ୍ସନ ଦେବା ଉପରେ ରହିଛି। କେଜ୍ରିୱାଲଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉପରେ ବର୍ଷିଛନ୍ତି , କହିଛନ୍ତି କିଛି ନେତାଙ୍କ ଫୋକସ (ଧ୍ୟାନ) ଜକୁଜି ଉପରେ , ଷ୍ଟାଇଲିସ୍‌ ଶାୱର ଉପରେ , କିନ୍ତୁ ଆମର ଫୋକସ ପ୍ରତି ଘରେ ଜଳ ପହଞ୍ଚାଇବା ଉପରେ। ମୋଦି କହିଛନ୍ତି କି ଏନଡିଏର କାର୍ଯ୍ୟକାଳ ପୂର୍ବରୁ , ୭୫ ପ୍ରତିଶତ ଲୋକ ବା ୧୬ କୋଟିରୁ ଅଧିକ ଘରେ ନଳ ପାଣିର କନେକ୍ସନ ନଥିଲା। ଆମ ସରକାର ୫ ବର୍ଷ ଭିତରେ ୧୨ କୋଟି ଘରକୁ ନଳ ପାଣିର କନେକ୍ସନ ଦେଇଛି।

୨- ବସ୍ତିରେ ନିଜର ଫଟୋ ସେସନ ...ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ପିଏମ୍‌ –

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି, କହିଛନ୍ତି ଯେଉଁ ଲୋକ ଗରିବଙ୍କ ବସ୍ତିରେ ନିଜର ଫଟୋ ସେସନ କରାଇ ନିଜର ମନୋରଞ୍ଜନ କରନ୍ତି , ତାଙ୍କୁ ସଂସଦରେ ଗରିବଙ୍କ କଥା ବୋରିଂ ହିଁ ଲାଗିବ। 

୩- ସେଭିଂ ମଧ୍ୟ ଡେଭଲପମେଣ୍ଟ ମଧ୍ୟ –

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , ଆମ ଦେଶରେ ଜଣେ ପ୍ରଧାନମନ୍ତ୍ରୀ ଥିଲେ , ଯିଏକି ଗୋଟିଏ ସମସ୍ୟାକୁ ଚିହ୍ନି ଥିଲେ ଏବଂ କହିଥିଲେ ଯେବେ ଦିଲ୍ଲୀରୁ ଟଙ୍କାଟିଆ ପଠା ଯାଏ ତ ତଳ ଯାଏ କେବଳ ୧୫ ପଇସା ପହଞ୍ଚି ଥାଏ ...୧୫ ପଇସା କାହାକୁ ମିଳୁଥିଲା, ଏହା ସମସ୍ତେ ବୁଝି ପାରିବେ...ଆମେ ସମାଧାନ ଖୋଜିବାକୁ ଚେଷ୍ଟା କଲୁ ଏବଂ ଆମର ମଡେଲ ‘ସେଭିଂ ବି ବିକାଶ ବି’ ଜନତାଙ୍କ ପଇସା ଜନତାଙ୍କ ପାଇଁ ... ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ କହିଛନ୍ତି କି, ୨୦୧୪ ପୂର୍ବରୁ କେବଳ ଦୁଇ ଲକ୍ଷ ଟଙ୍କାର ଆୟ ଉପରେ ହିଁ ଟ୍ୟାକ୍ସ ଉପରେ ଛାଡ଼ ଥିଲା କିନ୍ତୁ ଆଜି ୧୨ ଲକ୍ଷ ଟଙ୍କାର ଆୟ ଯାଏ ସଂପୂର୍ଣ୍ଣ କର (ଟ୍ୟାକ୍ସ) ଛାଡ଼ ହୋଇଛି। 

୪- ଆମେ ଦେଶରେ ୧୦,୦୦୦ଟିଙ୍କରିଙ୍ଗ ଲ୍ୟାବ୍‌ ଆରମ୍ଭ କଲୁ  , ୫୦,୦୦୦ ନୂଆ ପାଇଁ ପ୍ରାବଧାନ କରିଛୁ  -

