ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍‌? ଚିନ୍ତା ବଢ଼ାଇଲା ନୂଆ କମାଣ୍ଡ କମ୍ପେକ୍ସ, ତଥ୍ୟ ଚିନ୍ତାଜନକ

Published By : Prameya | February 4, 2025 12:50 PM

Image source: Live Hindustan

ନୂଆଦିଲ୍ଲୀ,୦୪/୦୨: ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଚୀନ୍‌? ରାଷ୍ଟ୍ରପତି ସି ଜିନ୍‌ପିନ ଏନେଇ ଅଧିକ ଗମ୍ଭୀର ନଜର ଆସିଥିବା ବେଳେ ପିପୁଲ୍ସ ଲିବରେସନ ଆର୍ମୀ (ପିଏଲ୍‌ଏ) ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି। ଚୀନ୍‌ର ସାମରିକ ଶିବିର ଗୁଡ଼ିକୁ ମଜବୁତ କରାଯାଉଥିବା କୁହାଯାଉଛି। ବୋମା ଆକ୍ରମଣରୁ ସୈନ୍ୟମାନଙ୍କୁ ସୁରକ୍ଷା ପାଇଁ ନୂଆ କମାଣ୍ଡ କମ୍ଳେକ୍ସର ନିର୍ମାଣ ମଧ୍ୟ ହେଉଛି। ତେବେ ଏପରି କିଛି ପ୍ରସ୍ତୁତିରୁ ଯୁଦ୍ଧ ହେବାର ସମ୍ଭାବନା ରହିଥିବା ସନ୍ଦେହ କରାଯାଉଛି। ପିଏଲ୍‌ଏ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୋଜେକ୍ଟରେ କାମ ଚାଲୁଥିବା ସାଟେଲାଇଟ ଚିତ୍ରରୁ ଜଣାଉଛି। କିନ୍ତୁ ଏଥିମଧ୍ୟରୁ ସବୁଠାରୁ ଚିନ୍ତାଜନକ କଥା ହେଉଛି ନୂଆ କମାଣ୍ଡ କମ୍ଳେକ୍ସ। ରାଜଧାନୀ ବେଜିଂରୁ ପାଖାପାଖି ୨୫-୩୦ କିଲୋମିଟର ପଶ୍ଚିମ-ଦକ୍ଷିଣ ଦିଗରେ ଏହାର ନିର୍ମାଣ କରାଯାଉଛି। 

ଗତ ଜାନୁଆରୀ ମାସରେ ଫାଇନାନ୍‌ସିଆଲ୍‌ ଟାଇମ୍ସରେ କମାଣ୍ଡ କମ୍ପ୍ଳେକ୍ସକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା। କୁହାଯାଉଛି ଯେ, ପିଏଲ୍‌ଏରେ ଯୁଦ୍ଧକାଳୀନ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟର ଭାବରେ କାମ କରିବା ପାଇଁ ଏହାକୁ ଡିଜାଇନ କରାଯାଇଚି। ଏହି ଭିତ୍ତିଭୁମୀଟି ପାଖାପାଖି ୧,୫୦୦ ଏକର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଗୁରୁତ୍ବପୂର୍ଣ୍ଣ କଥା ହେଊଛି ଏହା ପେଣ୍ଟାଗନ ଠାରୁ ୧୦ ଗୁଣ ବଡ଼ ଅଟେ। ସାଟେଲାଇଟ ଫଟୋରୁ ଜଣାପଡ଼ିଛି ଯେ, ବିଭିନ୍ନ ସାଇଟରେ ବଡ଼ ବଡ଼ ଖାଲ ଖୋଳାଯାଇଛି ଏବଂ ଏଥିରେ ବଡ଼ ବଡ଼ ବଙ୍କର ନିର୍ମାଣ କରାଯିବ। ସୂଚନାଥାଉକି, ବଙ୍କରଗୁଡ଼ିକ ପରମାଣୁ ଆକ୍ରମଣ ସମୟରେ ରକ୍ଷା ପାଇବା ପାଇଁ ବିଶେଷ ସହାୟକ ହୋଇଥାଏ। ଯେବେ ଏହି କମାଣ୍ଡ କମ୍ପ୍ଳେକ୍ସ କାମ ସରିବ, ଏହା ବିଶ୍ବର ସବୁଠାରୁ ବଡ଼ ସୈନ୍ୟ ଶିବିର ଭାବେ ନାମିତ ହେବ। କିଛି ଲୋକ ଏହାକୁ ବେଜିଂ ମିଲିଟାରି ସିଟି ମଧ୍ୟ କୁହନ୍ତି। 

୪ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି କମ୍ପ୍ଳେକ୍ସ: 

ରିପୋର୍ଟ ମୁତାବକ, କମାଣ୍ଡ କମ୍ପ୍ଳେକ୍ସରେ ସବୁଦିନ ୧୦୦ରୁ ଅଧିକ କ୍ରେନ୍‌ କାମ କରୁଛି। ଏହି ନିର୍ମାଣସ୍ଥଳର ଚଉଡ଼ା ପାଖାପାଖି ୪ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏଥିସହିତ ମାଟିର ଗଭୀରତା ପର୍ଯ୍ୟନ୍ତ କାମ ଚାଲୁଛି। କୌଣସି ପ୍ରକାର ବଡ଼ ଆକ୍ରମଣ ହେଉ ବା ବୋମା ମାଡ଼ ହେଲେ ଏଥିରେ ଜୀବିତ ରହିବାର ଯଥେଷ୍ଟ ସମ୍ଭାବନା ଅଛି। ତେବେ ଚୀନ୍‌ର ନି୍ର୍ମାଣାଧିନ ଏହି ପରିସରକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ସୂଚନା ସାମ୍ନାକୁ ଆସିନାହିଁ। ଏତତ୍‌ବ୍ୟତିତ କମ୍ପ୍ଳେକ୍ସକୁ ନେଇ ଯେଉଁଭଳି ଭାବେ ଦାବି କରାଯାଉଛି, ତାକୁ ତର୍ଜମା କରିବା ମଧ୍ୟ ଚିନ୍ତାଜନକ।   ଏପରିସ୍ଥଳେ ଚୀନ୍‌ର ଏହି ପଦକ୍ଷେପ ବୈଶ୍ବିକ ସୁରକ୍ଷା କ୍ଷେତ୍ରରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.