ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ସମୁଦ୍ର ମଝିରେ ଗଢି ଉଠିଥିଲା ଅତ୍ୟାଧୁନିକ ସହର... କାହିଁକି ରାତାରାତି ବନ୍ଦ ହୋଇଗଲା ଏହି ଆଇଲ୍ୟାଣ୍ଡ ?

Published By : Prameya | February 5, 2025 10:40 AM

ନୂଆଦିଲ୍ଲୀ, ୦୫/୦୨ : ସୁଉଚ୍ଚ ଅଟ୍ଟାଳିକା, ମେଡିକାଲ୍ ଠାରୁ ନେଇ ସ୍କୁଲ କଲେଜ ଯାଏଁ ଏଠି ଥିଲା ସବୁ ସୁବିଧା। ଲୋକଙ୍କ ମନୋରଞ୍ଜନ ପାଇଁ ତିଆରି ହୋଇଥିଲା ରେଷ୍ଟ୍ରୁରାଣ୍ଟ ଏବଂ ସୁଇମିଂ ପୁଲ୍। ମଝି ସମୁଦ୍ରରେ ଗଢି ଉଠିଥିଲା ଅତ୍ୟାଧୁନିକ ସହର। ସମୁଦ୍ର ଜୁଆରରୁ ରକ୍ଷା ପାଇବା ପାଇଁ ନିର୍ମାଣ ହୋଇଥିଲା ସୁଉଚ୍ଚ ଗାର୍ଡ ୱାଲ୍। ଦୁନିଆର ସବୁଠୁ ଧନୀ ଦ୍ଵୀପ ମଧ୍ୟରେ ଗଣା ହେଉଥିଲା ଏହାର ନାମ। ୧୬ ଏକର ବିଶିଷ୍ଟ ଏହି ଦ୍ଵୀପରେ ରହୁଥିଲେ ୫ ହଜାର ଲୋକ। ହେଲେ ଏମିତି କଣ ହେଲା ଯେ ଏହି ଆଇଲ୍ୟାଣ୍ଡ ଛାଡିଦେଲେ ଏଠାକାର ଲୋକ... ୪୫ ବର୍ଷ ହେଲା ଖାଲପଡିଛି ଏହି ଦ୍ଵୀପ। କେଉଁଠି ରହିଛି ଏହି ଆଇଲ୍ୟାଣ୍ଡ ? ଜାଣନ୍ତୁ...