ଆମେ ସରକାରଙ୍କ ଡୁଆଲ ଏଆଇ “ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଏସ୍ପିରେସନାଲ ଇଣ୍ଡିଆ ”ର ବର୍ଣ୍ଣନା କରି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଏନଡିଏ ସରକାର ଦେଶରେ ୧୦,୦୦୦ ଟିକରିଂ ଲ୍ୟାବ୍‌ ଆରମ୍ଭ କରିଛନ୍ତି। ମୋଦି କହିଛନ୍ତି ଏହି ବଜେଟ୍‌ରେ ୫୦,୦୦୦ ନୂଆ ଟିକରିଂ ଲ୍ୟାବ୍‌ ପାଇଁ ପ୍ରାବଧାନ କରାଯାଇଛି। ଦୁନିଆ ଏଆଇ ମାମଲାରେ ଭାରତ ଆଡ଼କୁ ଦେଖୁଛି।

୫- କିଛି ଦଳ ଯୁବରବର୍ଗଙ୍କ ଭବିଷ୍ୟତ ପାଇଁ  ‘ବିପତ୍ତି’ ଭଳି –

ଦିଲ୍ଲୀ ବିଧାନସଭା ନିର୍ବାଚନର ପୂର୍ବରୁ ଆମ୍‌ ଆଦମୀ ପାର୍ଟି ଉପରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , କିଛି ଦଳ ଯୁବବର୍ଗଙ୍କ ଭବିଷ୍ୟତ ପାଇଁ ଆପ-ଦା ଅର୍ଥାତ୍‌ ବିପତ୍ତି ଭଳି। ମୋଦି କହିଛନ୍ତି , କିଛି ଦଳ ଯୁବବର୍ଗଙ୍କୁ ଧୋକା ଦେଉଛନ୍ତି। ସେମାନେ ପ୍ରତିଶ୍ରୁତି ଦେଉଛନ୍ତି ,ଯାହାକୁ କେବେ ପୂରଣ କରନ୍ତି ନାହିଁ। 

୬- ଆମେ ପରମାଣୁ ଶକ୍ତି କ୍ଷେତ୍ର ଖୋଲିଲୁ , ଏଥିରେ ଦେଶକୁ ଦୀର୍ଘକାଳିନ ଲାଭ ହେବ –

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କହିଛନ୍ତି କି କେନ୍ଦ୍ର କେନ୍ଦ୍ରୀୟ ବଜେଟ୍‌ ମାଧ୍ୟମରେ ପରମାଣୁ ଶକ୍ତି କ୍ଷେତ୍ରକୁ ଖୋଲିଛୁ , ଏଥିରେ ଦେଶକୁ ଦୀର୍ଘକାଳିନ ଲାଭ ହେବ। ମୋଦି କହିଛନ୍ତି , ମୋ ପାଇଁ ଏହା ସିଙ୍ଗଲ ଏଆଇ ନୁହେଁ ବରଂ ଡବଲ ଏଆଇ। ଗୋଟିଏ ଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଦ୍ୱିତୀୟଟି ଏସ୍ପିରେସନାଲ ଇଣ୍ଡିଆ। 

୭- କିଛି ଲୋକ ଖୋଲାଖୋଲା ଅର୍ବନ ନକ୍ସଲଙ୍କ ଭାଷା କହୁଛନ୍ତି –

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଆଜିକାଲି କିଛି ଲୋକ ଖୋଲା ଖୋଲି ଅର୍ବନ ନକ୍ସଲଙ୍କ ଭାଷା କହୁଛନ୍ତି ... ଯେଉଁ ଲୋକ ଏହି ଭାଷାକୁ କହୁଛନ୍ତି, ସେ ନା ସମ୍ୱିଧାନକୁ ବୁଝି ପାରନ୍ତି ନା ହିଁ ରାଷ୍ଟ୍ରର ଏକତାକୁ ବୁଝି ପାରନ୍ତି । ୭ ଦଶକ ଯାଏ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖକୁ ତାଙ୍କର ସମ୍ୱିଧାନିକ ଅଧିକାରୀ ଠାରୁ ବଂଚିତ ରଖାଗଲା। ଏହା କେବଳ ସମ୍ୱିଧାନ ସହ ନୁହେଁ ବରଂ ଏହି କ୍ଷେତ୍ରର ଲୋକଙ୍କ ସହ ଅନ୍ୟାୟ ଥିଲା. 

