ନୂଆଦିଲ୍ଲୀ,୦୫/୦୨: ଶକ୍ତ ଭୂମିକମ୍ପ ଝଟକାରେ ଥରିଲା ଭାରତର ପଡ଼ୋଶୀ ଦେଶ ପଶ୍ଚିମ ନେପାଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମଙ୍ଗଳବାର ଦିନ ୪.୪ ତୀବ୍ରତାର ଭୂମିକମ୍ପର କେନ୍ଦ୍ରସ୍ଥଳ ଦୈଲେଖ ଜିଲ୍ଲାର ତୋଲିଜାଇସିରେ ଥିଲା। ଯାହା ଫଳରେ ପଡ଼ୋଶୀ ଜିଲ୍ଲା ଅଛାମ, କାଲିକୋଟ ଏବଂ ସୁରଖେତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦୈଲେଖରେ ଭୂମିକମ୍ପ ସ୍ଥାନୀୟ ସମୟ ସନ୍ଧ୍ୟା ୫:୨୦ ରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓରେ ସ୍ଥାନୀୟ ଲୋକ ଭୟଭୀତ ଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ପରସ୍ଥିତି ସ୍ବଭାବିକ ଥିବା ଜଣାପଡ଼ିଛି ।
ଭୂମିକମ୍ପ କାହିଁକି ହୁଏ?
ଭୂମିକମ୍ପ ପଛର ପ୍ରକୃତ କାରଣ ହେଉଛି ଉଲ୍କାପିଣ୍ଡର ପ୍ରଭାବ, ଜ୍ୱାଳାମୁଖୀ ଉଦ୍ଗୀରଣ କିମ୍ବା ଖଣି ପରୀକ୍ଷଣ ଏବଂ ପରମାଣୁ ପରୀକ୍ଷଣ ଯୋଗୁଁ ଭୂମିକମ୍ପ ଅନୁଭୂତ ହୋଇଥାଏ। ପ୍ରତିବର୍ଷ ଅନେକଥର ଭୂମିକମ୍ପ ହୁଏ। କିନ୍ତୁ ଅନେକ କ୍ଷେତ୍ରରେ ଏହାର ତୀବ୍ରତା କମ ଥିବାରୁ ଆମେ ସେଗୁଡ଼ିକୁ ଅନୁଭବ କରିପାରୁନାହୁଁ।
ତୀବ୍ରତା କିପରି ମାପ କରାଯାଏ
ଭୂମିକମ୍ପର ତୀବ୍ରତା ଏବଂ ସମୟ ଜାଣିବା ପାଇଁ ସିସ୍ମୋଗ୍ରାଫ ବ୍ୟବହାର କରାଯାଏ। ଏହି ଉପକରଣ ମାଧ୍ୟମରେ, ପୃଥିବୀ ଭିତରେ ଘଟୁଥିବା ଗତିବିଧିର ଏକ ଗ୍ରାଫ୍ ପ୍ରସ୍ତୁତ କରାଯାଏ। ଏହାକୁ ସିସ୍ମୋଗ୍ରାଫ କୁହାଯାଏ। ଏହି ଆଧାରରେ, ରିକ୍ଟର ସ୍କେଲ୍ ମାଧ୍ୟମରେ ଭୂମିକମ୍ପ ତରଙ୍ଗର ତୀବ୍ରତା, ଭୂମିକମ୍ପର କେନ୍ଦ୍ର ଏବଂ ଶକ୍ତି ଚିହ୍ନଟ କରାଯାଏ। ଯେତେବେଳେ ଭୂମିକମ୍ପ ହୁଏ, ସିସ୍ମୋଗ୍ରାଫର କିଛି ଅଂଶ ଗତି କରେ ନାହିଁ। ଯାହା ଭୂମିକମ୍ପ ବିଷୟରେ ସଠିକ୍ ସୂଚନା ପାଇବାରେ ସାହାଯ୍ୟ କରେ।