ଦୁନିଆରେ ବହୁ ଦ୍ଵୀପ ରହିଛି, ଯେଉଁଠି ପୂର୍ବରୁ ମାନବ ସଭ୍ୟତା ଗଢି ଉଠିଥିଲା। ହେଲେ ପରବର୍ତ୍ତୀ ସମୟରେ କୌଣସି ନା କୌଣସି ଅସୁବିଧା କାରଣରୁ ସେମାନେ ଦ୍ଵୀପ ଛାଡି ଚାଲି ଯାଇଥିଲେ। ଏଭଳି ଏକ ଦ୍ଵୀପ ରହିଛି ଜାପାନର ନାଗାସାକି ଠାରୁ ୧୫ କିମି ଦୂରରେ। ଯାହାର ନାମ ହାସିମା ଆଇଲ୍ୟାଣ୍ଡ୍। ଏହା ଦେଖିବାକୁ ଏକ ଯୁଦ୍ଧପୋତ ଆକୃତିର। ତେଣୁ ଏହାର ଅନ୍ୟନାମ ରଖାଯାଇଛି ବ୍ୟାଟଲସିପ୍ ଆଇଲ୍ୟାଣ୍ଡ୍। ୧୬ ଏକର ବିଶିଷ୍ଟ ଏହି ଦ୍ଵୀପରେ ବସବାସ କରୁଥିଲେ ୫ ହଜାରରୁ ଅଧିକ ଲୋକ। ଏମାନଙ୍କର ପ୍ରମୁଖ କାମ ଥିଲା ଖଣିରୁ କୋଇଲା ବାହାର କରିବା। ଚାଇନା, କୋରିଆ ଏବଂ ୱାର୍ଲ୍ଡ ୱାରର ଯୁଦ୍ଧ ବନ୍ଦୀମାନଙ୍କୁ ଆଣି ଏଠାରେ ଶ୍ରମିକ ଭାବେ କାମ କରାଉଥିଲା ଜାପାନ। ସେମାନଙ୍କ ରହିବା ପାଇଁ ଏହି ଦ୍ଵୀପରେ କରାଯାଇଥିଲା ସମସ୍ତ ବନ୍ଦୋବସ୍ତ। ଏହି ଦ୍ଵୀପରେ ନିର୍ମାଣ କରାଯାଇଥିଲା ଜାପାନର ପ୍ରଥମ ୯ ମହଲା କୋଠା। ହେଲେ ୧୬ ଏକର ବିଶିଷ୍ଟ ଦ୍ଵୀପରେ ୫ ହଜାର ଲୋକ ରହିବା ହୋଇଯାଉଥିଲା ମୁସ୍କିଲ। ସ୍ଥିତି ଏଭଳି ଥିଲା ଯେ, ଘର ଗୁଡ଼ିକରେ ଶୋଇବା ବେଳେ କଡ଼ ଲେଉଟାଇ ପାରୁନଥିଲେ ଲୋକେ। ଖାଦ୍ୟପେୟ ବି ପଡୁଥିଲା ନିଅଣ୍ଟ। ତଥାପି କୋଇଲା ଲୋଭରେ ଶ୍ରମିକମାନଙ୍କ ଉପରେ ଏଭଳି ଅତ୍ୟାଚାର କରୁଥିଲା ଜାପାନ। କାରଣ ହାସିମା ଆଇଲ୍ୟାଣ୍ଡରେ ଥିଲା କୋଇଲାର ଭଣ୍ଡାର। ୧୮୮୭ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଏହି ଦ୍ଵୀପରେ ଚାଲିଥିଲା କୋଇଲା ମାଇନିଂ। ଏହାର ଦାୟିତ୍ଵ ନେଇଥିଲା ମିସ୍ତୁବିସ୍ କମ୍ପାନୀ। ସେତେବେଳେ କୋଇଲା କାଢିବା ପାଇଁ ନଥିଲା କୌଣସି ଅତ୍ୟାଧୁନିକ କିମ୍ଵା ସେଫ୍ ଟେକନିକ୍। ଏଥିପାଇଁ ପାରମ୍ପରିକ ଉପାୟରେ କରାଯାଉଥିଲା ମାଇନିଂ। ଜୀବନକୁ ପାଣି ଛଡାଇ କୋଇଲା କାଢୁଥିଲେ ଶ୍ରମିକ। କାମ କରିବା ବେଳେ ପ୍ରାଣ ବି ହରାଉଥିଲେ। ହେଲେ ଏଥିରେ କମ୍ପାନୀକୁ ପଡୁନଥିଲା ଫରକ। ଯଦି କିଛି ଗୁରୁତ୍ଵପୂର୍ଣ୍ଣ ଥିଲା... ତାହା ହେଉଛି କିଭଳି ଅଧିକରୁ ଅଧିକ କୋଇଲା ପ୍ରଡକସନ୍ କରାଯିବ। କେବଳ ସେଇଥିପାଇଁ ହାସିମା ଆଇଲ୍ୟାଣ୍ଡରେ ଏତେ ସଂଖ୍ୟକ ଶ୍ରମିକଙ୍କୁ ରଖିଥିଲା ଜାପାନ। 