୮- ଆୟୁଷ୍ମାନ ଭାରତ ଯୋଜନାର ବିସ୍ତାର ୩୦ ହଜାର ହସ୍ପିଟାଲ ଯାଏ ହୋଇଛି-

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନାର ବିସ୍ତାର ୩୦ ହଜାର ହସ୍ପିଟାଲ ଯାଏ ହୋଇ ଯାଇଛି , କିନ୍ତୁ କିଛି ରାଜନୀତିକ ଦଳ ଗରିବଙ୍କୁ ଏହି ଯୋଜନା ଠାରୁ ଦୂରେଇ ରଖିଛନ୍ତି । ସେ କହିଛନ୍ତି ,କ୍ୟାନସରରେ ରୋଗୀଙ୍କୁ ସମସ୍ୟାରେ ରହିବାକୁ ପଡ଼ୁଛି। ଲାନସେଟ୍‌   କିଛି ଦିନ ପୂର୍ବରୁ କହିଥିଲା କି ଆୟୁଷ୍ମାନ ଭାରତ କାରଣରୁ କ୍ୟାନସରର ଚିକିତ୍ସା ଶୀଘ୍ର ଆରମ୍ଭ ହୋଇ ଯାଇଛି।

୯- ୨୦୧୪ ପୂର୍ବରୁ ଭାରତରେ ୩୮୭ଟି ମେଡିକାଲ କଲେଜ୍‌ ଥିଲା , ଆଜି ୭୮୦ ଅଛି –

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ୨୦୧୪ ପୂର୍ବରୁ ଭାରତରେ ୩୮୭ଟି ମେଡିକାଲ କଲେଜ ଥିଲା। ଆଜି ୭୮୦ ଟି ମେଡିକାଲ କଲେଜ୍‌ ଅଛି। ଅଧିକ ମେଡିକାଲ କଲେଜ ହେବା ଦ୍ୱାରା ସିଟ୍‌ ସଂଖ୍ୟାରେ ବି ବୃଦ୍ଧି ଘଟୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ପୂର୍ବରୁ ମେଡିକାଲ କଲେଜରେ ଏସସିର ୭୭୦୦ ସିଟ୍‌ ଥିଲା , ଏବେ ଏହି ସଂଖ୍ୟା ୧୭୦୦୦ ଅଛି। ଓବିସି ପାଇଁ ୧୪୦୦୦ରୁ ମେଡିକାଲ୍‌ ସିଟ୍‌ର ସଂଖ୍ୟା ୩୨୦୦୦ହୋଇ ଯାଇଛି। 

୧୦- କିଛି ଲୋକଙ୍କ ପାଇଁ ଜାତି ବିଷୟରେ କହିବା ଫ୍ୟାସନ ହୋଇ ଯାଇଛି- 

ମୋଦି କହିଛନ୍ତି , କିଛି ଲୋକେ ଜାତି ବିଷୟରେ କହିବାକୁ ଫ୍ୟାସନ କରି ଦେଲେଣି। ଗତ ୩୦-୩୫ ବର୍ଷରୁ ସବୁ ଦଳର ସାଂସଦ ଓବିସି ଆୟୋଗକୁ ସମ୍ୱିଧାନିକ ପାହ୍ୟା ଦେବାକୁ ଦାବି କରୁଥିଲେ। ମୋଦି କହିଛନ୍ତି , ଯେଉଁ ଲୋକ ଏବେ ଏହା ବିଷୟରେ କଥାବାର୍ତ୍ତା କରନ୍ତି , ତାଙ୍କୁ ସେତେବେଳେ ଏହା ମନେନଥିଲା , କିନ୍ତୁ ଆମେ ଓବିସି ଆୟୋଗକୁ ସମ୍ୱିଧାନିକ ମାନ୍ୟତା ଦେଲୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଜବାବରେ କହିଛନ୍ତି କି ତାଙ୍କ ସରକାର ତିନ୍‌ ତଲାକ୍‌ ଶେଷ କରି ମୁସଲିମ୍‌ ମହିଳାଙ୍କୁ ତାଙ୍କର ଅଧିକାର ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.