ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଟ୍ରମ୍ପଙ୍କ ଆକ୍ସନରେ ବନ୍ଦ ହେବ କି ରକ୍ତାକ୍ତ ସଂଘର୍ଷ ? ଆମେରିକୀୟ ସୀମା ପାଟ୍ରୋଲିଂ ଏଜେଣ୍ଟଙ୍କ ଉପରେ ବଡ଼ ହମଲାର ପ୍ରସ୍ତୁତି

Published By : Prameya | February 4, 2025 10:38 PM

ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀଙ୍କୁ ଦେଶରୁ ବାହାର କରିବାକୁ ଯୁଦ୍ଧ ସ୍ତର ଉପରେ ପ୍ରସ୍ତୁତି କରୁଛନ୍ତି। ନିକଟରେ ସେ ମେକ୍ସିକୋ ଓ କାନାଡା ଉପରେ ଖୁବ୍ ଟାରିଫ୍‌ ଲଗାଇବାର ଘୋଷଣା ମଧ୍ୟ କରି ଥିଲେ। ହେଲେ ଏହି ଦୁଇ ଦେଶ ଟ୍ରମ୍ପଙ୍କ ଏହି ଘୋଷଣା ପରେ ଅବୈଧ ପ୍ରବାସୀଙ୍କୁ ନେଇ ହ୍ରାସ କରିବାକୁ ଆଶ୍ୱାସନା ଦେଇଛନ୍ତି, ଯାହା ପରେ ଟ୍ରମ୍ପ ତାଙ୍କୁ ଏକ ମାସର ସମୟ ଦେଇଛନ୍ତି। ଏହି ମଧ୍ୟରେ ଟାରିଫ୍‌ ଓ ପ୍ରବାସୀଙ୍କ ଯୁଦ୍ଧ ଏବେ ରକ୍ତାକ୍ତ ସଂଘର୍ଷରେ ବଦଳିବାର ଆଶା ନଜର ଆସୁଛି। ଖବର ମୁତାବିକ , ମେକ୍ସିକାନ ଡ୍ରଗ୍‌ କାର୍ଟେଲ କଥିତ ସ୍ତରରେ ଟ୍ରମ୍ପଙ୍କ କଡ଼ା ବର୍ଡର ନୀତିର ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ କରିବାର ଯୋଜନା କରୁଛି। 

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ମେକ୍ସିକୋର ସମୂହ ଆମେରିକୀୟ ବର୍ଡକୁ ନିରୀକ୍ଷଣ କରୁଥିବା ଏଜେଣ୍ଟ ଉପରେ ବିପଜ୍ଜନକ କାମିକେଜ୍‌ ଡ୍ରୋନ୍‌ ଓ ବିସ୍ଫୋରକ ଲଞ୍ଚ କରିବାକୁ ଆଦେଶ ଦେଇ ପାରନ୍ତି। ରିପୋର୍ଟରେ କୁହାଯାଇଛି କି, ଏକ ମେମୋ ମୁତାବିକ, ସରକାରୀ ଅଧିକାରୀଙ୍କୁ ସୋସିଆଲ ମିଡ଼ିଆ ପୋଷ୍ଟ ଓ ଅନ୍ୟ ଗୁଇନ୍ଦା ସୂତ୍ରାନୁସାରେ ଏହି ବିପଦ ବିଷୟରେ ଚେତାବନୀ ଦିଆ ଯାଇ ଥିଲା। ମେମୋରେ ଏଜେଣ୍ଟଙ୍କୁ ସତର୍କ ରହିବା , ନିଜର ଆଖପାଖର ବାତାବରଣ ପ୍ରତି ସଜାଗ ରହିବା ଓ ଗସ୍ତ ବେଳେ ବଡ଼ି ଆର୍ମର ପିନ୍ଧିବାର ପରାମର୍ଶର ଦିଆଯାଇଛି।

ବିସ୍ଫୋରକ ଥିବା ଡ୍ରୋନ୍ ମୁତୟନ –

 ଏକ ଡକ୍ୟୁମେଣ୍ଟରେ କଥିତ ଭାବେ କୁହାଯାଇଛି ଯେ , ୧ ଫେବ୍ରୁଆରୀ , ୨୦୨୫ରେ ଏହି ସୂଚନା ମିଳିଥିଲା କି ମେକ୍ସିକାନ କାର୍ଟେଲ ନେତାମାନେ ବିସ୍ଫୋରକ ଯୁକ୍ତ ଡ୍ରୋନ୍‌ର ମୁତୟନକୁ ଅନୁମୋଦନ ଦେଇଛନ୍ତି, ଯାହାର ବ୍ୟବହାର ଆମେରିକୀୟ ବର୍ଡର ପେଟ୍ରୋଲ ଏଜେଣ୍ଟ ଓ ଆମେରିକୀୟ ସୈନିକଙ୍କ ବିରୋଧରେ କରାଯିବ , ଯିଏକି ବର୍ତ୍ତମାନ ମେକ୍ସିକୋ ସୀମାରେ କାମ କରୁଛନ୍ତି।

ଏମିତି ସଙ୍କେତ ମଧ୍ୟ ମିଳିଛି କି , କାର୍ଟେଲ ଅବୈଧ ପ୍ରବାସୀଙ୍କୁ ଆମେରିକୀୟ ଏଜେଣ୍ଟଙ୍କ ମଜାକ୍‌ ଉଡ଼ାଇବା ପାଇଁ ପ୍ରୋତ୍ସାହିତ କରିବାକୁ ଟିକ୍‌ଟକ୍‌ ଭଳି ପ୍ଲାଟଫର୍ମର ଉପଯୋଗ କରିବା ଆରମ୍ଭ କରି ଦେଇଛି। ଲୋକଙ୍କୁ ସୈନିକଙ୍କ ଖାଇବାରେ ଛେପ ପକାଇବା ପରିସ୍ରା କରିବା  ଓ ତାଙ୍କ ଗାଡ଼ିରେ ଶୌଚ କରି ତାଙ୍କୁ ସମସ୍ୟାରେ ପକାଇବାକୁ ପରମର୍ଶ ଦିଆଯାଉଛି। କିଛି ପୋଷ୍ଟରରେ ତାଙ୍କୁ ହମଲା କରିବାକୁ ମଧ୍ୟ ଉସୁକା ଯାଉଛି। ଫକ୍ସ ନ୍ୟୁଜ୍‌ ନିଜର ଏକ ରିପୋର୍ଟର କହିଥିଲା କି ସପ୍ତାହେ ପୂର୍ବେ କାର୍ଟେଲର ଲୋକମାନେ ଟେକ୍ସାସରେ ଏକ ବର୍ଡର ପେଟ୍ରୋଲ ଏଜେଣ୍ଟ ଉପରେ ଗୁଳି ଚଲାଇ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.