ଏବେ ପ୍ରଶ୍ନ ଉଠୁଛି... କେମିତି ଜବରଦସ୍ତି ମଜଦୁରିରୁ ମୁକ୍ତ ହେଲା ଏହି ଆଇଲ୍ୟାଣ୍ଡ ? ଏହି ଶ୍ରମିକମାନଙ୍କୁ କେମିତି ଏହି ନର୍କରୁ ମିଳିଲା ମୁକ୍ତି ? ଏକ ସ୍ଵାଧୀନ ଜୀବନ ବଞ୍ଚିବାକୁ କେମିତି ମିଳିଲା ସୁଯୋଗ ? କେମିତି ସବୁଦିନ ପାଇଁ ହାସିମା ଆଇଲ୍ୟାଣ୍ଡରେ ପଡ଼ିଲା ତାଲା ?

୧୯୬୦ ମସିହାରେ ଏନର୍ଜିର ଅନ୍ୟ ଉତ୍ସ ଗୁଡ଼ିକର ଡିମାଣ୍ଡ ବଢିବାକୁ ଲାଗିଲା। ଅନ୍ତରାଷ୍ଟ୍ରୀୟ ମାର୍କେଟ୍‌ରେ କୋଇଲାର ଡାଉନଫଲ୍ ଆରମ୍ଭ ହେଲା। ଦ୍ରୁତ ଗତିରେ କୋଇଲାର ଡିମାଣ୍ଡ୍ କମିବାରେ ଲାଗିଲା। କୋଇଲାକୁ ଅଏଲ୍ ରିପ୍ଲେସ୍ କରିଦେଲା। ଚାହିଦା କମିବାରୁ ୧୯୭୦ରେ ମିସ୍ତୁବିସ୍ କମ୍ପାନୀ ଆଇଲ୍ୟାଣ୍ଡ୍‌ରୁ ୨ ହଜାର ଶ୍ରମିକଙ୍କୁ କାଢିନେଲା। ଅଳ୍ପ କିଛି ଶ୍ରମିକଙ୍କୁ ନେଇ କିଛି ବର୍ଷ ଯାଏଁ କୋଇଲା ମାଇନିଂ ଜାରି ରଖିଲା। ଶେଷରେ ୧୯୭୪ ମସିହାରେ ହାସିମା ଆଇଲ୍ୟାଣ୍ଡରେ ତାଲା ପଡ଼ିଗଲା। ଏକ ଅଫିସିଆଲ୍ ଲେଟର ଆସିବା ପରେ ରାତାରାତି ଆଇଲ୍ୟାଣ୍ଡ ଖାଲି କରିଦିଆଗଲା। ଶ୍ରମିକମାନେ ସେମାନଙ୍କ ଘରଦ୍ଵାରା ଏବଂ ଯାତନା ଭରା ସ୍ମୃତିକୁ ଏହି ଆଇଲ୍ୟାଣ୍ଡରେ ସବୁଦିନ ପାଇଁ ଛାଡି ଚାଲିଗଲେ। ସେବେଠାରୁ ଏହି ଦ୍ଵୀପକୁ ଆଉ କେହି କେବେ ଫେରି ନାହାଁନ୍ତି। ୪୫ ବର୍ଷ ହେଲା ହାସିମା ଦ୍ଵୀପ ଖାଲି ପଡିଛି। ଜାପାନ ସରକାର ଏବେ ଟୁରିଷ୍ଟଙ୍କ ପାଇଁ ଏହି ଦ୍ଵୀପକୁ ଖୋଲିଛନ୍ତି। ତେବେ ବିଶ୍ଵ ଆଗରେ ଜାପାନ ତାର ଏହି କଳା ସତକୁ ଲୁଚେଇବାକୁ ଶତଚେଷ୍ଟା କରିଛି। ହେଲେ ଜାପାନର ଏଭଳି କର୍ତ୍ତୃତ୍ଵ ପାଇଁ ଆଜିବି ବହୁଦେଶ ସମାଲୋଚନା କରୁଛନ୍ତି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.